ମେ’୩ରୁ ୬ ମଧ୍ୟରେ କୋଟାରୁ ଫେରିବେ ବିହାର ଛାତ୍ରୀଛାତ୍ର

ପାଟନା,୨।୫: ରାଜସ୍ଥାନର କୋଟାରେ କୋଚିଂ ପାଇଁ ଯାଇଥିବା ବିହାରର ଛାତ୍ରୀଛାତ୍ରଙ୍କ ଘରକୁ ଫେରିବା ଇଛା ଶେଷରେ ପୂରଣ ହୋଇଛି। ମେ’ ୩ରୁ ୬ ମଧ୍ୟରେ କୋଟାରେ ଥିବା ବିହାରର ସମସ୍ତ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଯିବ। ଏନେଇ କୋଟାର ଜିଲା ପ୍ରଶାସନ ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ମୋବାଇଲରେ ମେସେଜ୍‌ ପଠାଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିହାର ଓ ରାଜସ୍ଥାନ ୨ ରାଜ୍ୟର ଆପୋଷ ବୁଝାମଣା ଓ ସମନ୍ବୟରେ କୋଟା ଓ ଜୟପୁରରୁ ବିହାର ଅଭିମୁଖେ ଶୁକ୍ରବାର ରାତିରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଛି। ଏହାଦ୍ୱାରା ଫସିରହିଥିବା ଲୋକ ସୁବିଧାପୂର୍ବକ ନିଜ ରାଜ୍ୟକୁ ଫେରିପାରିବେ। ଅପରପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନ୍ୟ ରାଜ୍ୟରେ ଫସିଥିବା ଲୋକଙ୍କ ଫେରିବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇଥିବାରୁ କେନ୍ଦ୍ରସରକାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଲକ୍‌ଡାଉନ୍‌ ଭିତରେ ଅନ୍ୟ ରାଜ୍ୟରୁ ବଡ଼ ସଂଖ୍ୟାରେ ଲୋକ ଫେରିବା ସମ୍ଭାବନା ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତ ଫେରନ୍ତାଙ୍କ ପାଇଁ ୨୧ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବାର ବ୍ୟବସ୍ଥା କରାଇଛନ୍ତି। ଏହି ସମୟରେ ସେମାନଙ୍କର ଯାଞ୍ଚ, ଖାଇବା ପିଇବା ଓ ଚିକିତ୍ସାର ସମସ୍ତ ସୁବିଧା କରାଇବାକୁ ଅଧିକାରୀଙ୍କୁ ନୀତିଶ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri