Posted inଜାତୀୟ

ଚାଇନା ସହ ସଂଘର୍ଷ: ୨୦ ଯବାନ ଶହୀଦ, ପିଏଲ୍‌ଏର ୪୩ ସୈନ୍ୟ ମୃତାହତ

ନୂଆଦିଲ୍ଲୀ,୧୭ା୬ : କଥା କଟାକଟିରୁ ହାତାହାତି ତା’ ପରେ ସଂଘର୍ଷ ଓ ଶେଷରେ ଫୁଟିଛି ଗୁଳି। ସଂଘର୍ଷ ବେଳେ ଟେକାମାଡ଼ରେ ଟଳିପଡ଼ିଛନ୍ତି ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ୨୦ ଯବାନ। ଲଦାଖ ସୀମାରେ ଭାରତ-ଚାଇନା ସେନା ମଧ୍ୟରେ ବିବାଦର ଏହା ହେଉଛି ସଦ୍ୟ ପରିଣତି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ୫ ସପ୍ତାହ ଧରି କୁହୁଳୁଥିବା ଧୂଆଁ ନିଆଁର ରୂପ ନେବା ପରେ ଭାରତୀୟ ଯବାନ ଓ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ମଧ୍ୟରେ ହୋଇଛି ଘମାଘୋଟ ଲଢ଼େଇ। ଏହି ଲଢ଼େଇରେ ପିଏଲ୍‌ଏର ୪୩ ସୈନ୍ୟ ମୃତାହତ ହୋଇଥିବା ଜଣାପଡ଼ିଛି। ଏଥିସହ ସୀମା ଅତିକ୍ରମ ନ କରିବାକୁ ଭାରତକୁ ଚେତାବନୀ ଦେଇଛି ଚାଇନା। ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଜରୁରୀ ବୈଠକ ଡକାଇବା ପରେ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରିଛନ୍ତି। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ୪୫ ବର୍ଷରେ ଦୁଇଦେଶ ମଧ୍ୟରେ ପ୍ରଥମଥର ପାଇଁ ଏଭଳି ହିଂସାମତ୍କ ଲଢ଼େଇ ହୋଇଛି, ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମିତି ଦେଖିଲେ ୧୯୭୫ ପରେ ଭାରତ-ଚାଇନା ସୀମାରେ ଏତେ ବଡ଼ ସଂଘର୍ଷ କେବେ ଘଟି ନ ଥିଲା ଯଦିଓ ମଝିରେ ମଝିରେ ଦୁଇଦେଶ ଏକାଧିକ ଥର ମୁହଁାମୁହିଁ ହୋଇଛନ୍ତି। ୨୦୧୭ରେ ଡୋକ୍‌ଲାମ ବିବାଦ ପରେ ସ୍ଥିତି ସ୍ବାଭାବିକ ମନେହେଉଥିଲେ ହେଁ ବିବାଦ ଛିଣ୍ଡି ନ ଥିଲା। ଏହି ଅଛିଣ୍ଡା ବିବାଦ ଟାଣି ହୋଇଯାଇଥିଲା ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାକୁ। ଏହି ଅତ୍ୟୁଚ୍ଚ ଉପତ୍ୟକାର ପାଙ୍ଗୋଙ୍ଗ୍‌ ହ୍ରଦ ନିକଟରେ ଭାରତୀୟ ଯବାନଙ୍କ ପାଟ୍ରୋଲିଂକୁ ନେଇ ଗତ ମେ ୫ ତାରିଖରେ ପିଏଲ୍‌ଏ ସୈନ୍ୟ ଆପତ୍ତି ଉଠାଇଥିଲେ। ଏନେଇ ଦୁଇ ଦେଶର ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟିଥିଲା, ଯାହାକି ପରଦିନ ମଧ୍ୟ ଜାରି ରହିଥିଲା। ଭାରତ-ଚାଇନା କମାଣ୍ଡରସ୍ତରୀୟ ଆଲୋଚନା ପରେ ଦୁଇଦେଶର ସେନା କିଛିମାତ୍ରାରେ ପଛକୁ ଘୁଞ୍ଚତ୍ଥିବା କୁହାଯାଉଥିଲା। ତେବେ ଆଲୋଚନା ଜାରି ରହିଥିବାବେଳେ ଚାଇନା ପକ୍ଷରୁ ଏକ ଷ୍ଟ୍ରାଟେଜିକ୍‌ ରୋଡ୍‌ ନିର୍ମାଣ ଚାଲିଥିଲା। ଏହା ହିଁ ସଦ୍ୟ ବିବାଦର ମୂଳମଞ୍ଜି ବୋଲି କୁହାଯାଉଛି। ସୂଚନାନୁସାରେ ସୋମବାର ରାତିରେ ଗଲଓ୍ବାନ ଘାଟିର ପାଟ୍ରୋଲିଂ ପଏଣ୍ଟ ୧୪ରେ ଭାରତୀୟ ଯବାନ ଏବଂ ପିଏଲ୍‌ଏ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଉଭୟ ପଟୁ ଟେକାମାଡ଼ ଓ ଲୁହାରଡ୍‌ରେ ଆକ୍ରମଣ ହୋଇଥିଲା। ଟେକା ଓ ଲୁହାରଡ୍‌ ମାଡ଼ରେ ଭାରତୀୟ ସେନାର ବିହାର ରେଜିମେଣ୍ଟ କମାଣ୍ଡିଂ ଅଫିସର କଲୋନେଲ ସନ୍ତୋଷ ବାବୁ ଶହୀଦ ହୋଇଛନ୍ତି। ଅନ୍ୟ ଦୁଇଜଣ ଯବାନଙ୍କ ମଧ୍ୟ ଜୀବନ ଯାଇଛି। ସେହିପରି ସଂଘର୍ଷ ବେଳେ ଭାରତୀୟ ସେନାର ଆକ୍ରମଣରେ ପିଏଲ୍‌ଏର ୪୩ ସୈନ୍ୟ ମୃତାହତ ହୋଇଥିତ୍ବା ଏକ ଜାତୀୟ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଉଭୟ ଭାରତ ଓ ଚାଇନା ସେନା ପକ୍ଷରୁ ଆନୁଷ୍ଠାନିକ ଭାବେ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏନେଇ ନୂଆଦିଲ୍ଲୀସ୍ଥିତ ସାଉଥ୍‌ ବ୍ଲକ୍‌ରେ ସ୍ଥିତି ସମୀକ୍ଷା କରିଛନ୍ତି। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ବତ୍‌, ତିନିସେନା ମୁଖ୍ୟ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଉକ୍ତ ଜରୁରୀ ବୈଠକରେ ଉପସ୍ଥିତ ଥିଲେ। ଏହି ଘଟଣା ପରେ କୂଟନୈତିକ ସ୍ତରରେ କି ପଦକ୍ଷେପ ନିଆଯିବା ଉଚିତ ବୋଲି ରାଜନାଥ ତିନିସେନା ମୁଖ୍ୟଙ୍କୁ ପରାମର୍ଶ ମାଗିଛନ୍ତି। ବୈଠକ ପରେ ପ୍ରତିରକ୍ଷାମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ଜମ୍ମୁ-କଶ୍ମୀର ଗସ୍ତକୁ ବାତିଲ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହ୍ୟ ଜଗତରୁ ବିଚ୍ଛିନ୍ନ ମଣିପୁର ଗାଁ, ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ଭାପୁର,୩୦।୭ (ପ୍ରଭାତ ବରାଡ): ଭାପୁର ପଞ୍ଚାୟତ ସମିତିର ୨୦ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ଚାରି ଗୋଟି ପଞ୍ଚାୟତ ଦେଇ ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପ୍ରବାହିତ। ସେହି…

ମୋଦିଙ୍କ ଇନ୍‌ଷ୍ଟା ଭିଡିଓକୁ ନେଇ ଅଭିଜିତଙ୍କ କଟାକ୍ଷ, କହିଲେ-ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଇନଫ୍ଲୁଏନ୍ସର ହୋଇଯିବା ଉଚିତ୍‌…

ନୂଆଦିଲ୍ଲୀ,୩୦।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବା ଉଚିତ୍‌ ଏବଂ ଜଣେ ଇନଫ୍ଲୁଏନ୍ସର (Influencer)…

ସୁଦାମଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ ଘଟିଲା..

ପଦ୍ମପୁର, ୩୦।୭: ପଦ୍ମପୁର ପାଟଣାଗଡ଼ ମୁଖ୍ୟ ସଡ଼କର ଦହିତା କଲେଜ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

ସରକାରଙ୍କ ବଡ଼ ସୂଚନା: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା! ଜାଣନ୍ତୁ କେତେ…

ଭୁବନେଶ୍ୱର,୩୦।୭: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି…

ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଅଖାରେ ପଶି ମାଟି ତଳେ ୩ ଦିନ ରହିବା ପରେ ଘଟିଲା…

ଚଣ୍ଡିଗଡ଼,୩୦ା୭:ଏକ ପାରମ୍ପରିକ ଗ୍ରାମ ସର୍କସ ଦଳର ଜଣେ ୨୭ ବର୍ଷୀୟ ଯୁବକ ପୂର୍ବରୁ ଅନେକ ଥର ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଇଥିଲେ। ତେବେ ହରିୟାଣାର ନୁହ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri