Posted inଜାତୀୟ

ରହିଲାନି ମହଲତ ମୂଲ୍ୟ

ବେଙ୍ଗାଲୁରୁ,୨୦ା୭(ପି.ଟି.): କର୍ନାଟକ ବିଧାନସଭାରେ ଆସ୍ଥାଭୋଟ ପାଇଁ ଦୁଇଦିନ ଧରି ଚାଲିଥିବା କସରତ ଶେଷରେ ଅମୀମାଂସିତ ହୋଇ ରହିଯାଇଛି। ବାଚସ୍ପତି କେ.ଆର୍‌. ରମେଶ କୁମାର ସୋମବାର ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କୁ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଶକ୍ତିପରୀକ୍ଷାର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳ ଭଜୁଭାଇ ଭାଲା ଦେଇଥିବା ଦ୍ୱିତୀୟ ମହଲତ୍‌ର କିଛି ମୂଲ୍ୟ ରହିଲାନାହିଁ। ସେପଟେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କୁମାରସ୍ବାମୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ୧୫ ବିଦ୍ରୋହୀ ବିଧାୟକଙ୍କ ଉପରେ ହ୍ବିପ୍‌ ଜାରି କରିବା ସମ୍ପର୍କିତ ୧୭ ତାରିଖର ରାୟକୁ ନେଇ ଶୀର୍ଷ ଅତାଲତଙ୍କ ସ୍ପଷ୍ଟୀକରଣ ଲୋଡ଼ିଛି କଂଗ୍ରେସ। ପାର୍ଲାମେଣ୍ଟରେ ବିରୋଧୀ ସଦସ୍ୟମାନେ କର୍ନାଟକ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି। ଏସବୁକୁ ନେଇ କର୍ନାଟକ ଅଡ଼ୁଆ ବଢ଼ି ଚାଲିଥିବାବେଳେ ଜାତୀୟ ରାଜନୀତିର ତାପମାତ୍ରା ଉପରକୁ ଉଠିଛି।
ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌)-କଂଗ୍ରେସ ମେଣ୍ଟର ୧୫ ବିଧାୟକଙ୍କ ଇସ୍ତଫା ଏବଂ ୨ ସ୍ବାଧୀନ ସଦସ୍ୟ ସରକାରରୁ ଓହରି ଭାଜପା ପଟେ ଢଳିବା ପରେ କର୍ନାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। କୁମାରସ୍ବାମୀ ସରକାର ସଂଖ୍ୟାଲଘୁ ପାଲଟିଯାଇଥିବା ଦର୍ଶାଇ ଭାଜପା ବିଧାୟକ ଦଳ ନେତା ବି.ଏସ୍‌. ୟେଦୁରପ୍ପା ତାଙ୍କର ଇସ୍ତଫା ଦାବି କରିବା ପରେ ଗୁରୁବାର ବିଧାନସଭାରେ ଆସ୍ଥାଭୋଟ ଆଗତ ହୋଇଥିଲା। ଉଭୟ ପକ୍ଷଙ୍କ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଗୃହକୁ ଦିନକ ପାଇଁ ସ୍ଥଗିତ ରଖିଥିଲେ। ଏହାର ପ୍ରତିବାଦରେ ୟେଦୁରପ୍ପାଙ୍କ ସମେତ ଭାଜପା ବିଧାୟକମାନେ ବିଧାନସଭାରେ ଧାରଣା ଦେବା ସହ ରାତ୍ରିଯାପନ କରିଥିଲେ। ଇତିମଧ୍ୟରେ ଭାଜପା ନେତାମାନେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ସାରିଥିଲେ। ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ଅପରାହ୍ନ ଦେଢ଼ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁବାର ରାତିରେ ମହଲତ ଦେଇଥିଲେ। ଶୁକ୍ରବାର ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ କହିଥିଲେ, ରାଜ୍ୟପାଳଙ୍କଠାରୁ ଦ୍ୱିତୀୟ ପ୍ରେମପତ୍ର ଆସିଛି, ଯାହାକୁ ନେଇ ସେ ବ୍ୟଥିତ ହୋଇଛନ୍ତି। ହେଲେ ସେ ରାଜ୍ୟପାଳଙ୍କୁ ସମାଲୋଚନା କରିପାରିବେ ନାହିଁ। ତେବେ ରାଜ୍ୟପାଳ ଏଭଳି ମହଲତ୍‌ ଦେଇପାରିବେ କି ନାହିଁ ସେନେଇ ନିଷ୍ପତ୍ତି ନେବା ଲାଗି କୁମାରସ୍ବାମୀ ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କୁ ଅନୁରୋଧ କରିଥିଲେ।
ଏହାସହ ବିଧାୟକମାନଙ୍କୁ ୪୦-୫୦ ଲକ୍ଷ ଟଙ୍କା ଲେଖାଏ ଲୋଭ ଦେଖାଯାଉଛି। ସେଇ ଟଙ୍କା କାହାର ବୋଲି ଭାଜପାକୁ ସେ ଟାର୍ଗେଟ କରିଥିଲେ। ସେହିପରି ଜେଡିଏସ୍‌ ବିଧାୟକ ଶ୍ରୀନିବାସ ଗୌଡ଼ା ମଧ୍ୟ ମେଣ୍ଟ ସରକାରଙ୍କ ପତନ ଘଟାଇବା ପାଇଁ ତାଙ୍କୁ ଭାଜପା ପକ୍ଷରୁ ୫ କୋଟି ଟଙ୍କା ଲାଞ୍ଚ ଯଚାଯାଇଥିବା ଅଭିଯୋଗ ଆଣିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦାରାମାୟା କହିଥିଲେ, ବିଧାୟକମାନଙ୍କୁ ଭାଜପା କିଣି ସାରିଥିବାରୁ ଭୋଟିଂ ପାଇଁ ତରତର ହେଉଛି। ହେଲେ ବିତର୍କ ସୋମବାର ଯାଏ ଚାଲିପାରେ। ଅନେକ ବିଧାୟକ ବିତର୍କରେ ଭାଗନେବା ପାଇଁ ନିଜ ନାମ ଦେଇଥିବାରୁ ଏହା ଶେଷ ହେବା ପରେ ହିଁ ଆସ୍ଥାଭୋଟ କରାଯାଉ। ଏହାର ଜବାବରେ ବାଚସ୍ପତି କହିଥିଲେ, ସବୁକିଛି ସାମ୍ବିଧାନିକ ନିୟମାନୁସାରେ ଚାଲିବ। କାରଣ ସାରା ବିଶ୍ୱ ନିକଟରେ ସେ ଉତ୍ତରଦାୟୀ ଓ ଆଗକୁ ସେ ହିଁ ଲୋକଙ୍କୁ ସାମ୍ନା କରିବେ। ସେପଟେ ଅପରାହ୍ନ ଦେଢ଼ଟା ହେବା ମାତ୍ରେ ଆସ୍ଥାଭୋଟ ଉପରେ ମତ ବିଭାଜନ ପାଇଁ ଭାଜପା ଦାବି କରିଥିଲା। ରାଜ୍ୟପାଳଙ୍କ ଭୂମିକାକୁ ନେଇ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଚାଲିଥିବା ହୋହଲ୍ଲା ମଧ୍ୟରେ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା। ପରେ ୟେଦୁରପ୍ପା କହିଥିଲେ, ରାଜ୍ୟପାଳ ତାଙ୍କର ଶେଷ ଚିଠିରେ ଶୁକ୍ରବାର ସୁଦ୍ଧା ଆସ୍ଥାଭୋଟ କରାଇବାକୁ କହିଛନ୍ତି। ଯେତେ ବିଳମ୍ବିତ ରାତି ହେଲେ ବି ଭାଜପା ସଦସ୍ୟ ଶାନ୍ତିଶୃଙ୍ଖଳାର ସହ ବସିରହିବେ। ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ଆସ୍ଥାଭୋଟ କରାଯାଉ ବୋଲି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ଶେଷରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ବାଚସ୍ପତି ଗୃହକୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଥିଲେ। ଏହାସହ ସୋମବାର ହିଁ ଆସ୍ଥାଭୋଟ କରାଯିବ। ଏହି ବିଷୟକୁ କୌଣସି ପରିସ୍ଥିତିରେ ଅଧିକ ସମୟ ଗଡ଼ାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri