୬ ମାସର ଶିଶୁକୁ ପିଟି ମାରିଦେଲେ ମାଆ
ଆଗ୍ରା,୨ା୩: ଉତ୍ତରପ୍ରଦେଶ ଆଲିଗଡ଼ ଜିଲା ଅଧୀନ ରାମପୁସ୍ ଗ୍ରାମରେ ନୂଆ ପୋଷାକ ଆଣିବାକୁ ସ୍ବାମୀ ମନା କରିବାରୁ ଉତ୍କ୍ଷିପ୍ତ ହୋଇ ପିଙ୍କି ଶର୍ମା ନାମ୍ନୀ ମହିଳା ତାଙ୍କ ୬ ମାସର ଶିଶୁକନ୍ୟାକୁ ପିଟି ହତ୍ୟା କରିଛନ୍ତି। ପୋଲିସ ପିଙ୍କିଙ୍କୁ ଗିରଫ କରିଛି।…
ମେଘାଳୟ ହିଂସା ମୃତ୍ୟୁସଂଖ୍ୟା ୩
ଶିଲଂ,୨ା୩(ପି.ଟି.): ମେଘାଳୟର ପୂର୍ବ ଖାସି ପାର୍ବତ୍ୟାଞ୍ଚଳ ଜିଲାରେ ଆଦିବାସୀ-ଅଣଆଦିବାସୀ ସଂଘର୍ଷଜନିତ ମୃତ୍ୟୁସଂଖ୍ୟା ରବିବାର ୩ରେ ପହଞ୍ଚତ୍ଛି। ଶନିବାର ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରବିବାର ସକାଳେ ୩ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ।…
ଦୁଇ ମାଲ୍ବାହୀ ଟ୍ରେନ୍ ଧକ୍କାରେ ୩ ମୃତ
ସିଙ୍ଗ୍ରାଉଲି,୨ା୩(ପି.ଟି.): ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲାରେ ରବିବାର ଭୋର ସମୟରେ ଦୁଇଟି ମାଲ୍ବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆମ୍ଲୋରି ଖଣିରୁ କୋଇଲା ନେଇ ଉତ୍ତରପ୍ରଦେଶ ଯାଉଥିବା ଟ୍ରେନ୍ଟି ଘନହରି ଗ୍ରାମ ନିକଟରେ ଏକ ଖାଲି ଟ୍ରେନ୍କୁ…
ଶୁଷ୍କ ହେଉଛି ହିମାଳୟ ସହରାଞ୍ଚଳ
ନୂଆଦିଲ୍ଲୀ,୨ା୩: ଭାରତର ହିମାଳୟ ପାର୍ବତ୍ୟାଞ୍ଚଳର ୫ ସହର ସମେତ ୪ ଦେଶର ୧୩ଟି ସହର କ୍ରମାଗତ ଭାବେ ଶୁଷ୍କ ହେବାରେ ଲାଗିଛି। ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ଜଳ ରହିଥିଲେ ହେଁ ସହରାଞ୍ଚଳରେ ଜଳ ଦ୍ରୁତଗତିରେ କମିବାରେ ଲାଗିଛି। ହିନ୍ଦୁକୁଶ ହିମାଳୟ (ଏଚ୍କେଏଚ୍)…
ସିଏଏକୁ ରୋକିପାରିବେନି ଦିଦି
କୋଲକାତା,୨ା୩(ପି.ଟି.): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ରୋକି ପାରିବେନି। ଶରଣାର୍ଥୀମାନଙ୍କୁ ଭାରତର ନାଗରିକତ୍ୱ ଦେବାରେ ସେ କେନ୍ଦ୍ର ସରକାରଙ୍କୁ ଅଟକାଇ ପାରିବେନି ବୋଲି ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ହୁଙ୍କାର ଦେଇଛନ୍ତି। ସିଏଏର ଦୃଢ଼ ବିରୋଧୀ…
ଦିଲ୍ଲୀ ଦଙ୍ଗା ହେବ ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ
ନୂଆଦିଲ୍ଲୀ,୨ା୩(ପି.ଟି.): ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ଦିଲ୍ଲୀର ସାମ୍ପ୍ରଦାୟିକ ଦଙ୍ଗାକୁ ବିରୋଧୀ ଦଳ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ନେଇଛି। ଦଙ୍ଗା ନିୟନ୍ତ୍ରଣ କରିବାରେ ଦିଲ୍ଲୀ ପୋଲିସର ବିଫଳତା…
ମୁହଁ ଖୋଲନ୍ତୁ ମୋଦି
ହାଇଦ୍ରାବାଦ,୨ା୩(ଆଇଏଏନ୍ଏସ୍): ଦିଲ୍ଲୀ ହିଂସା ଏକ ପ୍ରାୟୋଜିତ ଗଣହତ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବତା ଭଙ୍ଗ କରନ୍ତୁ। ସେ ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇ ଦୋଷୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାନ୍ତୁ ବୋଲି ରବିବାର ଅଲ୍ ଇଣ୍ଡିଆ ମଜ୍ଲିସ-ଇ-ଇତ୍ତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ…
ସେନା ହେଲିକପ୍ଟର ନିର୍ମାଣ କରିବ ହାଲ୍
ନୂଆଦିଲ୍ଲୀ,୨ା୩(ପି.ଟି.): ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ (ହାଲ୍) ସୈନ୍ୟବାହିନୀ ପାଇଁ ୧୦ରୁ ୧୨ ଟନ୍ ଓଜନ ବିଶିଷ୍ଟ ଲଢ଼ୁଆ ହେଲିକପ୍ଟର ନିର୍ମାଣ କରିବ। ଏହା ବିଶ୍ୱ ସ୍ତରରେ ବୋଇଂ କମ୍ପାନୀର ଆପାଚେ ଭଳି ମଧ୍ୟମ ଓଜନଦାର ସାମରିକ ହେଲିକପ୍ଟର ହେବ। ଏଥିପାଇଁ ପ୍ରାରମ୍ଭିକ…
ଶୁଖୁନି ସିଏଏ କ୍ଷତ
ନୂଆଦିଲ୍ଲୀ,୨ା୩: ଠିକ୍ ସପ୍ତାହେ ତଳେ ଜାତୀୟ ରାଜଧାନୀର ଉତ୍ତର-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିଲା ହିଂସା। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଘଟିଥିଲା ସଂଘର୍ଷ। ଗତ ରବିବାର ଆରମ୍ଭ ହୋଇଥିବା ଏହି ହିଂସା କ୍ରମଶଃ…
ଆତଙ୍କବାଦୀଙ୍କ ସହଯୋଗୀଙ୍କ ପାଖରେ ଚାଇନିଜ୍ ଗ୍ରେନେଡ୍
ଶ୍ରୀନଗର,୧।୩: ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ଗନ୍ଦରବାଲ ଏବଂ ବଡ଼ଗାଓ୍ବଁରେ ମିଳିତ ସର୍ଚ୍ଚ ଅପରେଶନ ସମୟରେ ଆତଙ୍କବାଦୀଙ୍କ ୫ ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ଚାଇନିଜ୍ ଗ୍ରେନେଡ୍ ଜବତ ହୋଇଛି। କଶ୍ମୀର ଜୋନ୍ ପୋଲିସ…
ହିଂସା ଯୋଗୁ ପରୀକ୍ଷା ଦେଇ ପାରି ନ ଥିବା ଛାତ୍ରୀଛାତ୍ର ମାର୍ଚ୍ଚ ୭ ପର୍ଯ୍ୟନ୍ତ ଦେବେ ପରୀକ୍ଷା: ସିବିଏସ୍ଇ
ନୂଆଦିଲ୍ଲୀ,୧।୩: ଦିଲ୍ଲୀରେ ଘଟିଥିବା ହିଂସା ଯୋଗୁ ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ର ମାର୍ଚ୍ଚ ୭ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସିବିଏସ୍ ପକ୍ଷରୁ ହିଂସାକାଣ୍ଡ ଘଟିଥିବା ସ୍କୁଲର ଅଧ୍ୟକ୍ଷଙ୍କୁ…
ଆଖିରେ ଆଖିଏ ସ୍ବପ୍ନ: ପାଉଁଶଗଦାରେ ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି ଲୋକେ
ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହଂସାରେ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୪୫ରେ ପହଞ୍ଚିଛି। ତେବେ ବି ବହୁ ଲୋକ ନିଖୋଜ ରହିଛନ୍ତି। ଆଖିରେ ଆଖିଏ ସ୍ବପ୍ନ ନେଇ ପ୍ରିୟ ପରିଜନଙ୍କୁ ଖୋଜିବା କାମରେ ଲାଗିଛନ୍ତି ବହୁ ଲୋକ। ହାତରେ ଫଟୋ ଧରି ମୃତଦେହ ରଖାଯାଇ…
Archives


