ହସ୍ପିଟାଲରେ ଭର୍ତ୍ତି ହେବାକୁ ରାସ୍ତାରେ ଲାଇନ୍‌ ଲଗାଇଲେ କରୋନା ପଜିଟିଭ୍‌

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ରୋଗୀଙ୍କ ସହ ବଡ଼ ଅବହେଳା କରାଯାଇଥିବା ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କରୋନା ରୋଗୀମାନେ ରାସ୍ତାରେ ଲାଇନ୍‌ ଲଗାଇଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଇଟାଓ୍ବା ଜିଲାର ଏକ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ। ଗୁରୁବାର ସକାଳେ ୬୯ଜଣ କରୋନା ସଂକ୍ରମିତ ରୋଗୀ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ହସ୍ପିଟାଲ ବାହାରେ ଲାଇନ୍‌ ଲଗାଇ ଅପେକ୍ଷା କରିଥିଲେ। ଏହାପରେ ଏକ ମେଡିକାଲ ଟିମ୍‌ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ହସ୍ପିଟାଲ ଭିତରକୁ ନେଇଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଏହି ରୋଗୀଙ୍କୁ ଆଗ୍ରାରୁ ଉକ୍ତ ହସ୍ପିଟାଲକୁ ଭିର୍ତ୍ତି କରିବା ପାଇଁ ପଠାଯାଇଥିଲା। ସେମାନଙ୍କ ସହ ବସ୍‌ରେ ଏସ୍‌କୋର୍ଟ ଟିମ୍‌ଙ୍କୁ ମଧ୍ୟ ପଠାଯାଇଥିଲା ବୋଲି ସ୍ଥାନୀୟ ପ୍ରଶାସନ କହିଛି। ତେବେ ଏଭଳି ସ୍ଥିତରେ କିପରି ଏହି ଘଟଣା ଘଟିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଉକ୍ତ ହସ୍ପିଟାଲ ଚଳାଉଥିବା ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି, ସୂଚନା ଅଭାବ ଯୋଗୁ ଏଭଳି ଘଟଣା ଘଟିଥିଲା। ଅପରପକ୍ଷେ ଏହି ରୋଗୀଙ୍କୁ ଭର୍ତ୍ତି କରିବାକୁ ନେଇ ଡାକ୍ତର ଓ ହସ୍ପିଟାଲ ଷ୍ଟାଫ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦ ଏହି ଅବହେଳାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ଏଭଳି ଘଟଣା ଘଟିବା ହସ୍ପିଟାଲର ଦାୟିତ୍ୱହୀନତାକୁ ଦର୍ଶାଉଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri