ଜାତୀୟ

ଲକ୍‌ଡାଉନ ପ୍ରଭାବ: ସାଥିଙ୍କ କେଶ କାଟୁଛନ୍ତି ପୋଲିସ

ଯୋଧପୁର,୨୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଏହି ସମୟରେ ଆଗ ଧାଡିର ଯୋଦ୍ଧା ସାଜିଥିବା ପୋଲିସଙ୍କର କିଛି ଫଟୋ ଓ ଭିଡିଓ ମଧ୍ୟ ଦେଖିବାକୁ…

ମ୍ୟୁଚୁଆଲ ଫଣ୍ଡ୍‌ରେ ସୁଧାର ଉଦ୍ୟମ: ଆର୍‌ବିଆଇ ପକ୍ଷରୁ ୫୦ ହଜାର କୋଟିର ସ୍ବତନ୍ତ୍ର ନଗଦ ଘୋଷଣା

ନୂଆଦିଲ୍ଲୀ,୨୭।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ୫୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନଗଦ ଘୋଷଣା କରାଯାଇଛି। ଏହାଦ୍ୱାରା ମ୍ୟୁଚୁଆଲ୍‌ ଫଣ୍ଡ୍‌ ଉପରେ…

କରୋନା ସଙ୍କଟରେ ବି ଟେଷ୍ଟ୍‌ କିଟ୍‌ ବିକ୍ରିରେ ୧୪୫ ପ୍ରତିଶତ ଲାଭ ନେଇଛନ୍ତି ଆମଦାନୀକାରୀ

ନୂଆଦିଲ୍ଲୀ,୨୭।୪: କରୋନା ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଚାଇନାରୁ ଆସିଥିବା ଟେଷ୍ଟ୍‌ କିଟ୍‌ ବିକ୍ରିରେ ଆମଦାନୀକାରୀ ୧୪୫ ପ୍ରତିଶତ ଲାଭ ନେଇଥିବା କୁହାଯାଉଛି। ଚାଇନାରୁ ଏହି କିଟ୍‌ ୨୪୫ ଟଙ୍କାରେ…

କରୋନା ସଂକ୍ରମିତ କଂଗ୍ରେସ ନେତାଙ୍କ ପରଲୋକ

ଅହମଦାବାଦ,୨୭।୪: ମହାମାରୀ କରୋନା ଭାଇରସ କବଳରେ ପଡି ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବଦରୁଦ୍ଦିନ ଶେଖଙ୍କର ରବିବାର ରାତିରେ ମୃତ୍ୟୁ ହୋଇଛି। ଗତ ପ୍ରାୟ ୮ ଦିନ ହେବ ସେ କରୋନାରେ ପୀଡିତ ଥିବା ବେଳେ ରବିବାର ଏସ୍‌ଭିପି ହସ୍ପିଟାଲରେ ଶେଷ…

୩ ସପ୍ତାହରେ ଭାରତରେ ଅକ୍ସଫୋର୍ଡ ଟିକା ଉତ୍ପାଦନ

ନୂଆଦିଲ୍ଲୀ,୨୭ା୪: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକାଶିତ କୋଭିଡ୍‌-୧୯ ନିରୋଧୀ ଟିକାର ମାନବ ଶରୀରରେ ପରୀକ୍ଷଣ ଗତ ଗୁରୁବାର ଆରମ୍ଭ କରାଯାଇଥିଲା। ଏହି ପରୀକ୍ଷଣରେ ଉକ୍ତ ଟିକା ସଫଳ ହେବ ବୋଲି ତାହାକୁ ବିକାଶିତ କରିଥିବା ବୈଜ୍ଞାନିକମାନେ ଦୃଢ଼ ଆଶାବାଦୀ ଅଛନ୍ତି।…

ତଥ୍ୟ ଗୋପନୀୟତାକୁ ନେଇ ବଢ଼ୁଛି ସନ୍ଦେହ

ମୁମ୍ବାଇ,୨୭।୪(ପିଟି): କରୋନା ଭାଇରସ୍‌ ସଂକ୍ରମଣକାରୀଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏପ୍ରିଲ ୨ତାରିଖରେ ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରାଯାଇଥିଲା। ଏହା ୧୧ଟି ଆଞ୍ଚଳିକ ଭାଷାରେ ଉବଲବ୍ଧ। ଇଲେକ୍ଟ୍ରୋନିସକ୍ସ ଆଣ୍ଡ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅଧିନରେ ଥିବା ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି)…

ଶସ୍ତାରେ ମିଳୁ ପରୀକ୍ଷା କିଟ୍‌: ହାଇକୋର୍ଟ

ନୂଆଦିଲ୍ଲୀ,୨୭ା୪(ପି.ଟି.): ସଂକ୍ରମଣକୁ ରୋକିବାକୁ ହେଲେ ତୁରନ୍ତ କୋଭିଡ୍‌-୧୯ ପରୀକ୍ଷା କିଟ୍‌ ଶସ୍ତାରେ ଉପଲବ୍ଧ କରାଇବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଦେଶ ଏବେ ଅଭୂତପୂର୍ବ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଲାଗି ପରୀକ୍ଷା କିଟ୍‌ ଶସ୍ତାରେ…

ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ/ଶ୍ରୀନଗର,୨୭ା୪: କରୋନା ମହାମାରୀକୁ ଅଣଦେଖା କରି ପାକିସ୍ତାନ ଭାରତ ଭିତରକୁ ଆତଙ୍କବାଦୀ ପଠାଇ କ୍ଷତି କରିବା ଲାଗି ପ୍ରୟାସ କରୁଛି। ପ୍ରାୟ ୩୦୦ ଆତଙ୍କବାଦୀ ‘ପିଓକେ’ର ନିୟନ୍ତ୍ରଣ ରେଖା ନିକଟରେ ଭାରତ ଭିତରେ ପ୍ରବେଶ ଲାଗି ଅପେକ୍ଷାରେ ଅଛନ୍ତି। ଏଥିଲାଗି ଭାରତୀୟ…

ଲକ୍‌ଡାଉନ ବେଳେ ୫୯୩ ମାମଲାର ଶୁଣାଣି

ନୂଆଦିଲ୍ଲୀ,୨୭ା୪(ପି.ଟି.): ଦେଶବ୍ୟାପୀ ଲକ୍‌ଡାଉନର ଏକମାସ ମଧ୍ୟରେ ସୁପ୍ରିମକୋର୍ଟ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫୯୩ ମାମଲାର ଶୁଣାଣି କରିଥିବାବେଳେ ୨୧୫ଟିର ରାୟ ପ୍ରଦାନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣକୁ ନେଇ ସର୍ବୋଚ୍ଚ ଅଦାଲତ ମାର୍ଚ୍ଚ ୨୩ରୁ ଆଇନଜୀବୀ ଓ ପକ୍ଷମାନଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା।…

ସ୍ବାସ୍ଥ୍ୟ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ,୨୭ା୪(ପି.ଟି.): କରୋନା ମୁକାବିଲାରେ ପ୍ରମୁଖ ଭୂମିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୂଦନଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ରେ ଶେଷ ହେବାକୁ ଥିବାବେଳେ ଏହାକୁ ଆଉ ୩ ମାସ ବଢ଼ାଇ ଦିଆଯାଇଛି। ପ୍ରଶାସନିକ ସ୍ତରରେ ହୋଇଥିବା ଅଦଳବଦଳ ଅନୁଯାୟୀ ୨୩ ବରିଷ୍ଠ…

ବିନା ପକ୍ଷପାତରେ ସହାୟତା ଦିଅ

ନାଗପୁର,୨୭ା୪(ପି.ଟି.): ଦେଶ କରୋନା ମହାମାରୀର ସମ୍ମୁଖୀନ ହୋଇଥିବାବେଳେ ପରିସ୍ଥିତିର ସୁଯୋଗ ନେବାକୁ ଉଦ୍ୟମ କରୁଥିବା ରାଷ୍ଟ୍ରସ୍ବାର୍ଥ ବିରୋଧୀ ଶକ୍ତିକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସତର୍କ କରାଇଦେଇଛନ୍ତି। କରୋନା ଏବଂ ଲକ୍‌ଡାଉନ ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ…

୧୧୨ ଜିଲାରେ ସର୍ଭେ କରିବ ନୀତି ଆୟୋଗ

ନୂଆଦିଲ୍ଲୀ,୨୭ା୪: କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତରେ ଗରିବମାନେ ସୋସିଆଲ ଡିଷ୍ଟାନ୍ସିଂ କରୁଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଜିଲାରେ ନୀତି ଆୟୋଗ ସର୍ଭେ କରିବ। ପ୍ରତି ୨-୩ ସପ୍ତାହରେ ସର୍ବେକ୍ଷଣ କରାଯାଇ ସରକାରୀ କଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri