ନରାଓ୍ବଣେଙ୍କୁ ପ୍ରଶଂସା କଲା ଶିବସେନା
ମୁମ୍ବାଇ,୧୩।୧: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦେଇଥିବା ମନ୍ତବ୍ୟକୁ ଶିବସେନା ପକ୍ଷରୁ ପ୍ରଶଂସା କରାଯାଇଛି। ଏନେଇ ଶିବସେନା ମୁଖପତ୍ର ସାମନାରେ ଲେଖା ପ୍ରକାଶ ପାଇଛି। ଦାୟିତ୍ୱ ଗ୍ରହଣ ପରେ ନରାଓ୍ବଣେ ଜଣେ ମରାଠା ହେବାର…
ଶାହିନ୍ ବାଗ୍ରେ ସିଏଏ-ଏନ୍ଆର୍ସିକୁ ବିରୋଧ: ହିନ୍ଦୁ-ମୁସଲମାନ୍-ଶିଖ୍-ଖ୍ରୀଷ୍ଟିଆନ୍ ଏକାଠି କଲେ ପୂଜା
ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍ଆର୍ସି)କୁ ବିରୋଧ କରି ଦିଲ୍ଲୀର ଶାହିନ୍ ବାଗ୍ଠାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରହିଛି। ରବିବାର ପ୍ରଦର୍ଶନରେ ସାମିଲ୍ ଥିବା ହିନ୍ଦୁ-ମୁସଲମାନ୍-ଶିଖ୍-ଖ୍ରୀଷ୍ଟିଆନ୍ ଏକାଠି ନିଜ ନିଜ ପରମ୍ପରା ଅନୁସାରେ ପୂଜା କରିଛନ୍ତି। ଗତ…
କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍ କୋଡ୍: ପିନ୍ଧି ହେବନି ଜିନ୍ସ୍
ବାରାଣସୀ, ୧୩।୧: ଏବେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ଲାଗି ଆସୁଥିବା ଶ୍ରଦ୍ଧାଳୁ ଜିନ୍ସ୍ ପିନ୍ଧି ପାରିବେ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ ହୋଇଛି। ପ୍ରଭୁଙ୍କ ଦର୍ଶନ ପାଇଁ ପୁରୁଷଙ୍କ ନିମନ୍ତେ ଧୋତି-କୁର୍ତ୍ତା ଏବଂ…
ଜଳିଗଲା ଭାଜପା କାର୍ଯ୍ୟାଳୟ
ଆସନସୋଲ,୧୩।୧: ପଶ୍ଚିମବଙ୍ଗ ଆସନସୋଲର ସଲାନପୁର ଗାଁରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟ ରବିବାର ବିଳମ୍ବିତ ରାତିରେ ଜଳିଯାଇଥିବା ଖବର ମିଳିଛି। ଏହି ଘଟଣାରେ ଭାଜପା ତୃଣମୂଳ କଂଗ୍ରେସ(ଟିଏମ୍ସି)କୁ ଦାୟୀ କରିଛି। ଭାଜପା କହିଛି ଦଳୀୟ କାର୍ଯ୍ୟାଳୟ ଜଳିଯିବା ପଛରେ ଟିଏମ୍ସିର…
ବିପକ୍ଷ ମେଳିରେ ଯୋଗଦେବ ନାହିଁ ଏଏପି
ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)କୁ ବିରୋଧ କରୁଥିବା ବିରୋଧୀଙ୍କୁ ଆଉ ଏକ ଝଟ୍କା ଲାଗିଛି। ସୋମବାର ଦିଲ୍ଲୀରେ ଆୟୋଜିତ ବୈଠକରେ ଆମ୍ ଆଦମୀ ପାର୍ଟି(ଏଏପି) ଯୋଗଦେବ ନାହିଁ ବୋଲି କହିଛି। ଏହା ପୂର୍ବରୁ ଏହି ବୈଠକରେ…
ମହିଳା ଯାତ୍ରୀଙ୍କ ବିସ୍ଫୋରଣ ଧମକ: ବିମାନର ଜରୁରୀ ଅବତରଣ
କୋଲକାତା,୧୩ା୧: ବିସ୍ଫୋରଣରେ ବିମାନ ଉଡ଼ାଇଦେବେ ବୋଲି ଜଣେ ମହିଳା ଯାତ୍ରୀ ଧମକ ଦେବା ପରେ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାରଏସିଆର ଏକ ବିମାନକୁ ଫେରାଇ ଅଣାଯାଇ କୋଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ମୋହିନୀ ମଣ୍ଡଳ(୨୫)…
ଜେଏନ୍ୟୁ ହିଂସାର ମାଷ୍ଟର ମାଇଣ୍ଡ କୁଳପତି: ବହିଷ୍କାର ଦାବିକଲା କଂଗ୍ରେସ
ଜମ୍ମୁ,୧୩ା୧(ପି.ଟି.): ଜେଏନ୍ୟୁ ହିଂସାକାଣ୍ଡ ମାମଲାରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସିଧାସଳଖ କୁଳପତି ଏମ୍ ଜଗଦେଶ କୁମାରଙ୍କୁ ଦୋଷ ଦେଇଛି। ସେ ହିଁ ଏହିସବୁ ଘଟଣାର ମାଷ୍ଟରମାଇଣ୍ଡ ଓ ତୁରନ୍ତ ବିଦା କରାଯାଇ ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଆରମ୍ଭ କରାଯିବା…
ଗିରଫ ଡିଏସ୍ପିଙ୍କୁ ଆତଙ୍କବାଦୀ ଭଳି ଜେରା କରାଯିବ
ଶ୍ରୀନଗର,୧୩ା୧: ହିଜବୁଲ ମୁଜାହିଦ୍ଦିନ ଓ ଲଶ୍କର-ଇ-ତୋଇବା ଆତଙ୍କବାଦୀଙ୍କ ସହ ଧରାପଡିଥିବା ଜମ୍ମୁ-କଶ୍ମୀରର ଡିଏସ୍ପି ଦେବୀନ୍ଦର ସିଂଙ୍କୁ ଗିରଫ କରାଯାଇଛି। ସେ ପୂର୍ବରୁ ସ୍ପେଶାଲ ଅପରେଶନ ଗ୍ରୁପ୍ରେ ସାମିଲ ଥିଲେ ଓ ସାହସିକତା ପାଇଁ ଗତବର୍ଷ ସ୍ବାଧୀନତା ଦିବସରେ ରାଷ୍ଟ୍ରପତି ପଦକ ପାଇଥିଲେ।…
ଭାଜପା ଛାଡ଼ିବାକୁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ପ୍ରସ୍ତାବ
ଗୁଆହାଟୀ,୧୩ା୧(ପି.ଟି.): ବିଧାୟକମାନଙ୍କ ସହ ଭାଜପା ଛାଡ଼ି ସିଏଏ ବିରୋଧୀ ସରକାର ଗଠନ କରିବାକୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କୁ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ପ୍ରସ୍ତାବ ଦେଇଛନ୍ତି। ସୋନୋଓ୍ବାଲଙ୍କ ନେତୃତ୍ୱରେ ବିକଳ୍ପ ସରକାରକୁ କଂଗ୍ରେସ ସମର୍ଥନ ଯୋଗାଇଦେବ ବୋଲି ସେ…
ପଶ୍ଚିମବଙ୍ଗରେ ମୋଦିଙ୍କ ନିର୍ବାଚନୀ ଭାଷଣ
କୋଲକାତା,୧୩ା୧: କେନ୍ଦ୍ରରେ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନଜରରେ ରଖି ଭାଜପା ପାଇଁ…
ମାଟିରେ ମିଶିଲା ୪ ବେଆଇନ ଆପାର୍ଟମେଣ୍ଟ
କୋଚି,୧୩ା୧(ପି.ଟି.): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେରଳର କୋଚିସ୍ଥିତ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ମାଟିରେ ମିଶିଛି। ପରିବେଶ ନିୟମ ଉଲ୍ଲଂଘନ କରି ଘର କରୁଥିବା ଲୋକମାନଙ୍କୁ ଏହା ଏକ ଶକ୍ତ ବାର୍ତ୍ତା। ମରାଡୁ ମ୍ୟୁନିସିପାଲିଟିରେ ଥିବା ହୋଲି ଫେଥ୍ ଏବଂ ଟୁଇନ୍ ଟାଓ୍ବାର ଆଲ୍ଫା…
ବାୟୁସେନାକୁ ମିଳିବ ଅଧିକ ଶକ୍ତି: ୨୦୦ ଯୁଦ୍ଧବିମାନ କିଣିବ ଭାରତ
କୋଲକାତା,୧୩ା୧(ପି.ଟି.): ଭାରତୀୟ ବାୟୁସେନାକୁ ଅଧିକ ବଳଦେବା ପାଇଁ ସରକାର ୨୦୦ ଲଢ଼ୁଆ ବିମାନ କ୍ରୟ କରିବେ। ଏନେଇ ପ୍ରକ୍ରିୟା ଜାରି ରହିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାଲ୍ ନିର୍ମିତ ୮୩ ଏଲ୍ସିଏ ତେଜସ୍ ମାର୍କ୧ ଆଡଭାନ୍ସଡ୍ ଜେଟ୍ ନିର୍ମାଣ…
Archives


