Posted inଜାତୀୟ

ସଞ୍ଜୟ କୋଠାରି ନୂଆ ସିଭିସି

ନୂଆଦିଲ୍ଲୀ,୨୬।୪ପି.ଟି.): ରାଷ୍ଟ୍ରପତିଙ୍କ ସଚିବ ଥିବା ସଞ୍ଜୟ କୋଠାରିଙ୍କୁ ଶନିବାର କେନ୍ଦ୍ରୀୟ ଭିଜିଲାନ୍ସ ଆୟୁକ୍ତ (ସିଭିସି) ନିଯୁକ୍ତ କରାଯାଇଛି। କେ.ସି. ଚୌଧ୍‌ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗତବର୍ଷ ଜୁନ୍‌ରୁ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗର ମୁଖ୍ୟ ପଦ ଖାଲି ପଡ଼ିଥିଲା। ଶନିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିଭିସି ଭାବେ ସଞ୍ଜୟଙ୍କୁ ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଚୟନ କମିଟି ଫେବୃୟାରୀରେ ସଞ୍ଜୟଙ୍କ ନାମ ସିଭିସି ପଦବୀ ଲାଗି ସୁପାରିସ କରିଥିଲା। ସେତେବେଳେ କଂଗ୍ରେସ ଏହାର ବିରୋଧ କରିଥିଲା। ସିଭିସି ନିଯୁକ୍ତି ଲାଗି ନିଆଯାଇଥିବା ପଦକ୍ଷେପ ବେଆଇନ ଓ ଅସାମ୍ବିଧାନିକ ବୋଲି କହି କଂଗ୍ରେସ ଉକ୍ତ ନିଷ୍ପତ୍ତିକୁ ତୁରନ୍ତ ବାତିଲ କରିବା ଲାଗି ଦାବି କରିଥିଲା। ଏହା ସତ୍ତ୍ୱେ ସରକାର ସଞ୍ଜୟଙ୍କୁ ସିଭିସି ନିଯୁକ୍ତ କରିଥିବାରୁ ଏହାକୁ ନେଇ ଶାସକ ଓ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ହୋଇପାରେ।
୧୯୭୮ ବ୍ୟାଚ୍‌ର ହରିୟାଣା କ୍ୟାଡର ଆଇଏଏସ୍‌ ଅଫିସର ସଞ୍ଜୟ ୨୦୧୬ ଜୁନ୍‌ରେ କାର୍ମିକ ଓ ତାଲିମ ବିଭାଗ ସଚିବ ଭାବେ ଅବସର ନେଇଥିଲେ। ସେହିବର୍ଷ ନଭେମ୍ବରରେ ତାଙ୍କୁ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ସିଲେକ୍ସନ ବୋର୍ଡ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୭ ଜୁଲାଇରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ନିଯୁକ୍ତ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ବରାଷ୍ଟ୍ରମନ୍ତ୍ରୀ ଓ ଲୋକ ସଭାରେ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଚୟନ କମିଟିର ସୁପାରିସ କ୍ରମେ ରାଷ୍ଟ୍ରପତି ସିଭିସିଙ୍କୁ ନିଯୁକ୍ତି ଦେଇଥାନ୍ତି। ସିଭିସିଙ୍କ କାର୍ଯ୍ୟକାଳ ୪ ବର୍ଷ କିମ୍ବା ତାଙ୍କୁ ୬୫ ବର୍ଷ ବୟସ ହେବା ପର୍ଯ୍ୟନ୍ତ ରହିଥାଏ। ସେହି ଅନୁଯାୟୀ ସଞ୍ଜୟ ଆସନ୍ତା ବର୍ଷ ଜୁନ୍‌ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଇତିମଧ୍ୟରେ କପିଲଦେବ ତ୍ରିପାଠୀଙ୍କୁ ରାଷ୍ଟ୍ରପତିଙ୍କ ସଚିବ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri