ଜାତୀୟ

ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତୀୟ ସେନା: ୪ ପାକ୍‌ ସେନା ନିହତ

ପୁଞ୍ଛ,୨୭।୧୨: ଭାରତ ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଏନେଇ ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି। ଏଥିରେ ପାକିସ୍ତାନର ୩ଜଣ ସେନା ନିହତ ହୋଇଥିବା ଜଣାପଡ଼ିଛି। ଗୁରୁବାର ରାତିରେ ପୁଞ୍ଛର ରାଜୌରୀ ସେକ୍ଟର…

ସିଏଏକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଶିମ୍‌ଲା,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ବିରୋଧୀ କଂଗ୍ରେସ ଏବେ ଏହାକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ଆଉ ଏହାର…

ସିଏଏକୁ ନେଇ ଜାମା ମସ୍‌ଜିଦ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଶୁକ୍ରବାର ନମାଜ ପାଠ ପରେ ଦିଲ୍ଲୀ ଜାମା ମସ୍‌ଜିଦ୍‌ ବାହାରେ ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ପରିସ୍ଥିତିକୁ ଦେଖି ଏଠାରେ ପୋଲିସ ପକ୍ଷରୁ ବ୍ୟାରିକେଡ କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ…

ଲକ୍ଷ୍ନୌରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଶୁକ୍ରବାର ଯିବାର କାର୍ଯ୍ୟକ୍ରମ ରହିଛି। ଲକ୍ଷ୍ନୌରେ ସେ ଶୁକ୍ରବାର ପହଞ୍ଚିବା ସହ ସେଠାରେ ଶନିବାର କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ…

୫ ମାସ ପରେ କାର୍‌ଗିଲ୍‌ରେ ମିଳିଲା ମୋବାଇଲ ଇଣ୍ଟରନେଟ୍‌ ସୁବିଧା

ଲଦାଖ,୨୭।୧୨: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠାରୁ ସେଠାରେ ଅନେକ ସ୍ଥାନରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଇତିମଧ୍ୟରେ ପ୍ରାୟ୧୪୫ ଦିନ ବିତି ଯାଇଥିଲେ ମଧ୍ୟ…

ଆଦିବାସୀ ନୃତ୍ୟରେ ସାମିଲ ହେଲେ ରାହୁଲ

ରାୟପୁର,୨୭।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି। ରାହୁଲ ଏଥର ଆଦିବାସୀଙ୍କ ସହ ମିଶି ପାରମ୍ପରିକ ନୃତ୍ୟ କରୁଥିବା ଦେଖାଯାଇଛି। ଶୁକ୍ରବାର ରାହୁଲ ଛତିଶଗଡ଼ ଗସ୍ତରେ ଥିବା ବେଳେ ସେଠାରେ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବର…

ଲଣ୍ଡନ, ପ୍ୟାରିସ୍‌ ଭଳି ସଫାସୁତରା ହେବ ଦିଲ୍ଲୀ: କେଜରିଓ୍ବାଲ

ନୂଆଦିଲ୍ଲୀ, ୨୭।୧୨: ଆଗାମୀ ୫ ବର୍ଷ ମଧ୍ୟରେ ଲଣ୍ଡନ, ଟୋକିଓ ଏବଂ ପ୍ୟାରିସ୍‌ ଭଳି ରାଜଧାନୀ ଦିଲ୍ଲୀକୁ ସଫାସୁତରା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜରିଓ୍ବାଲ କହିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ ୭ଟି…

ବିଦାୟ ନେଲା କାର୍‌ଗିଲ ଯୁଦ୍ଧର ‘ହିରୋ’ ମିଗ୍‌-୨୭ ବିମାନ

ଯୋଧପୁର, ୨୭।୧୨: କାର୍‌ଗିଲ ଯୁଦ୍ଧର ହିରୋ ଲଢୁଆ ବିମାନ ମିଗ୍‌-୨୭କୁ ଶୁକ୍ରବାର ଭାରତୀୟ ବାୟୁସେନାରୁ ବିଦାୟ ଦିଆଯାଇଛି। ଏହି ଲଢୁଆ ବିମାନଟି ଦୀର୍ଘ ୩ ଦଶନ୍ଧି ଧରି ଭାରତୀୟ ବାୟୁସେନାର ଶକ୍ତି ପାଲଟିଥିଲା। ଭାରତୀୟ ବାୟୁସେନାର ‘ବାହାଦୁର’ ନାମରେ ପରିଚିତ ଏହି…

ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ

ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଗୁରୁବାର ରାତିରେ କୁଶଲଙ୍କ ଘରୁ ତାଙ୍କର…

ଉତ୍ତରପ୍ରଦେଶରେ ହାଇଆଲର୍ଟ: ୧୫ ଜିଲାରେ ଇଣ୍ଟରନେଟ ବନ୍ଦ, ଲକ୍ଷ୍ନୌରେ ଏସଏମ୍‌ଏସ୍‌ ସେବା ଉପରେ ଲାଗିଲା କଟକଣା

ଲକ୍ଷ୍ନୌ,୨୭।୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ଦେଶରେ ଉତ୍ତେଜନା ଥମିବାର ନାଁ ନେଉନି। ଶୁକ୍ରବାର ନମାଜ ପାଠକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନମାଜ ପାଠ ପୂର୍ବରୁ ରାଜ୍ୟର ୧୫ଟି ଜିଲାରେ ଇଣ୍ଟରନେଟ ସେବା…

ଉତ୍ତର ଭାରତରେ ପ୍ରବଳ ଶୀତଲହରୀ: ଟ୍ରେନ ସେବା ବ୍ୟାହତ

ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଅନୁଭୂତ ହେଉଛି। ରାଜଧାନୀ ନୂଆଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ସର୍ବାଧିକ ୧୩.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ପ୍ରବଳ ଥଣ୍ଡା ଏବଂ କୁହୁଡି…

ଆନ୍ଧ୍ରପ୍ରଦେଶର ୩ ରାଜଧାନୀ ଫର୍ମୁଲା: ଆଜି ଲାଗିପାରେ ମୋହର, ଅମରାବତୀରେ ୧୪୪ ଧାରା ଜାରି

ହାଇଦ୍ରାବାଦ,୨୭।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସରକାର ରାଜ୍ୟରେ ତିନି ରାଜଧାନୀ କରିବାର ଯୋଜନା ଉପରେ ଶୁକ୍ରବାର ମୋହର ଲଗାଇପାରନ୍ତି। ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୩ ରାଜଧାନୀ ଉପରେ ମୋହର ଲାଗିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri