ଭାରତକୁ ୧୭ରୁ ଅଧିକ ଦେଶରୁ ଆସିଛି କରୋନା ଭୂତାଣୁ: ସଂରଚନା ବି ଭିନ୍ନ ଭିନ୍ନ
ନୂଆଦିଲ୍ଲୀ,୨୭।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ଦେଶକୁ ୧୭ରୁ ଅଧିକ ଭିନ୍ନ ଭିନ୍ନ ଦେଶରୁ କରୋନା ଭୂତାଣୁ ଆସିଥିବା କୁହାଯାଉଛି। ଏସବୁ ମଧ୍ୟରେ ୫ଟିର ଆନୁବଂଶିକ ପରିବର୍ତ୍ତନ(ମ୍ୟୁଟେଶନ) ରହିଥିବା ମଧ୍ୟ ଜଣାପଡ଼ିଛି। ଗୋଟିଏ ଭୂତାଣୁର ଭିନ୍ନ ଭିନ୍ନ ସଂରଚନା…
କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବେ କନିକା!
ଲକ୍ଷ୍ନୌ,୨୭।୪: ବଲିଉଡ୍ ସିଙ୍ଗର କନିକା କପୁର ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିଜର ପ୍ଲାଜମା ଦାନ କରିବେ ବୋଲି ଜଣାପଡିଛି। ନିକଟରେ ସେ ଚିକିତ୍ସିତ ହେଉଥିବା ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ପିଜିଆଇ) ସହ…
ମଧ୍ୟପ୍ରଦେଶର ୫୦ ପ୍ରତିଶତ ଜିଲା କରୋନା ସଂକ୍ରମିତ: ୫ ହଟ୍ସ୍ପଟ୍,୧୧ ରେଡ୍ ଜୋନ୍
ଭୋପାଳ,୨୭।୪: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର ୫୨ ଜିଲାରୁ ୫୦ ପ୍ରତିଶତ ଜିଲା କରୋନା ଦ୍ୱାରା ସଂକ୍ରମିତ ହୋଇଛି। ରାଜ୍ୟର ୨୬ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି।…
ଏସିରେ କରୋନା ବ୍ୟାପିବାର ନାହିଁ ଆଶଙ୍କା: ସେଣ୍ଟ୍ରାଲ୍ ଏସିକୁ ସାବଧାନ !
ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏବେ ଖରା ଦିନ ବି ଆସିଗଲାଣି। କିନ୍ତୁ ବହୁ ଲୋକ ଗରମରେ ରହୁଥିଲେ ମଧ୍ୟ ଏସି ଲଗାଇବାକୁ ଇଛା କରୁ…
ଆଉ ମାସେ ବଢିବ ଲକ୍ଡାଉନ!
ନୂଆଦିଲ୍ଲୀ,୨୭।୪: କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଲକ୍ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଇତିମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ…
ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଅତିକ୍ରମ କଲା
ମୁମ୍ବାଇ,୨୭।୪: କରୋନା ଭାଇରସ ମହାରାଷ୍ଟ୍ରରେ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୦୬୮ରେ ପହଞ୍ଚିଥିବା ବେଳେ ୩୪୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଯାହା ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି।…
କମ ଦରମା-ବିନା ପିପିଇରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ମନା କଲେ ନର୍ସିଂ ଷ୍ଟାଫ୍: ୧୦୦ରୁ ଅଧିକ ଦେଲେ ଇସ୍ତଫା
ଜୟପୁର,୨୭।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ରାଜସ୍ଥାନରେ ୧୦୦ରୁ ଅଧିକ ନର୍ସିଂ ଷ୍ଟାଫ୍ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ମନା କରି ଇସ୍ତଫା ଦେଇଛନ୍ତି। କମ ଦରମା ଏବଂ ବିନା ବ୍ୟକ୍ତିଗତ ସୁରକ୍ଷା ଉପକରଣ…
କରୋନା ଆସୁଛି ଦିଲ୍ଲୀରୁ: ଅନିଲ
ଚଣ୍ଡିଗଡ଼,୨୭।୪: ହରିୟାଣାରେ କରୋନା ସଂକ୍ରମଣ ପାଇଁ ଦିଲ୍ଲୀ ଦାୟୀ ବୋଲି କହିଛନ୍ତି ହରିୟାଣାର ଗୃହମନ୍ତ୍ରୀ ଅନିଲ ବିଜ। ସେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀରେ ଥିବା ଶ୍ରମିକଙ୍କୁ ହରିୟାଣା ନ ପଠାଇ ବରଂ ଦିଲ୍ଲୀରେ ରଖିବାର ବ୍ୟବସ୍ଥା କରନ୍ତୁ।…
କରୋନା ପାଇଁ ଶରୀର ଦାନ କରିବାକୁ ପ୍ରସ୍ତୁତ ଦିଲ୍ଲୀର ପ୍ରଥମ ପ୍ଲାଜମା ଡୋନର
ନୂଆଦିଲ୍ଲୀ,୨୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଗ୍ରାସ କରିବାରେ ଲାଗିଛି। ଏହି ଯୁଦ୍ଧରେ ବିଜୟୀ ହେବାକୁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ଦେଶରେ କରୋନା ଚିକିତ୍ସା ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରଥମ…
କରୋନା ଟେଷ୍ଟ୍ କିଟ୍ ଅଧିକ ଦାମରେ କାହିଁକି କିଣାଗଲା,ସରକାର କରନ୍ତୁ ସ୍ପଷ୍ଟ: କଂଗ୍ରେସ
ନୂଆଦିଲ୍ଲୀ,୨୭।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଲାଗି ର଼୍ୟାପିଡ୍ ଆଣ୍ଟିବଡ଼ି କିଟ୍ ଚାଇନାରୁ ଅଣାଯାଇଛି। ଏହାର ଦାମ ୨୪୫ ଟଙ୍କା ଥିବାବେଳେ ଆମଦାନୀକାରୀ ଭାରତରେ ଏହାକୁ ୬୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ…
ଏମ୍ସ ହେବ କରୋନା ସଂକ୍ରମଣର ହଟ୍ସ୍ପଟ!
ନୂଆଦିଲ୍ଲୀ,୨୭।୪: ରାଜଧାନୀ ଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ) ଏବେ କରୋନା ସଂକ୍ରମଣର ହଟ୍ସ୍ପଟ ହେବାକୁ ଯାଉଛି ବୋଲି କୁହାଯାଉଛି। ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ଓଏସ୍ଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ…
ମୋଦିଙ୍କ ସହିତ ଆଲୋଚନାରେ ସାମିଲ୍ ହେଲେନି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ
ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଲକ୍ଡାଉନ୍ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ କରୋନା ସଂକ୍ରମଣ ଉପରେ ମଧ୍ୟ ବିସ୍ତୃତ ଚର୍ଚ୍ଚା ହୋଇଛି। ତେବେ ଏହି ଆଲୋଚନାରେ କେରଳ ମୁଖ୍ୟମନ୍ତ୍ରୀ…
Archives


