କଂଗ୍ରେସରୁ ଇସ୍ତଫା ଦେଲେ ସାବିତ୍ରୀ ବାଇ ଫୁଲେ: ଗଢିବେ ନିଜର ଦଳ
ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍ପି ସାବିତ୍ରୀ ବାଇ ଫୁଲେ ଚଳିତ ବର୍ଷ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ଗୁରୁବାର ସେ କଂଗ୍ରେସରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି କଂଗ୍ରେସ ତାଙ୍କ କଥା ନ ଶୁଣିବାରୁ…
ଯୁବବର୍ଗଙ୍କୁ ଭୁଲ୍ ରାସ୍ତା ଦେଖାଉଥିବା ଲୋକ ନେତା ନୁହେଁ: ବିପିନ ରାଓ୍ବତ
ନୂଆଦିଲ୍ଲୀ,୨୬।୧୨: ଭାରତୀୟ ରାଜନୀତିଠାରୁ ସବୁବେଳେ ନିଜକୁ ଦୂରେଇ ରଖିଥାଏ ଭାରତୀୟ ସେନା। ହେଲେ ଏବେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ ଏମିତି ଏକ କଥା କହିଛନ୍ତି ଯାହା ଭାରତୀୟ ରାଜନୀତିର ନେତାମାନଙ୍କୁ ସିଧା ସଳଖ ଇଙ୍ଗିତ କରୁଛି ବୋଲି କୁହାଯାଉଛି। ଗୁରୁବାର…
ଜୀବିକା ବଞ୍ଚାଇବା ପାଇଁ ଗର୍ଭାଶୟ ବାହାର କରୁଛନ୍ତି ମହିଳା
ମୁମ୍ବାଇ,୨୬।୧୨: ଏଭଳି ଏକ ରାଜ୍ୟ ଅଛି ଯେଉଁଠାରେ ଜୀବିକା ବଞ୍ଚାଇବା ପାଇଁ ମହିଳାମାନେ ନିଜ ଗର୍ଭାଶୟ ବାହାର କରିଦେଉଛନ୍ତି। ଏହି ଘଟଣା ଚକିତ କରୁଥିବା ବେଳେ ଏହା ସତ। ଏଭଳି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ମରାଠଓ୍ବାଡା ଅଞ୍ଚଳରୁ। ଏହାକୁ ନେଇ…
ପ୍ଲାଷ୍ଟିକ ବଦଳରେ ମିଳୁଛି କ୍ଷୀର
ପଞ୍ଚକୁଲା,୨୬।୧୨: ହରିୟାଣାର ପଞ୍ଚକୁଲାରେ ଏବେ ଲୋକଙ୍କୁ ପ୍ଲାଷ୍ଟିକ ବଦଳରେ କ୍ଷୀର ମିଳୁଛି। ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏବେ ଏମିତି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୧ କିଲୋ ପ୍ଲାଷ୍ଟିକ ଅବା ୧୦ଟି ପ୍ଲାଷ୍ଟିକ ବୋତଲ ବଦଳରେ ଗୋଟିଏ ପ୍ୟାକେଟ(୫୦୦ଗ୍ରାମ) କ୍ଷୀର…
ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଲା ଭାରତୀୟ ସେନା : ୨ ପାକ୍ ସେନା ନିହତ
ନୂଆଦିଲ୍ଲୀ,୨୬।୧୨: ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ପାକିସ୍ତାନ ପକ୍ଷରୁ ବୁଧବାର ଏଲ୍ଓସିର ଉରି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ପାକିସ୍ତାନ ପଟରୁ କରାଯାଇଥିବା ଗୁଳି ଚାଳନାରେ ଭାରତୀୟ ସେନାର ଜଣେ ଯବାନ…
ପର୍ଯ୍ୟଟକଙ୍କ ପସନ୍ଦର ୧୦୦ ସହର: ଟପ୍ ୨୦ରେ ଦିଲ୍ଲୀ, ମୁମ୍ବାଇ
ନୂଆଦିଲ୍ଲୀ: କର୍ମମୟ ଜୀବନରେ ସମସ୍ତେ ବ୍ୟସ୍ତ ରହୁଥିବା ବେଳେ ଅଫିସ ବା ଘର କାମରୁ କିଛି ସମୟ ବାହାର କରି ଲୋକମାନେ ଟିକେ ବୁଲି ଆସିବାକୁ ଭାବନ୍ତି। ଘରଠୁ ଦୂର ଯେକୌଣସି ଜାଗାକୁ ଯାଇ ଶରୀର ଓ ମସ୍ତିଷ୍କକୁ ଟିକେ ରେଷ୍ଟ…
ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିଲେ ମୋଦି
ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଛି। ଏହି ବିରଳ ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ବେଳେ ଏହାର ଏକ ଫଟୋ ଶେୟାର କରିଛନ୍ତି। ଏହା ପୂର୍ଣ୍ଣ ସୂର୍ଯ୍ୟୋପରାଗ ହୋଇ ନ ଥିବା ବେଳେ ସୂର୍ଯ୍ୟର ବାହାର…
ମାଙ୍ଗାଲୁରୁ ବିକ୍ଷୋଭକାରୀ ମୃତ୍ୟୁ ଘଟଣା: ସହାୟତା ଫେରାଇନେଲେ କର୍ନାଟକ ସରକାର
ବେଙ୍ଗାଲୁରୁ,୨୬ା୧୨(ପି.ଟି.): ମାଙ୍ଗାଲୁରୁରେ ସିଏଏ ବିରୋଧୀ ଆନ୍ଦୋଳନ ବେଳେ ପୋଲିସ ଗୁଳିରେ ନିହତ ଦୁଇଜଣ ବିକ୍ଷୋଭକାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବାକୁ କର୍ନାଟକ ସରକାର ଘୋଷଣା କରିଥିଲେ। ଏହି ସହାୟତାକୁ ପ୍ରତ୍ୟାହାର କରିନିଆଯାଇଥିବା ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା…
ସମ୍ପତ୍ତି ନଷ୍ଟକୁ ନିନ୍ଦା କଲେ ମୋଦି
ଲକ୍ଷ୍ନୌ/ନୂଆଦିଲ୍ଲୀ,୨୬ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରାଯିବା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି। ବିକ୍ଷୋଭକାରୀ ଠିକ୍ କରିଛନ୍ତି, ନା ଭୁଲ୍ ତାହାର ଆତ୍ମସମୀକ୍ଷା କରିବା ଆବଶ୍ୟକ। ସର୍ବସାଧାରଣ ସମ୍ପତ୍ତିର ଯତ୍ନ…
କଂଗ୍ରେସ କ୍ଷମତାକୁ ଆସିଲେ ରିହାତିରେ ମିଳିବ ବିଦ୍ୟୁତ: ସୁଭାଷ ଚୋପ୍ରା
ନୂଆଦିଲ୍ଲୀ,୨୬।୧୨: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେଠାରୁ ପ୍ରାୟ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଯୋଜନା ପ୍ରସ୍ତୁତ କଲେଣି। ଏବେ ସାରା ଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନୈରାଶ୍ୟଜନକ ପ୍ରଦର୍ଶନ ସହ କଂଗ୍ରେସ ଦୁଇପାଦ…
ଦୃଶ୍ୟମାନ ହେଲା ବର୍ଷର ଶେଷ ସୂର୍ଯ୍ୟୋପରାଗ
ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଛି। ଏହି ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଦେଶର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି। ବିଭିନ୍ନ ପ୍ଲାନେଟୋରିୟମରେ ଏହି ବିରଳ ଦୃଶ୍ୟ ଦେଖିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। କାରଣ ଏହାକୁ ଖାଲି ଆଖିରେ…
ଡିଜିପିଙ୍କୁ ଏନ୍ଏଚ୍ଆର୍ସି ନୋଟିସ
ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ନୋଟିସ ଜାରି କରିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ଯୋଗୁ ମାନବାଧିକାର ଉଲ୍ଲଂଘନ ହୋଇଥିବା ନେଇ ଏନ୍ଏଚ୍ଆର୍ସିରେ ଏକାଧିକ ଅଭିଯୋଗ ହୋଇଥିଲା।…
Archives


