ବାଚସ୍ପତିଙ୍କ ଗାଇଡ୍ କି ମେଣ୍ଟର୍ ନୁହନ୍ତି ରାଜ୍ୟପାଳ
ନୂଆଦିଲ୍ଲୀ,୨୦ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜ୍ୟପାଳ ଭଜୁଭାଇ ଭାଲା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀଙ୍କୁ ଦୁଇଥର ମହଲତ୍ ଦେଇସାରିଲେଣି। କିନ୍ତୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି କେ.ଆର୍. ରମେଶ କୁମାର ଏହାକୁ ଅବଜ୍ଞା କରିଥିବା...
ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ୍ ଜିଲାର ମେଣ୍ଡାର ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଶନିବାର ପୂର୍ବାହ୍ନ ୯ଟାରେ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ସେଲିଂ ମାଡ଼ କରାଯାଇଛି। ଏହାର...
କାଉଡି ଯାତ୍ରା ପାଇଁ ଜୁଲାଇ ୨୩ରୁ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
ହରିଦ୍ୱାର,୨୦।୭: ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବା ବେଳେ ଆରମ୍ଭ ହୋଇଛି କାଉଡି ଯାତ୍ରା। ଶିବଭକ୍ତମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଜଳାଭିଷେକରେ ବାହାରିଛନ୍ତି। ଏହି ସମରେ ଉତ୍ତରଖଣ୍ଡର ହରିଦ୍ୱାରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଜୁଲାଇ ୨୩ରୁ...
କର୍ନାଟକ ସଙ୍କଟ: ମୋଦି ସରକାରଙ୍କ ପାଇଁ ୩୫୬ ଧାରା ଜାରି ଲାଗି ପୁଣି ଏକ ସୁଯୋଗ
ନୂଆଦିଲ୍ଲୀ,୨୦।୭: କର୍ନାଟକରେ ସଙ୍କଟ ଲାଗି ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ସାମ୍ବିଧାନିକ ଧାରା ୩୫୬ର ଉପଯୋଗ କରିବା ଲାଗି ଦ୍ୱିତୀୟ ଇନିଂସ୍ରେ ପୁଣି ଏକ ସୁଯୋଗ ଆଣିଦେଇଛି। ତେବେ ଏହା ପୂର୍ବରୁ ଦୁଇ ରାଜ୍ୟରେ ୩୫୬...
ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
ନୂଆଦିଲ୍ଲୀ, ୨୦ା୭(ପି.ଟି.): ଭାରତୀୟ ବିଦେଶ ସେବା (ଆଇଏଫ୍ଏସ୍) ଅଫିସର ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ବିବେକଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ୨୦୦୪ ବ୍ୟାଚ୍ର...
ମାନବାଧିକାର ସୁରକ୍ଷା ବିଲ୍ ଲୋକ ସଭାରେ ଗୃହୀତ
ନୂଆଦିଲ୍ଲୀ, ୨୦ା୭: ଲୋକ ସଭାରେ ଶୁକ୍ରବାର ମାନବାଧିକାର ସୁରକ୍ଷା ସଂଶୋଧନ ବିଲ୍ ଗୃହୀତ ହୋଇଛି। ଏହା କାର୍ଯ୍ୟକାରୀ ହେଲେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି)ର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ...
ବାବ୍ରୀ ମସ୍ଜିଦ ଭଙ୍ଗ ମାମଲା: ୯ ମାସ ମଧ୍ୟରେ ରାୟ ଦିଅ; ସ୍ବତନ୍ତ୍ର ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୦ା୭(ପି.ଟି.) : ବହୁଚର୍ଚ୍ଚିତ ବାବ୍ରୀ ମସ୍ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଆଗାମୀ ୯ ମାସ ମଧ୍ୟରେ ରାୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ...
ଆସାମ, ବିହାର ବନ୍ୟା ମୃତ୍ୟୁସଂଖ୍ୟା ୧୫୦
ନୂଆଦିଲ୍ଲୀ,୨୦ା୭(ପି.ଟି.): ବିହାର ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିବାବେଳେ ୧ କୋଟି ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୫୦ ଛୁଇଁଛି। ଦିଲ୍ଲୀ ବ୍ୟତୀତ ସମଗ୍ର ଉତ୍ତର ଭାରତରେ ସ୍ବଳ୍ପରୁ...
ରହିଲାନି ମହଲତ ମୂଲ୍ୟ
ବେଙ୍ଗାଲୁରୁ,୨୦ା୭(ପି.ଟି.): କର୍ନାଟକ ବିଧାନସଭାରେ ଆସ୍ଥାଭୋଟ ପାଇଁ ଦୁଇଦିନ ଧରି ଚାଲିଥିବା କସରତ ଶେଷରେ ଅମୀମାଂସିତ ହୋଇ ରହିଯାଇଛି। ବାଚସ୍ପତି କେ.ଆର୍. ରମେଶ କୁମାର ସୋମବାର ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀଙ୍କୁ ଶୁକ୍ରବାର ସନ୍ଧ୍ୟା...
ଗୋରୁ ଚୋରି ସନ୍ଦେହ: ୩ ଜଣଙ୍କୁ ପିଟି ହତ୍ୟା
ପାଟନା,୨୦ା୭: ବିହାରର ସରନ୍ ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ଗୋରୁଚୋରି ସନ୍ଦେହରେ ୩ ଜଣଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟିପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଟନାଠାରୁ ୬୦ କିମି ଉତ୍ତରରେ ବଣିଆପୁର ଥାନା ଅନ୍ତର୍ଗତ...
କର୍ନାଟକ ନାଟକ: ସୁପ୍ରିମକୋର୍ଟ ଗଲେ କୁମାରସ୍ବାମୀ
ବେଙ୍ଗାଲୁରୁ,୧୯।୭: କର୍ନାଟକ ସଙ୍କଟ ବେଳକୁ ବେଳ ନୂଆ ରୂପ ନେଉଛି। ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଚିଠି ଲେଖି ଜଣାଇବା ପରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି କୁମାରସ୍ବାମୀ।...
ଏମ୍ପିଙ୍କୁ କଡ଼ା ନିର୍ଦ୍ଦେଶ: ଭୋକ ଲାଗିଲେ କ୍ୟାଣ୍ଟିନକୁ ଆସ
ନୂଆଦିଲ୍ଲୀ,୧୯।୭: ସରକାରୀ ବାସଭବନ ନ ମିଳିବା ପର୍ଯ୍ୟନ୍ତ ଦିଲ୍ଲୀର ଓ୍ବେଷ୍ଟର୍ନ କୋର୍ଟରେ ନୂଆ ତିଆରି କରାଯାଇଥିବା ହଷ୍ଟେଲରେ ରହିଥିବା ୮୨ଏମ୍ପିଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏମ୍ପିମାନେ ନିଜ ରୁମ୍ରେ ଖାଦ୍ୟ ଖାଇପାରିବେନି କି ତିଆରି ମଧ୍ୟ କରିପାରିବେ...
Archives


