Posted inଜାତୀୟ

ଦିଲ୍ଲୀ ଡାଇଲଗ୍ସ ୨୦୨୦ରେ ମତ ରଖିଲେ ୫୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୫ା୨: ଦିଲ୍ଲୀରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ‘ଦିଲ୍ଲୀ ଡାଇଲଗ୍ସ ୨୦୨୦’ ଶୀର୍ଷକ ବିତର୍କ ମଙ୍ଗଳବାର ଆୟୋଜନ କରାଯାଇଛି। ଫାଷ୍ଟ ଟାଇମ୍‌ ଭୋଟର ଡଟ୍‌ ଓଆରଜି ପକ୍ଷରୁ କନ୍‌ଷ୍ଟିଚ୍ୟୁଶନ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଯୁବ ଭୋଟର ଯୋଗଦେଇଥିଲେ। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଏକକ ଦଓ୍ବୋନୀ ସଂହିତା, ଆର୍ଥତ୍କ ମାନ୍ଦାବସ୍ଥା, ଇଣ୍ଟରନେଟ ସେବା ମୌଳିକ ଅଧିକାର ଓ ଦିଲ୍ଲୀକୁ ରାଜ୍ୟ ମାନ୍ୟତା ପ୍ରଦାନ ଆଦି ସାମ୍ପ୍ରତିକ ପ୍ରସଙ୍ଗରେ ଯୁବପିଢ଼ି ନିଜ ନିଜ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ।
ସ୍କୁଲ ଛାତ୍ର କାର୍ତ୍ତିକେୟ ଗୋଏଲଙ୍କ ଦ୍ୱାରା ପ୍ରତିଷ୍ଠିତ FirstTimeVoter.orgର ଏହି ବିତର୍କର ଫାଇନାଲ ରାଉଣ୍ଡରେ ୫୦ ଛାତ୍ରୀଛାତ୍ର ଭାଗନେଇଥିଲେ, ଯେଉଁମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟର ୫୦୦ ଜଣଙ୍କ ମଧ୍ୟରୁ ବଛାଯାଇଥିଲା। ବିତର୍କ ପରେ ଆଇଏମ୍‌ଏସ୍‌ ଲ କଲେଜର ମନୀଷ୍‌ କୁମାରଙ୍କୁ ବିଜେତା ଘୋଷଣା କରାଯାଇଥିଲା। ସେହିପରି ଏସ୍‌ଜିଟିବି ଖାଲ୍‌ସା କଲେଜ ଛାତ୍ର ଆଶମାନ୍‌ କୌର ପ୍ରଥମ ଏବଂ ଇଗ୍‌ନୁର ବ୍ୟାସ ରାଜ ଦ୍ୱିତୀୟ ରନର୍ସ ଅପ୍‌ ମାନ୍ୟତା ପାଇଥିଲେ। ବିଜେତା ଓ ଦୁଇ ରନର୍ସ ଅପ୍‌ଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ କାର୍ତ୍ତିକେୟ ଗୋଏଲ କହିଥିଲେ, ସାମାଜିକ ଓ ରାଜନୈତିକ ଭାବେ ସଚେତନ ଲୋକଙ୍କୁ ଗୋଷ୍ଠୀବଦ୍ଧ କରିବା ଅତ୍ୟନ୍ତ ଉତ୍ସାହଜନକ। ଆମ ଆଗରେ ଥିବା ତୃଣମୂଳ ସ୍ତରର ଆହ୍ବାନଗୁଡ଼ିକ ସମ୍ପର୍କରେ ଭଲ ଭାବେ ଅବଗତ ଆଗାମୀ ପିଢ଼ି ରାଜନେତାଙ୍କ ପାଇଁ ଏହା ବାଟ ଫିଟାଇବ। ଅନୁରୂପ ଭାବେ ପୂର୍ବତନ ଆଇପିଏସ୍‌ ଅଧିକାରୀ ତଥା ଏଏପି ନେତା ଡକ୍ଟର ଅଜୟ କୁମାର ରାଜନୈତିକ ଚ୍ୟାଲେଞ୍ଜଗୁଡ଼ିକ ଉପରେ ରୁଚିପୂର୍ଣ୍ଣ ଆଭିମୁଖ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri