ଜାତୀୟ

୪୧ ବର୍ଷ ପରେ ମା’ଙ୍କୁ ଭେଟିଲେ ପୁଅ

ଚେନ୍ନାଇ,୨୪।୧୧: ତାମିଲନାଡୁରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୪୧ ବର୍ଷ ପରେ ମା’ଙ୍କୁ ଭେଟିଛନ୍ତି ପୁଅ। ଏହି ମିଳନ ପରେ ଉଭୟ ମା’ ଏବଂ ପୁଅ ଭାବବିହ୍ବଳ ହୋଇପଡିଥିଲେ। ତାମିଲନାଡୁରେ ରହୁଥିବା ଧନଲକ୍ଷ୍ମୀ ୧୯୭୬ରେ ଅଭାବ ଅନାଟନ ଭିତରେ…

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ନ ହେବାରୁ ଶିବସେନା ସମର୍ଥକଙ୍କ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ, ୨୪।୧୧: ମହାରାଷ୍ଟ୍ରରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଭାଙ୍ଗି ଯାଇଛି। ଦେବେନ୍ଦ୍ର ଫଡନବୀଶ ଲଗାତର ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଶିବସେନାର ଜଣେ ସମର୍ଥକ ଆତ୍ମହତ୍ୟା ପ୍ରୟାସ କରିଛନ୍ତି। ମୁମ୍ବାଇଠାରୁ ୫୮୦ କିମି ଦୂର…

ମୋଦିଙ୍କୁ ଧନ୍ୟବାଦ ଦେଲେ ଅଜିତ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ରବିବାର ଅଜିତ୍‌ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ମହାରାଷ୍ଟ୍ରରେ ଏକ ସ୍ଥାୟୀ ସରକାର ଗଠନ ହୋଇଛି। ଆଉ ମହାରାଷ୍ଟ୍ରବାସୀଙ୍କ କଲ୍ୟାଣ ପାଇଁ ଏହା…

ଜେସିବି-ଡମ୍ପର ସମେତ ୯ ଗାଡ଼ିରେ ନିଆଁ ଲଗାଇଲେ ମାଓବାଦୀ

ଦନ୍ତଓ୍ବାଡା,୨୪।୧୧: ଛତିଶଗଡ଼ ଦନ୍ତଓ୍ବାଡାରେ ମାଓବାଦୀମାନେ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଥିବାବେଳେ ଏହାକୁ ମାଓବାଦୀମାନେ ବିରୋଧ କରିଛନ୍ତି। ସେମାନେ ଜେସିବି-ଡମ୍ପର ସମେତ…

ରାତାରାତି ବାଜି ଓଲଟ ପାଲଟରେ ଓସ୍ତାଦ ମୋଦି-ଶାହ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ପ୍ରତିଦିନ ଟୁଇଷ୍ଟ ଦେଖିବାକୁ ମିଳୁଥିଲା। ହେଲେ ରାତାରାତି ସବୁକିଛି ହୋଇଗଲା ଓଲଟ ପାଲଟ। ନଭେମ୍ବର ୨୩ ସକାଳେ ଏମିତି ଖବର ଆସିଲା ଯାହା ସମସ୍ତଙ୍କୁ ଚମକାଇ ଦେଲା। ସଂଖ୍ୟା ଗରିଷ୍ଠତା ନ ଥାଇ ମଧ୍ୟ…

ସୁରକ୍ଷିତ ଅଛନ୍ତି ଏନ୍‌ସିପିର ନିଖୋଜ ବିଧାୟକ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତକୁ ନେଇ ସୁପ୍ରିମକୋର୍ଟରେ ରବିବାର ଶୁଣାଣି ଥିବା ସମୟରେ ଏନ୍‌ସିପି ବିଧାୟକ ଦୌଲତ ଦରୋଦା ସକାଳେ ନିଖୋଜ ହୋଇଯାଇଥିବା ଜଣାପଡିଲା। ହେଲେ ଏହାର କିଛି ଘଣ୍ଟା ପରେ ଦରୋଦା ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି କି ସେ ଏବେ ସମ୍ପୂର୍ଣ୍ଣ…

ଯୁବକଙ୍କ ହାତ ଓ ପାଦର ଆଙ୍ଗୁଳି ସଂଖ୍ୟା ୨୮…

ସାଧାରଣତଃ ମଣିଷଙ୍କ ଦୁଇ ହାତ ଏବଂ ପାଦରେ ୧୦ ଲେଖାଏଁ ଆଙ୍ଗୁଳି ରହିଥାଏ। ତେବେ ଗୁଜରାଟରେ ବାସ କରୁଥିବା ଦେବେନ୍ଦ୍ର ସୁଥରଙ୍କ ପ୍ରତି ହାତ ଏବଂ ପାଦରେ ୭ ଲେଖାଏଁ ଆଙ୍ଗୁଳି ରହିଛି। ତାଙ୍କର ଆଙ୍ଗୁଳି ସଂଖ୍ୟା ୨୮। ସେହିପରି ଓଡ଼ିଶାର…

ମହାରାଷ୍ଟ୍ର ରାଜନୈତିକ ସ୍ଥିତି: ସୋମବାର ଶୁଣାଣି; ରାଜ୍ୟପାଳଙ୍କଠାରୁ ଦସ୍ତାବିଜ୍‌ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟୁନି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ୍‌ ଶାସନ ଡୋରି ଧରିଥିବାବେଳେ ଏନେଇ ଶିବସେନା-ଏନ୍‌ସିପି-କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ରବିବାର ସୁପ୍ରିମ୍‌କୋର୍ଟ ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ରାଜ୍ୟପାଳ ଭଗତ…

ଏନ୍‌ଡିଏରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି ପାଓ୍ବାର

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ମହାଭାରତର ଅଭେଦ୍ୟ ଦୁର୍ଗକୁ ପଶିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ବୋଲି କୁହାଯାଉଛି। ଗୋଟିଏ ପଟେ ଏନ୍‌ସିପି ନେତା ଅଜିତ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ସରକାର ଗଢୁଥିବା ବେଳେ ଅନ୍ୟପଟେ ଏନ୍‌ସିପି ମୁଖ୍ୟ ଏହାକୁ…

୩ ବର୍ଷରେ ୫ ରାଜ୍ୟରେ ଭାଜପା ପାଇଁ ଗେମ୍‌ ଚେଞ୍ଜର୍‌ ହୋଇଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୪।୧୧: ଗତ ୩ ବର୍ଷ ମଧ୍ୟରେ ୫ ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ରାଜ୍ୟପାଳ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହୋଇଛନ୍ତି। ପ୍ରତିଟି କ୍ଷେତ୍ରରେ ରାଜ୍ୟପାଳଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ଚଳିତ ନଭେମ୍ବର ୨୩ରେ ମହାରାଷ୍ଟ୍ରରେ ଗଠନ କରାଯାଇଥିବା ଭାଜପା…

ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପରଲୋକ

ଭୋପାଳ,୨୪।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଚନ୍ଦ୍ର ଯୋଶୀଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଛି। ସେ ମଧ୍ୟପ୍ରଦେଶର ୯ମ ମୁଖ୍ୟମନ୍ତ୍ରୀ ଭାବେ ଜୁନ୍‌ ୧୯୭୭ରୁ ଜାନୁୟାରୀ ୧୯୭୮ (୬ମାସ) ପାଇଁ କାର୍ଯ୍ୟଭାର…

ପାକିସ୍ତାନକୁ ପିଓକେ ବଦଳରେ ଟମାଟୋ ଦେବାକୁ ଅଫର୍‌ ଦେଲେ କୃଷକ

ନୂଆଦିଲ୍ଲୀ,୨୪।୧୧: ପାକିସ୍ତାନରେ ଏବେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ଏବେ ସେଠାରେ ଟମାଟୋ କିଲୋ ପିଛା ଦର ୪ଶହ ଟଙ୍କାରେ ପହଞ୍ଚିଛି। ଏତିକି ବେଳେ ଭାରତର କୃଷକ ପାକିସ୍ତାନକୁ ଟମାଟୋ ଦେବାପାଇଁ କିଛି ଅଫର୍‌ ଦେଇଛନ୍ତି। ଏମାନେ କହିଛନ୍ତି ପାକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri