ପୁଲଓ୍ବାମା ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ପୁଲଓ୍ବାମା,୨।୫: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ଡଙ୍ଗରପୋରା ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଗୁଳିବିନିମୟରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ପୁଲଓ୍ବାମା ଜିଲାର ଡଙ୍ଗରପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର…
କରୋନା ଲଢ଼େଇ: ଥାଇଲାଣ୍ଡ୍ ସହିତ ହାତ ମିଳାଇଲା ଭାରତ
ନୂଆଦିଲ୍ଲୀ,୨।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସହିତ ଲଢ଼େଇ ପାଇଁ ଥାଇଲାଣ୍ଡ ସହିତ ଭାରତ ହାତ ମିଳାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲାଣ୍ଡର ତାଙ୍କ ପ୍ରତିପକ୍ଷ ପ୍ରାୟୁତ ଚାନ୍-ଓ-ଚାଙ୍କ ସହିତ…
ଟିଆର୍ପିରେ ଇତିହାସ ରଚିଲା ରାମାୟଣ
ନୂଆଦିଲ୍ଲୀ,୨।୫: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଜାରି ରହିଛି ଲକ୍ଡାଉନ। ଏହି ସମୟରେ ଘରେ ବସି ରହିଥିବା ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ପ୍ରସାରିତ ହେଉଛି ଧାରାବାହିକ ରାମାୟଣ। ୩ ଦଶକ ପୂର୍ବରୁ ରାମାନନ୍ଦ ସାଗରଙ୍କ ଦ୍ୱାରା ପ୍ରସ୍ତୁତ ଏହି…
ଦିଲ୍ଲୀ: ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨।୫: ଦିଲ୍ଲୀ କପାଶେରାର ‘ଠେକେ ଓ୍ବାଲି ଗଲି’ ସ୍ଥିତ ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ସ୍ଥାନରୁ ଏତେ ପରିମାଣରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି…
ଚିନ୍ତା ବଢାଉଛନ୍ତି ଲକ୍ଷଣ ନ ଥିବା କରୋନା ସଂକ୍ରମିତ
ଝାନ୍ସି,୨।୫: ଉତ୍ତରପ୍ରଦେଶ ଝାନ୍ସିର ଓରଛା ଗେଟ ଅଞ୍ଚଳରେ କରୋନା ଭାଇରସ ସଂକ୍ରମଣକୁ ଦେଖି ଏହାକୁ ହଟ୍ସ୍ପଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏବେ ଏଠାରେ ସାମ୍ନାକୁ ଆସୁଥିବା ନୂଆ ସଂକ୍ରମିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଓରଛାରେ ୨ ବର୍ଷର ଶିଶୁଙ୍କଠାରୁ…
ମେ’୩ରୁ ୬ ମଧ୍ୟରେ କୋଟାରୁ ଫେରିବେ ବିହାର ଛାତ୍ରୀଛାତ୍ର
ପାଟନା,୨।୫: ରାଜସ୍ଥାନର କୋଟାରେ କୋଚିଂ ପାଇଁ ଯାଇଥିବା ବିହାରର ଛାତ୍ରୀଛାତ୍ରଙ୍କ ଘରକୁ ଫେରିବା ଇଛା ଶେଷରେ ପୂରଣ ହୋଇଛି। ମେ’ ୩ରୁ ୬ ମଧ୍ୟରେ କୋଟାରେ ଥିବା ବିହାରର ସମସ୍ତ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଯିବ। ଏନେଇ କୋଟାର ଜିଲା ପ୍ରଶାସନ ସମସ୍ତ…
୭ ସ୍ବତନ୍ତ୍ର ଟ୍ରେନ୍: ୬ ହଜାରରୁ ଅଧିକ ଶ୍ରମିକଙ୍କ ଘରବାହୁଡ଼ା
ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ଯୋଜନା କରାଯାଇଛି। ୯ଟି ରାଜ୍ୟର ୧୧ଟି ସହରରେ ଏଥିପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ହେଉଛି।…
ଚଳନ୍ତା ଲ୍ୟାବରେ ହେବ କରୋନା ପରୀକ୍ଷା!
ମୁମ୍ବାଇ,୨।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇରେ ସର୍ବାଧିକ ସଂକ୍ରମିତଙ୍କୁ ଏଯାବତ୍ ଚିହ୍ନଟ କରାଗଲାଣି। ଏବେ କରୋନା ସଂକ୍ରମଣକୁ କମ୍ କରିବାକୁ ମହାରାଷ୍ଟ୍ର ସରକାର ଚଳନ୍ତା ଲ୍ୟାବରେ କରୋନା ଟେଷ୍ଟ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା…
ଖୁସି ଖବର: ଏପ୍ରିଲ ୩ ପରେ ଗୋଆରେ ଚିହ୍ନଟ ହୋଇନାହାନ୍ତି ଜଣେ ବି କରୋନା ସଂକ୍ରମିତ
ପଣଜୀ,୨।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୋଆରୁ କିନ୍ତୁ ଆସିଛି ଖୁସି ଖବର। ଏଠାରେ ଏପ୍ରିଲ ୩ ପରେ ଆଉ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ…
ଲକ୍ଡାଉନ ୩.୦: ଉତ୍ତରପ୍ରଦେଶରେ ମଦ ଦୋକାନ ଖୋଲିବା ନେଇ ଯୋଗୀ ନେବେ ଅନ୍ତିମ ନିଷ୍ପତ୍ତି
ଲକ୍ଷ୍ନୌ,୨।୫: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୪ରୁ ୧୭ଯାଏଁ ଆହୁରି ୨ସପ୍ତାହ ପର୍ଯ୍ୟନ୍ତ ଲକ୍ଡାଉନ ବୃଦ୍ଧି କରିଛନ୍ତି। ହେଲେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ସମୟରେ କେତେକ କଟକଣାକୁ କୋହଳ କରାଯାଇଛି। ଏହି…
ମହାରାଷ୍ଟ୍ର ଫେରନ୍ତା ୭ପ୍ରବାସୀ ଶ୍ରମିକ କରୋନା ପଜିଟିଭ୍
ଲକ୍ଷ୍ନୌ,୨।୫: ଲକ୍ଡାଉନ ଭିତରେ ବିଭିନ୍ନ ରାଜ୍ୟରୁ ନିଜ ଭିଟାମାଟିକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ନଜର ଆସିଛି। କିଛି ଏଭଳି ଖବର ଆସିଛି ଉତ୍ତରପ୍ରଦେଶର ବସ୍ତି ଜିଲାରୁ। ବସ୍ତି ଜିଲାକୁ ମହାରାଷ୍ଟ୍ରରୁ ଫେରିଥିବା ୭ ପ୍ରବାସୀ…
କରୋନା କବଳରେ ୧୨୨ ସିଆର୍ପିଏଫ୍ ଯବାନ
ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍ଡାଉନ ଜାରି ରହିଥିଲେ ମଧ୍ୟ ଏବେବି ଏହା ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏଥିରୁ…

