ମୋଦି-ଶାହ ଆଇନଜୀବୀଙ୍କ ଭଳି କଥା କହିବା ବନ୍ଦ କରନ୍ତୁ: ସିଙ୍ଘଓ୍ବୀ
ନୂଆଦିଲ୍ଲୀ,୨୫।୧୨: ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆର୍ ନେଇ କଂଗ୍ରେସ ଭାଜପା କୁ ଘେରିବାରେ ଲାଗିଛି। ଏହି ମର୍ମରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଓ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି।…
ଅଟଳ ଟନେଲ୍: ହିମାଚଳପ୍ରଦେଶ ସହିତ ଲଦାଖ୍ ଏବଂ ଜମ୍ମୁ-କଶ୍ମୀର ମଧ୍ୟରେ ଯୋଗାଯୋଗ ହେବ ସହଜ
ନୂଆଦିଲ୍ଲୀ,୨୫।୧୨: ମନାଲୀଠାରୁ ଲେହ ପର୍ଯ୍ୟନ୍ତ ନିର୍ମିତ ହେଉଥିବା ରୋହତାଙ୍ଗ ଟନେଲ୍କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଟନେଲ୍ ଭାବେ ନାମିତ କରିଛନ୍ତି। ୮.୮ କିଲୋମିଟର ଦୀର୍ଘ ବିଶ୍ୱର ଏହି ଉଚ୍ଚତମ ଟନେଲ୍ ନିର୍ମାଣ ପାଇଁ ୨୦୦୫ରେ ୪ ହଜାର କୋଟି…
ଐଶ୍ଚର୍ଯ୍ୟାଙ୍କୁ ପ୍ରତି ମାସରେ ୨୨ ହଜାର ଟଙ୍କା ଦେବେ ତେଜପ୍ରତାପ
ପାଟନା,୨୫।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ଚର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ପ୍ରକ୍ରିୟାର ଶୁଣାଣି ଫ୍ୟାମିଲି କୋର୍ଟରେ ଆରମ୍ଭ ହୋଇଛି। ଭରଣପୋଷଣ ବାବଦରେ ତେଜପ୍ରତାପ ଐଶ୍ଚର୍ଯ୍ୟାଙ୍କୁ ପ୍ରତିମାସରେ ୨୨ ହଜାର ଟଙ୍କା ଦେବେ…
ଆରମ୍ଭ ହେଲା ଅଟଳ ଭୂଜଳ ଯୋଜନା: ୮ ହଜାରରୁ ଅଧିକ ଗାଁରେ ପହଞ୍ଚିବ ପିଇବା ପାଣି
ନୂଆଦିଲ୍ଲୀ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟଳ ଭୂଜଳ ଯୋଜନା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଏହି ଉପଲକ୍ଷେ ଆୟୋଜିତ…
ନିୟନ୍ତ୍ରଣ ରେଖାରେ ଯବାନ ପାଳିଲେ ବଡ଼ଦିନ: ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଭାଇରାଲ
ଶ୍ରୀନଗର,୨୫।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯବାନମାନେ ଜିଙ୍ଗଲ୍ ବେଲ୍ ଗୀତ ବୋଲିବା ସହିତ ନାଚକୁଦ କରୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ଜଣେ…
ରାହୁଲ-ପ୍ରିୟଙ୍କାଙ୍କୁ ସାବଧାନ; ସେମାନେ ପେଟ୍ରୋଲ୍ ବମ୍: ଅନୀଲ୍ ବିଜ୍
ଚଣ୍ଡିଗଡ଼, ୨୫।୧୨: ହରିୟାଣା ସ୍ବରାଷ୍ଟ୍ରମନ୍ତ୍ରୀ ଅନୀଲ୍ ବିଜ୍ଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସେ ଟୁଇଟ୍ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହେଉଛନ୍ତି ପେଟ୍ରୋଲ୍ ବମ୍ ସଦୃଶ। ତେଣୁ…
୧୨୬ କୋଟି ଯମୁନା ଏକ୍ସପ୍ରେସ୍ଓ୍ବେ ଦୁର୍ନୀତିର ଯାଞ୍ଚ୍ କରିବ ସିବିଆଇ
ଲକ୍ଷ୍ନୌ, ୨୫।୧୨: ଯମୁନା ଏକ୍ସପ୍ରେସ୍ଓ୍ବେ ଦୁର୍ନୀତିର ଯାଞ୍ଚ୍ ଏବେ ସିବିଆଇ କରିବ। ଏଥିରେ ୧୨୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନୋଏଡ଼ାକୁ ଆଗ୍ରା ମଧ୍ୟରେ ଯୋଗାଯୋଗ କରୁଥିବା ୧୬୫ କିମି ଏହି ଏକ୍ସପ୍ରେସ୍ଓ୍ବେର ନିର୍ମାଣ କାର୍ଯ୍ୟ ୨୦୦୯ରେ ଉତ୍ତରପ୍ରଦେଶର…
ବିବାହ କଥା ଉଠିବାରୁ ୩ ଦିନ ଧରି କବାଟ ବନ୍ଦ କରି ରହିଥିଲେ ଅଟଳ ବିହାରୀ ବାଜପେୟୀ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଫଳ ରାଜନୈତିକ କ୍ୟାରିୟର ରହିଥିଲା। ୧୯୨୪, ଡିସେମ୍ବର ୨୫ରେ ସେ ଗ୍ବାଲିୟରରେ ଜନ୍ମଗ୍ରହଣ କରିଥିଲେ। ଅଟଳ ଜୀ ସାରା ଜୀବନ ଅବିବାହିତ ରହିଥିଲେ। ଥରେ ବାଜପେୟୀଙ୍କୁ ପଚରା ଯାଇଥିଲା ଆପଣ ଅବିବାହିତ କାହିଁକି ଅଛନ୍ତି?…
ସ୍ମୃତି ସ୍ଥଳରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ…
ଓଓ୍ବାଇସି ବୁଝାଇଲେ ଫରକ୍ କ’ଣ
ହାଇଦ୍ରାବାଦ,୨୫ା୧୨: ସିଏଏକୁ ଆରମ୍ଭରୁ ବିରୋଧ କରୁଥିବା ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ୍ ଓଓ୍ବାଇସି ମଙ୍ଗଳବାର ଏନ୍ପିଆର୍ ସମ୍ପର୍କରେ ୫ଟି ଟୁଇଟ୍ କରିଛନ୍ତି। ଏଥିରେ ସେ ଏନ୍ଆର୍ସି ଏବଂ ଏନ୍ପିଆର ମଧ୍ୟରେ କ’ଣ ପ୍ରଭେଦ ରହିଛି ତାହା ବୁଝାଇଛନ୍ତି। ସେ ଲେଖିଛନ୍ତି, ଏନ୍ପିଆର୍ ହେଉଛି…
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟକୁ ନେଇ ଘେରିଲା କଂଗ୍ରେସ
ନୂଆଦିଲ୍ଲୀ,୨୫ା୧୨(ପି.ଟି./ଆଇଏଏନ୍ଏସ୍): ଏନ୍ସିଆର୍ ପ୍ରସ୍ତୁତି ପାଇଁ ଏନ୍ପିଆର୍ ପ୍ରଥମ ପଦକ୍ଷେପ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଥିଲା। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଘେରିଛି। କଂଗ୍ରେସ ପକ୍ଷରୁ ଟୁଇଟ୍ କରାଯାଇଛି ଯେ, ଏନ୍ପିଆର୍କୁ ନେଇ ଏନ୍ଆର୍ସି ପ୍ରସ୍ତୁତ…
ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ
ମୁମ୍ବାଇ, ୨୫ା୧୨: ଏନ୍ସିପି ନେତା ଅଜିତ୍ ପାଓ୍ବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ୍ ଆଗାମୀ ୩୦ରେ ଶପଥଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କୁ ଚମକାଇ ଦେବେନ୍ଦ୍ର ଫଡ୍ନବିସ୍ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ସେ…
Archives


