ଜାମିଆ ହିଂସା: ବିନା ଅନୁମତିରେ କ୍ୟାମ୍ପସ୍ରେ ପଶି ମାରପିଟ୍ କରିଥିଲା ପୋଲିସ; ଭିସି
ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ସୋମବାର ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ କୁଳପତି ନଜ୍ମା ଅଖତର ଭେଟିଛନ୍ତି। ସେହି ସମୟରେ ଗତ ମାସରେ କ୍ୟାମ୍ପସ୍ ଭିତରେ ହୋଇଥିବା ହିଂସାକୁ ନେଇ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଛାତ୍ରମାନେ ଦାବି କରିଥିଲେ।…
ଜାନୁୟାରୀ ୧୭ରେ ଉତ୍କ୍ଷେପଣ ହେବ ଜିସାଟ୍-୩୦: ବଢ଼ିବ ଇଣ୍ଟରନେଟ୍ ସ୍ପିଡ୍
ନୂଆଦିଲ୍ଲୀ,୧୩।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜାନୁୟାରୀ ୧୭ରେ ମହାକାଶକୁ ଜିସାଟ୍-୩୦ ଉତ୍କ୍ଷେପଣ କରାଯିବ। ଫ୍ରେଞ୍ଚ୍ ଗୁଏନାର କୋଉରୋ ଲଞ୍ଚପ୍ୟାଡ୍ରୁ ୟୁରୋପିଆନ୍ ହେଭି ରକେଟ ଏରିୟନ୍-୫-ଇସିଏ ଦ୍ୱାରା ଏହାକୁ ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଉତ୍କ୍ଷେପଣ…
ଏସିଡ୍ ଆଟାକ୍ ସର୍ଭାଇଭରଙ୍କୁ ପେନସନ୍ ଦେବାକୁ ଯୋଜନା କରୁଛନ୍ତି ଉତ୍ତରାଖଣ୍ଡ ସରକାର
ଡେରାଡୁନ,୧୩।୧: ଦେଶରେ ଏସିଡ୍ ଆଟାକ୍ ପୀଡିତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍ରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛପାକ’ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏବେ ଏହି ଏସିଡ୍ ଆଟାକ୍ ସର୍ଭାଇଭରଙ୍କୁ ପେନସନ୍ ଦେବାକୁ ଉତ୍ତରାଖଣ୍ଡ…
ସିଆର୍ପିଏଫ୍ ଗାଡ଼ି ଉପରକୁ ଗୁଳିମାଡ଼ କଲେ ଆତଙ୍କବାଦୀ
ଶ୍ରୀନଗର,୧୩।୧: ଜମ୍ମୁ-କଶ୍ମୀରରେ ସିଆର୍ପିଏଫ୍ ଗାଡ଼ି ଉପରେ ସୋମବାର ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ସ୍ଥାନୀୟ ଅନନ୍ତନାଗରେ ଏହା ଘଟିଛି। କିଛି ଆତଙ୍କବାଦୀ ସିଆର୍ପିଏଫ୍ ଗାଡ଼ି ଉପରେ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଅନନ୍ତନାଗ-ପହଲଗାମ୍ ରାସ୍ତାରେ ଥିବା ସରନାଲ୍ ଅନନ୍ତନାଗଠାରେ ହଠାତ୍ ସିଆର୍ପିଏଫ୍…
ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଭିସି କାର୍ଯ୍ୟାଳୟ ଘେରାଓ କଲେ ଛାତ୍ର
ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିର ଛାତ୍ରମାନେ ସୋମବାର କୁଳପତିଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି। କୁଳପତି ନଜମା ଅଖତରଙ୍କ କାର୍ଯ୍ୟାଳୟ ବାହାରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇଛନ୍ତି। ଏଥିରେ ପରୀକ୍ଷା ତାରିଖକୁ ପୁନଃନିର୍ଦ୍ଧାରଣ, ପୋଲିସ ବିରୋଧରେ…
୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଡିଏସ୍ପି କରିଥିଲେ ୧୨ ଲକ୍ଷ ଟଙ୍କାର ଡିଲ୍
ଶ୍ରୀନଗର,୧୩।୧: ଡିଏସ୍ପି ଦେବିନ୍ଦର ସିଂଙ୍କୁ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଗିରଫ କରାଯାଇଛି। କଶ୍ମୀରର କୁଲଗାମ୍ରେ ହିଜିବୁଲ୍ ମୁଜାହିଦ୍ଦିନ୍ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଦେବିନ୍ଦର ୧୨ ଲକ୍ଷ ଟଙ୍କାର ଡିଲ୍ କରିଥିଲେ।…
ପ୍ରଥମ ରାଜ୍ୟ ଭାବେ କେନ୍ଦ୍ର ନିକଟକୁ ଶରଣାର୍ଥୀଙ୍କ ତାଲିକା ପଠାଇଲା ଉତ୍ତର ପ୍ରଦେଶ
ଲକ୍ଷ୍ନୌ,୧୩।୧: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କର ଏକ ତାଲିକା ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିବା ଜଣାପଡିଛି। ଉତ୍ତର ପ୍ରଦେଶର ପ୍ରାୟ ୧୯ଜିଲାରେ ରହୁଥିବା ଶରଣାର୍ଥୀଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି।…
ଜେଏନ୍ୟୁ ହିଂସା: ତଥ୍ୟ ସୁରକ୍ଷିତ ରଖିବାକୁ ଫେସ୍ବୁକ୍-ହ୍ବାଟସ୍ଆପ୍-ଆପଲ-ଗୁଗୁଲକୁ ହାଇକୋର୍ଟ ପକ୍ଷରୁ ନୋଟିସ୍ ଜାରି
ନୂଆଦିଲ୍ଲୀ,୧୩।୧: ଜେଏନ୍ୟୁ ହିଂସା ମାମଲାରେ ତଥ୍ୟ ସୁରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଫେସ୍ବୁକ୍-ହ୍ବାଟସ୍ଆପ୍-ଆପଲ-ଗୁଗୁଲକୁ ନୋଟିସ୍ ଜାରି କରାଯାଇଛି। ୩ ଜଣ ପ୍ରଫେସର ସିସିଟିଭି ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ହାଇକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ସୋମବାର କୋର୍ଟ…
ନିର୍ଭୟା ମାମଲା: ତିହାର ଜେଲରେ ୪ ଦୋଷୀଙ୍କ ଡମିକୁ ଦିଆଗଲା ଫାଶୀ
ନୂଆଦିଲ୍ଲୀ,୧୩।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଇତିମଧ୍ୟରେ ଅଧିକାରୀଙ୍କ ପକ୍ଷରୁ ୪ ଦୋଷୀଙ୍କ ଡମିକୁ ଫାଶୀ ଦିଆଯିବା କାର୍ଯ୍ୟ ଶେଷ ହୋଇଛି।…
ଲକ୍ଷ୍ନୌ, ନଏଡାରେ ରହିବେ ପୋଲିସ କମିଶନର
ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ନଏଡାରେ କମିଶନରେଟ ବ୍ୟବସ୍ଥା ଲାଗୁ କରିବାକୁ ନେଇ ସୋମବାର ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଲକ୍ଷ୍ନୌରେ ସୁଜିତ ପାଣ୍ଡେଙ୍କୁ…
ଭିକ୍ଟୋରିଆ ମେମୋରିଆଲର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛି ଭାଜପା
ନୂଆଦିଲ୍ଲୀ,୧୩।୧: କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରିବା ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଭିକ୍ଟୋରିଆ ମେମୋରିଆଲର ନାଁ ପରିବର୍ତ୍ତନ କରିବାକୁ ଚାହୁଁଥିବା ଶୁଣିବାକୁ ମିଳିଛି। ଏହାକୁ ରାଣୀ ଲକ୍ଷ୍ମୀବାଇଙ୍କ ନାମରେ ନାମିତ କରିବାକୁ ଚାହୁଁଛି ଭାଜପା। ଭାଜପାର ଏଭଳି…
ଭିଆଇପି ସୁରକ୍ଷାରୁ ହଟିବେ ଏନ୍ଏସ୍ଜି କମାଣ୍ଡୋ
ନୂଆଦିଲ୍ଲୀ,୧୩।୧: କିଛିଦିନ ତଳେ ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେବା ପରେ ଏବେ କେନ୍ଦ୍ର ସରକାର ଏନ୍ଏସ୍ଜି କମାଣ୍ଡୋଙ୍କୁ ଏହି କାମରୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାକୁ ଚାହୁଁଥିବା ଜଣାପଡିଛି। ଏହି କ୍ରମରେ ଏବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ…
Archives


