ମହାମାରୀ ଲଢ଼େଇରେ ସହାୟକ ହେବନି ଲକ୍ଡାଉନ
ନୂଆଦିଲ୍ଲୀ, ୨୪।୫(ପି.ଟି.): ଦେଶବ୍ୟାପୀ ଲକ୍ଡାଉନ କୋଭିଡ୍-୧୯ ଲଢ଼େଇରେ ଆଉ ସହାୟକ ହେବନାହିଁ ବୋଲି ଦେଶର ପ୍ରମୁଖ ଭୂତାଣୁ ବିଜ୍ଞାନୀ ଶହିଦ ଜମିଲ୍ କହିଛନ୍ତି। ଏହା ବଦଳରେ ଗୋଷ୍ଠୀ ପରିଚାଳିତ ନିଷିଦ୍ଧାଞ୍ଚଳ, ଆଇସୋଲେଶନ ଓ କ୍ୱାରାଣ୍ଟାଇନ୍ ନୀତିକୁ ଅଧିକ ଗୁରୁତ୍ୱ ଦେବାକୁ ହେବ…
ପଶ୍ଚିମବଙ୍ଗକୁ ସେନା ପଠାଗଲା
କୋଲକାତା, ୨୪।୫(ପି.ଟି.): ବାତ୍ୟା ଅମ୍ଫନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଅତ୍ୟାବଶ୍ୟକ ଭିତ୍ତିଭୂମି ଓ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ସ୍ବାଭାବିକ କରିବା ଲାଗି ରାଜ୍ୟ ସରକାର ଭାରତୀୟ ସେନାର ସହାୟତା ଲୋଡ଼ିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ…
ଟ୍ରେନ୍ରେ ଫେରିଲେଣି ୩୨ ଲକ୍ଷ ଶ୍ରମିକ
ନୂଆଦିଲ୍ଲୀ, ୨୪।୫(ପି.ଟି.): ଭାରତୀୟ ରେଲଓ୍ବେ ସ୍ବତନ୍ତ୍ର ଟ୍ରେନ୍ରେ ବର୍ତ୍ତମାନ ସୁଦ୍ଧା ୩୨ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇନେଲାଣି। ଆଗାମୀ ୧୦ ଦିନ ମଧ୍ୟରେ ଆଉ ୨୬୦୦ ଶ୍ରମିକ ସ୍ପେଶିଆଲ ଟ୍ରେନ୍ ଚଳାଚଳ ଯୋଜନା ରହିଛି। ଏଥିରେ ପାଖାପାଖି ୩୬…
୨.୯ କୋଟି ଭାରତୀୟଙ୍କ ଡାଟା ଚୋରି
ନୂଆଦିଲ୍ଲୀ,୨୪।୫: ଦିନିକୁ ଦିନ ସାଇବର କ୍ରିମିନାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି। ସାବଧାନ ନ ହେଲେ ଅନେକ କ୍ଷତି ସହିବାକୁ ପଡୁଥିବା ଦେଖାଯାଇଛି। ନିକଟରେ ଆଉ ଏକ ବଡ ଧରଣର ଡାଟା ଚୋରି ଘଟଣା ସାମ୍ନାକୁ ଆସିଛି। ନିଯୁକ୍ତି ସନ୍ଧାନରେ ରହିଥିବା ୨.୯…
ପ୍ରବାସୀଙ୍କ ପାଇଁ ଆସନ୍ତା ୧୦ ଦିନରେ ଚାଲିବ ୨ହଜାର ୬ଶହ ଟ୍ରେନ୍
ନୂଆଦିଲ୍ଲୀ,୨୩।୫: ରେଳ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଶନିବାର କରାଯାଇଥିବା ଏକ ମିଳିତ ଖବରଦାତା ସମ୍ମିଳନୀରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୂଣ୍ଣ୍ୟ ସଲିଳା ଶ୍ରୀବାସ୍ତବ ଶନିବାର କହିଛନ୍ତି ଏପର୍ଯ୍ୟନ୍ତ ୨୬ଶହରୁ ଊର୍ଦ୍ଧ୍ୱ ଟ୍ରେନ୍ ଚାଲି ସାରିଲାଣି। ୩୫ ଲକ୍ଷରୁ ଊର୍ଦ୍ଧ୍ୱ…
ଜୁମ୍ ଆପ୍ ଉପରେ କଟକଣା: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ,୨୩।୫: ଜୁମ୍ ଆପ୍ ଉପରେ କଟକଣା ଜାରି କରିବା ଲାଗି ହୋଇଥିବା ଏକ ଆବେଦନ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଆସନ୍ତା ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏସମ୍ପର୍କରେ ନିଜର ଉତ୍ତର ରଖିବାକୁ କୁହାଯାଇଛି।…
ଅମ୍ଫନ ବାତ୍ୟା ପ୍ରଭାବିତଙ୍କ ଭଲମନ୍ଦ ବୁଝିଲେ ନୁସରତ
କୋଲକାତା,୨୩।୫: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିବାକୁ ବସିଥିବା ବେଳେ ଅନ୍ୟପଟେ ମେ’ ୨୧ରେ ଆସିଥିବା ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ ରଚିଛି। ଏଥିରେ ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗରେ ଅଧିକ ପରିମାଣରେ ଧନଜୀବନ କ୍ଷୟକ୍ଷତି ହୋଇଛି। ପଶ୍ଚିମବଙ୍ଗରେ…
ଭାଇଚାରା: ବୈଷ୍ଣୋଦେବୀ ମନ୍ଦିର ପକ୍ଷରୁ କ୍ୱାରାଣ୍ଟାଇନ୍ରେ ଥିବା ୫୦୦ ମୁସଲମାନଙ୍କୁ ଶେହରୀ-ଇଫ୍ତାର
ଶ୍ରୀନଗର,୨୩।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଅଣାଯିବାର ଉଦ୍ୟମ ଅବ୍ୟାହତ ରହିଛି।…
ସ୍ଥିତିରେ ସୁଧାର ଆସିଲେ ଅଗଷ୍ଟ-ସେପ୍ଟେମ୍ବର ପୂର୍ବରୁ ଆରମ୍ଭ ହୋଇପାରେ ଅନ୍ତର୍ଜାତୀୟ ଉଡ଼ାଣ
ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ବୃଦ୍ଧି କରାଯାଇଛି। ସ୍ଥିତିରେ ସୁଧାର ଆସିଲେ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରଠାରୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ…
ଗୋଆ କରୋନା ମୁକ୍ତ, ଆସିପାରିବେ ସ୍ଥାନୀୟ ପର୍ଯ୍ୟଟକ: ରାଜ୍ୟପାଳ
ପଣଜୀ,୨୩।୫: ଗୋଆ ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଗୋଆ ଏକେ କରୋନା ସଂକମ୍ରଣରୁ ମୁକ୍ତ ହୋଇଛି ବୋଲି ଶନିବାର ପ୍ରକାଶ କରିଛନ୍ତି ରାଜ୍ୟପାଳ ସତ୍ୟ ପାଲ ମଲିକ।…
ପୋଲିସ, ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ହାଇଡ୍ରୋକ୍ସିକ୍ଲୋରୋକୁଇନ
ନୂଆଦିଲ୍ଲୀ,୨୩।୫: କରୋନା ସଂକ୍ରମଣ କ୍ଷେତ୍ରରେ କାମ କରୁଥିବା ଆଗଧାଡିର ଯୋଦ୍ଧାଙ୍କୁ ଏବେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଦିଆଯିବ। କରୋନା କାର୍ଯ୍ୟରେ ସମ୍ପୃକ୍ତ ଥିବା ପୋଲିସ, ଅର୍ଦ୍ଧସାମରୀକ ବାହିନୀ ଓ ବିଭିନ୍ନ ସ୍ଥାନରେ ଠିଆ ହୋଇଥିବା କର୍ମଚାରୀଙ୍କୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଦିଆଯିବ। ଶୁକ୍ରବାର ସରକାର ଏହାକୁ…
ଚାଇନା ସହ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଲେହ ପହଞ୍ଚିଲେ ସେନା ମୁଖ୍ୟ
ଲେହ,୨୩।୫: ଚାଇନା ସହ ଲଦାଖର ୩ଟି ସ୍ଥାନରେ ଉତ୍ତେଜନା ଜାରି ରହିଥିବା ମଧ୍ୟରେ ସେନା ମୁଖ୍ୟ ଏମ୍ଏମ୍ ନରାଓ୍ବଣେ ଶନିବାର ଲେହରେ ପହଞ୍ଚିଛନ୍ତି। ଏହି ସମୟରେ ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସେଠାକାର ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି।…
Archives


