Posted inଜାତୀୟ

ଚାଇନା ସହ ସଂଘର୍ଷ: ୨୦ ଯବାନ ଶହୀଦ, ପିଏଲ୍‌ଏର ୪୩ ସୈନ୍ୟ ମୃତାହତ

ନୂଆଦିଲ୍ଲୀ,୧୭ା୬ : କଥା କଟାକଟିରୁ ହାତାହାତି ତା’ ପରେ ସଂଘର୍ଷ ଓ ଶେଷରେ ଫୁଟିଛି ଗୁଳି। ସଂଘର୍ଷ ବେଳେ ଟେକାମାଡ଼ରେ ଟଳିପଡ଼ିଛନ୍ତି ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ୨୦ ଯବାନ। ଲଦାଖ ସୀମାରେ ଭାରତ-ଚାଇନା ସେନା ମଧ୍ୟରେ ବିବାଦର ଏହା ହେଉଛି ସଦ୍ୟ ପରିଣତି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ୫ ସପ୍ତାହ ଧରି କୁହୁଳୁଥିବା ଧୂଆଁ ନିଆଁର ରୂପ ନେବା ପରେ ଭାରତୀୟ ଯବାନ ଓ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ମଧ୍ୟରେ ହୋଇଛି ଘମାଘୋଟ ଲଢ଼େଇ। ଏହି ଲଢ଼େଇରେ ପିଏଲ୍‌ଏର ୪୩ ସୈନ୍ୟ ମୃତାହତ ହୋଇଥିବା ଜଣାପଡ଼ିଛି। ଏଥିସହ ସୀମା ଅତିକ୍ରମ ନ କରିବାକୁ ଭାରତକୁ ଚେତାବନୀ ଦେଇଛି ଚାଇନା। ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଜରୁରୀ ବୈଠକ ଡକାଇବା ପରେ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରିଛନ୍ତି। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ୪୫ ବର୍ଷରେ ଦୁଇଦେଶ ମଧ୍ୟରେ ପ୍ରଥମଥର ପାଇଁ ଏଭଳି ହିଂସାମତ୍କ ଲଢ଼େଇ ହୋଇଛି, ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମିତି ଦେଖିଲେ ୧୯୭୫ ପରେ ଭାରତ-ଚାଇନା ସୀମାରେ ଏତେ ବଡ଼ ସଂଘର୍ଷ କେବେ ଘଟି ନ ଥିଲା ଯଦିଓ ମଝିରେ ମଝିରେ ଦୁଇଦେଶ ଏକାଧିକ ଥର ମୁହଁାମୁହିଁ ହୋଇଛନ୍ତି। ୨୦୧୭ରେ ଡୋକ୍‌ଲାମ ବିବାଦ ପରେ ସ୍ଥିତି ସ୍ବାଭାବିକ ମନେହେଉଥିଲେ ହେଁ ବିବାଦ ଛିଣ୍ଡି ନ ଥିଲା। ଏହି ଅଛିଣ୍ଡା ବିବାଦ ଟାଣି ହୋଇଯାଇଥିଲା ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାକୁ। ଏହି ଅତ୍ୟୁଚ୍ଚ ଉପତ୍ୟକାର ପାଙ୍ଗୋଙ୍ଗ୍‌ ହ୍ରଦ ନିକଟରେ ଭାରତୀୟ ଯବାନଙ୍କ ପାଟ୍ରୋଲିଂକୁ ନେଇ ଗତ ମେ ୫ ତାରିଖରେ ପିଏଲ୍‌ଏ ସୈନ୍ୟ ଆପତ୍ତି ଉଠାଇଥିଲେ। ଏନେଇ ଦୁଇ ଦେଶର ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟିଥିଲା, ଯାହାକି ପରଦିନ ମଧ୍ୟ ଜାରି ରହିଥିଲା। ଭାରତ-ଚାଇନା କମାଣ୍ଡରସ୍ତରୀୟ ଆଲୋଚନା ପରେ ଦୁଇଦେଶର ସେନା କିଛିମାତ୍ରାରେ ପଛକୁ ଘୁଞ୍ଚତ୍ଥିବା କୁହାଯାଉଥିଲା। ତେବେ ଆଲୋଚନା ଜାରି ରହିଥିବାବେଳେ ଚାଇନା ପକ୍ଷରୁ ଏକ ଷ୍ଟ୍ରାଟେଜିକ୍‌ ରୋଡ୍‌ ନିର୍ମାଣ ଚାଲିଥିଲା। ଏହା ହିଁ ସଦ୍ୟ ବିବାଦର ମୂଳମଞ୍ଜି ବୋଲି କୁହାଯାଉଛି। ସୂଚନାନୁସାରେ ସୋମବାର ରାତିରେ ଗଲଓ୍ବାନ ଘାଟିର ପାଟ୍ରୋଲିଂ ପଏଣ୍ଟ ୧୪ରେ ଭାରତୀୟ ଯବାନ ଏବଂ ପିଏଲ୍‌ଏ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଉଭୟ ପଟୁ ଟେକାମାଡ଼ ଓ ଲୁହାରଡ୍‌ରେ ଆକ୍ରମଣ ହୋଇଥିଲା। ଟେକା ଓ ଲୁହାରଡ୍‌ ମାଡ଼ରେ ଭାରତୀୟ ସେନାର ବିହାର ରେଜିମେଣ୍ଟ କମାଣ୍ଡିଂ ଅଫିସର କଲୋନେଲ ସନ୍ତୋଷ ବାବୁ ଶହୀଦ ହୋଇଛନ୍ତି। ଅନ୍ୟ ଦୁଇଜଣ ଯବାନଙ୍କ ମଧ୍ୟ ଜୀବନ ଯାଇଛି। ସେହିପରି ସଂଘର୍ଷ ବେଳେ ଭାରତୀୟ ସେନାର ଆକ୍ରମଣରେ ପିଏଲ୍‌ଏର ୪୩ ସୈନ୍ୟ ମୃତାହତ ହୋଇଥିତ୍ବା ଏକ ଜାତୀୟ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଉଭୟ ଭାରତ ଓ ଚାଇନା ସେନା ପକ୍ଷରୁ ଆନୁଷ୍ଠାନିକ ଭାବେ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏନେଇ ନୂଆଦିଲ୍ଲୀସ୍ଥିତ ସାଉଥ୍‌ ବ୍ଲକ୍‌ରେ ସ୍ଥିତି ସମୀକ୍ଷା କରିଛନ୍ତି। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ବତ୍‌, ତିନିସେନା ମୁଖ୍ୟ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଉକ୍ତ ଜରୁରୀ ବୈଠକରେ ଉପସ୍ଥିତ ଥିଲେ। ଏହି ଘଟଣା ପରେ କୂଟନୈତିକ ସ୍ତରରେ କି ପଦକ୍ଷେପ ନିଆଯିବା ଉଚିତ ବୋଲି ରାଜନାଥ ତିନିସେନା ମୁଖ୍ୟଙ୍କୁ ପରାମର୍ଶ ମାଗିଛନ୍ତି। ବୈଠକ ପରେ ପ୍ରତିରକ୍ଷାମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ଜମ୍ମୁ-କଶ୍ମୀର ଗସ୍ତକୁ ବାତିଲ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri