ଜାତୀୟ

ସୁସ୍ଥ ହେଲେ ଅହମଦାବାଦର ପ୍ରଥମ କରୋନା ସଂକ୍ରମିତ

ଅହମଦାବାଦ,୧୯।୪: ଗୁଜରାଟ ଅହମଦାବାଦର ନିଓମି ଶାହା ହେଉଛନ୍ତି ସେଠାକାର ପ୍ରଥମ କରୋନା ସଂକ୍ରମିତ। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ରବିବାର ଡିସଚାର୍ଜ ହୋଇଛନ୍ତି। ମାର୍ଚ୍ଚ ୧୭ରେ ନିଓମି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇଥର…

ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୯।୪: ଗୋଟିଏ ପଟେ କରୋନା ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନର ଅବଧି ସରି ସରି ଆସୁଥିବା ବେଳେ ଅନ୍ୟପଟେ କିନ୍ତୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଛି। ରବିବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି…

ଆଶା ଦେଖାଇଛି ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ,୧୯।୪: କରୋନା ଭାଇରସ୍‌ରେ ସାରା ବିଶ୍ୱରେ ସାଢ଼େ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବାବେଳେ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏହି ମହାମାରୀଠାରୁ କିଭଳି ଜୀବନ ରକ୍ଷା କରାଯିବ ତାହାର ଉପଚାର ଖୋଜିବାରେ ବିଶ୍ୱର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଏଭଳିସ୍ଥଳେ…

ଲକ୍‌ଡାଉନ ପରେ ଅନିଶ୍ଚିତତା

ନୂଆଦିଲ୍ଲୀ,୧୯।୪: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିବା ପରେ ଏହାର ସଂକ୍ରମଣ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ଦେଶ କଠୋର ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଏଥିସହିତ କୋଭିଡ୍‌-୧୯ ଚିକିତ୍ସା ଲାଗି ସ୍ବତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଲକ୍‌ଡାଉନ ଭଳି…

ଭାରତକୁ ସାଲ୍ୟୁଟ୍‌ କଲା ଜାତିସଂଘ

କୋଭିଡ୍‌-୧୯ ମହାମାରୀ ବିରୋଧୀ ଲଢ଼େଇରେ ଅନ୍ୟ ଦେଶକୁ ସହାୟତା କରିଥିବା ଭାରତ ଓ ଅନ୍ୟ ରାଷ୍ଟ୍ରଙ୍କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସାଲ୍ୟୁଟ୍‌ ଜଣାଇଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଭାରତ ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଆମେରିକା ସମେତ ୫୫ଟି…

ଜମାତ ସହ ସମ୍ପୃକ୍ତ ୪ ହଜାର ସଂକ୍ରମିତ

ନୂଆଦିଲ୍ଲୀ,୧୯।୪: ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୧୪,୩୭୮ରେ ପହଞ୍ଚତ୍ଥିବାବେଳେ ସେଥିରୁ ୪୨୯୧ମାମଲା ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ଗତ ମାସରେ ଅନୁଷ୍ଠିତ ତବଲିଘି ଜମାତ ଧର୍ମସଭା ସହ ସମ୍ପୃକ୍ତ ବୋଲି ସରକାର ଘୋଷଣା କରିଛନ୍ତି। ଅର୍ଥାତ୍‌ ପ୍ରତି ୧୦ ମାମଲାରୁ ୩ଟିର ଜମାତ ସହ…

ଅଢ଼େଇ ହଜାରରେ ଫୋନ୍‌ ବିକି ଖାଦ୍ୟ ଆଣିଥିଲେ ଦାଦନ

ଗୁରୁଗ୍ରାମ,୧୯।୪: ଲକ୍‌ଡାଉନ୍‌ ଯୋଗୁ ଗରିବ, ନିରାଶ୍ରୟ ଲୋକଙ୍କ ମୁଣ୍ଡବ୍ୟଥା ବଢ଼ିଛି। କାମଧନ୍ଦା ବନ୍ଦ ହୋଇଯିବା ପରେ ପରିବାର ପୋଷିବା ସେମାନଙ୍କ ଲାଗି କଷ୍ଟକର ହୋଇପଡ଼ିଛି। ଅନେକେ ଖାଇବାକୁ ମୁଠେ ପାଉନାହାନ୍ତି। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ଗୁରୁଗ୍ରାମସ୍ଥିତ ଏକ…

୨୦ରୁ ଆଦାୟ ହେବ ଟୋଲ୍‌ ଟିକସ୍‌

ନୂଆଦିଲ୍ଲୀ,୧୯।୪: ଚଳିତ ମାସ ୨୦ ତାରିଖରୁ ଟୋଲ୍‌ ଟିକସ୍‌ ସଂଗ୍ରହ ପୁଣି ଥରେ ଆରମ୍ଭ ହେବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପରିବହନ ଏବଂ ଲଜିଷ୍ଟିକ୍‌ କ୍ଷେତ୍ର ସହ…

ଟାର୍ଗେଟ ହେଉଛନ୍ତି ଲେଖକ:ମୋଦି ସରକାର ଅମଳରେ ଖବରଦାତା, ବୁଦ୍ଧିଜୀବୀ ଓ ଅସନ୍ତୁଷ୍ଟଙ୍କୁ ମିଳୁଛି ଧମକ

ନୂଆଦିଲ୍ଲୀ,୧୯।୪: ନବଲଖା, ତେଲଟୁମ୍ବଡେ ଓ ବରଦାରଞ୍ଜନ। ଏହି ତିନିଜଣ ହେଉଛନ୍ତି ହତ୍ୟା ଷଡ଼ଯନ୍ତ୍ରଠାରୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଶତ୍ରୁତା, ଘୃଣା ଓ ଦ୍ୱୈଷର ବିଷମଞ୍ଜି ବୁଣିବା ଅଭିଯୋଗରେ ଅଭିଯୁକ୍ତ। ଏହି ଆରୋପଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ବହୁଳ ଭାବେ…

ବୃଦ୍ଧି ହେବ କରୋନା ଭାଇରସ ଯୋଗୁ ଭାରତରେ ଫସିଥିବା ବିଦେଶୀଙ୍କ ଭିଜା ଅବଧି

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସକୁ ନେଇ ଦେଶରେ ହଠାତ୍‌ ଲକ୍‌ ଡାଉନ ଘୋଷଣା କରାଯିବା ପରେ କେତେଜଣ ବିଦେଶୀ ନାଗରିକ ଭାରତରେ ଫସି ରହିଛନ୍ତି। ଏହି ସମୟ ମଧ୍ୟରେ ଯେଉଁମାନଙ୍କର ଭିଜା ଅବଧି ଶେଷ ହୋଇ ଯାଉଥିବ ସେମାନଙ୍କ ପାଇଁ ବିନା ମୂଲ୍ୟରେ…

ଲକ୍‌ଡାଉନ ନିୟମ ଭାଙ୍ଗି ଗିରଫ ହେଲେ ୧୦,୭୨୯

ମୁମ୍ବାଇ,୧୮।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ହେଲେ ଏହି ସମୟରେ ମହାରାଷ୍ଟ୍ରରେ ଲକ୍‌ଡାଉନ ନିୟମ…

ଲକ୍‌ ଡାଉନ୍‌ର ପ୍ରଭାବ: ୧୦ ବର୍ଷ ପଛକୁ ଚାଲିଯିବ ଦେଶ; ସୃଷ୍ଟି ହେବେ ୧୦ କୋଟି ନୂଆ ଗରିବ; ବିପିଏଲ୍‌ ସଂଖ୍ୟା ଛୁଇଁବ ୯୧ କୋଟି

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତ ସରକାର ଦେଶବ୍ୟାପୀ ଲକ୍‌ ଡାଉନ୍‌ ଜାରି କରିଛନ୍ତି। ଏହାଦ୍ୱାରା ଦେଶ ଆର୍ଥିକ ଦୃଷ୍ଟିକୋଣରୁ ୧୦ ବର୍ଷ ପଛକୁ ଚାଲିଯିବ ବୋଲି ୟୁନାଇଟେଡ୍‌ ନେଶନ୍‌ ବିଶ୍ୱବିଦ୍ୟାଳୟ(ୟୁଏନ୍‌ୟୁ) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri