ରାଜଧାନୀରେ ୪୦ ଦିନରେ ଚତୁର୍ଥ ଥର ଅନୁଭୂତ ହେଲା ଭୂକମ୍ପ
ନୂଆଦିଲ୍ଲୀ,୧୫।୫: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପୁଣିଥରେ ଭୂକମ୍ପ ଅନୁଭୂତ ହୋଇଛି। ଗତ ୪୦ ଦିନ ମଧ୍ୟରେ ଏହା ଚତୁର୍ଥଥର। ଶୁକ୍ରବାର ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୨ ଥିବା ବେଳେ ଏହା ଏକ ମୃଦୁ ଭୂକମ୍ପ। କରୋନା ଭାଇରସ…
ଖୋଲିଲା ବଦ୍ରିନାଥ ମନ୍ଦିର, ଭକ୍ତଙ୍କୁ ମିଳିଲାନି ଅନୁମତି
ଚାମୋଲି,୧୫।୫: ଦୀର୍ଘଦିନ ପରେ ଶୁକ୍ରବାର ଭୋର ପ୍ରାୟ ୪ଟା ୩୦ରେ ଖୋଲିଛି ବଦ୍ରିନାଥ ମନ୍ଦିର। ପ୍ରଥମେ ଶୀତଦିନିଆ ତୁଷାରପାତ ଓ ଏହାପରେ କରୋନା ସଂକ୍ରମଣ ଯୋଗୁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ ଯୋଗୁ ବନ୍ଦ ଥିଲା ମନ୍ଦିର। ଏବେ ଏହା ଖୋଲିଥିଲେ…
୨୪ ଘଣ୍ଟାରେ ଶହେ ମୁଣ୍ଡ ନେଲା କରୋନା
ନୂଆଦିଲ୍ଲୀ,୧୫।୫: ଦେଶରେ ଅଣାୟତ ହେଲାଣି କରୋନା ସ୍ଥିତି। ବେଳକୁ ବେଳ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଛି ୮୧,୯୭୦ରେ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩,୯୬୭ ନୂଆ ରୋଗୀ ଚିହ୍ନଟ ହୋଇଥିବା…
ଆଫ୍ରିକାନ୍ ସ୍ବାଇନ୍ ଫିଭରରେ ମଲେଣି ୧୫ ହଜାର ଘୁଷୁରି
ଗୁଆହାଟୀ,୧୫।୫: ଆସାମରେ ଦେଖାଦେଇଛି ଆଫ୍ରିକାନ୍ ସ୍ବାଇନ୍ ଫିଭର(ଏଏସ୍ଏଫ୍)। ଏଥିରେ ୧୫ ହଜାର ଘୁଷୁରି ମଲେଣି। ୩୩ ଜିଲାରୁ ୧୦ ଜିଲାରେ ଏହି ରୋଗ ମାଡ଼ିଚାଲିଛି। ଏହାର ନିରାକରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। କେନ୍ଦ୍ର ସମସ୍ତ ସହାୟତା…
୩୧ ଯାଏ ଲକ୍ଡାଉନ ବଢ଼ାଇବ ମହାରାଷ୍ଟ୍ର
ମୁମ୍ବାଇ,୧୫।୫: ମହାରାଷ୍ଟ୍ରରେ ଲକ୍ଡାଉନ ଅବଧି ମେ’ ୩୧ ପର୍ଯ୍ୟନ୍ତ ବଢ଼ାଇବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଗୁରୁବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଧ୍ୟକ୍ଷତାରେ ମହା ବିକାଶ ଅଘାଡି ସରକାରର ମନ୍ତ୍ରୀମାନଙ୍କ ବୈଠକରେ…
ବିଧାନ ପରିଷଦକୁ ଉଦ୍ଧବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ମୁମ୍ବାଇ,୧୫।୫(ପି.ଟି.): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଓ ଅନ୍ୟ ୮ ଜଣ ରାଜ୍ୟ ବିଧାନ ପରିଷଦକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହୋଇଥିବା ଅନ୍ୟମାନେ ହେଲେ ପରିଷଦର ଉପାଧ୍ୟକ୍ଷ ନୀଲମ ଗୋରେ (ଶିବସେନା), ୪ ଭାଜପା ପ୍ରାର୍ଥୀ ରଞ୍ଜିତସିଂ ମୋହିତେ ପାଟିଲ,…
ରାସ୍ତା ମଝିରେ ବାଘ
ହାଇଦ୍ରାବାଦ, ୧୫।୫: ପ୍ରାଣଘାତୀ କରୋନା କବଳରୁ ବର୍ତ୍ତିବା ଲାଗି ସରକାର ଦେଶବ୍ୟାପୀ ଲକ୍ଡାଉନ ଲାଗୁ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳୁଛି। ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଜାତୀୟ ରାଜପଥ-୭ ମଝିରେ ଏକ କଲରାପତରିଆ ବାଘ ଶୋଇଥିବାର…
ଦିନକରେ ଗଡ଼ିଲା ୯୨ ମୁଣ୍ଡ
ନୂଆଦିଲ୍ଲୀ, ୧୫।୫ : ପ୍ରାଣଘାତୀ କରୋନା ଭୂତାଣୁ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି। ଦେଶରେ ଗୁରୁବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮୧, ୬୫୮କୁ ବୃଦ୍ଧି ପାଇଥିବା ବେଳେ ୨,୬୪୪ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ୯୨ ଜଣ ପ୍ରାଣ…
ଦାଦନଙ୍କ ପାଇଁ କେନ୍ଦ୍ରର ଯୋଜନା: ଏକ ଦେଶ ଏକ ରାଶନ କାର୍ଡ
ନୂଆଦିଲ୍ଲୀ,୧୫।୫: କରୋନା ଭାଇରସ୍ ମୁକାବିଲା ପାଇଁ ଜାରି ଲକ୍ଡାଉନ୍ ଦେଶର ଅର୍ଥନୀତିକୁ ଉଜାଡ଼ିଦେଇଛି। ଏଥିଯୋଗୁ ସହରଗୁଡ଼ିକରେ ଜୀବିକା ହରାଇ ଗାଁମୁହାଁ ହୋଇଥିବା ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ସବୁଠୁ ବେଶି ଦେଖିବାକୁ ମିଳିଛି। ଶହ ଶହ କି.ମି. ରାସ୍ତା ପାଦରେ ଚାଲି ଭିଟାମାଟିକୁ…
ଅର୍ଥାଭାବରୁ ପ୍ରବାସୀ ଶ୍ରମିକ ରେଳ ଯାତ୍ରାରୁ ବଞ୍ଚିତ ନ ହୁଅନ୍ତୁ : କର୍ନାଟକ ହାଇକୋର୍ଟ
ନୂଆଦିଲ୍ଲୀ,୧୫।୫: ଲକ୍ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଛନ୍ତି। ଏପରି କି କାମଧନ୍ଦା ପାଉ ନ ଥିବାରୁ ଅନେକ ପ୍ରବାସୀ ଶ୍ରମିକ ଅର୍ଥାଭାବ ମଧ୍ୟ ଦେଇ ଗତି କରୁଛନ୍ତି। ତେଣୁ ଅଧିକାଂଶ ନିଜ ଭିଟାମାଟିକୁ ଫେରି ଯିବାକୁ ଚେଷ୍ଟା…
ଏଡ୍ସ ଆକ୍ରାନ୍ତଙ୍କ ଉପରେ କୋଭିଡ୍ ବିପତ୍ତି
ନୂଆଦିଲ୍ଲୀ: ଦୀର୍ଘ ୫ମାସ ହେଲା ପୃଥିବୀବାସୀଙ୍କୁ କଲବଲ କରୁଛି କରୋନା। ଏହାର ଭୟଙ୍କର ପ୍ରକୋପରେ ଆଣ୍ଠେଇବାକୁ ବାଧ୍ୟ ହୋଇଛନ୍ତି ଆମେରିକା, ରୁଷିଆ, ଜର୍ମାନୀ, ସ୍ପେନ୍, ବ୍ରିଟେନ୍ ଭଳି ମହାଶକ୍ତି। ଭୂତାଣୁର ପରିବର୍ତ୍ତନଶୀଳ ପ୍ରକୃତି ଲାଗି ଆଗାମୀ ଦିନରେ କରୋନା ପ୍ରତିଷେଧକ ବାହାରିବ…
ପ୍ରଭାବିତ ହେବ ୪୮ ପ୍ରତିଶତ ଭାରତୀୟ ଛାତ୍ରଙ୍କ ବିଦେଶ ପଢ଼ା
ନୂଆଦିଲ୍ଲୀ,୧୫।୫(ପି.ଟି.): ବିଦେଶରେ ପାଠ ପଢ଼ିବାକୁ ଚାହୁଁଥିବା ୪୮ ପ୍ରତିଶତ ଭାରତୀୟ ଛାତ୍ରୀଛାତ୍ରଙ୍କ ନିଷ୍ପତ୍ତିକୁ କରୋନା ମହାମାରୀ ପ୍ରଭାବିତ କରିବ ବୋଲି ଜଣାପଡିଛି। ବିଶ୍ୱସ୍ତରରେ ଶିକ୍ଷାନୁଷ୍ଠାନଗୁଡ଼ିକର ର଼୍ୟାଙ୍କ ପ୍ରସ୍ତୁତ କରୁଥିବା କ୍ୱାକ୍ୱାରେଲି ସାଇମଣ୍ଡସ୍ (କ୍ୟୁଏସ୍) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ…
Archives


