ଜାତୀୟ

କରୋନା ସ୍ଥିତିରେ ସୁଧାର ଆସିବା ପରେ ଚାଇନାରେ ପୁଣି ଖୋଲିଲା ଫିଲ୍ମ ହଲ୍‌, ରିଲିଜ୍‌ ହେବ ପୁରୁଣା ହିଟ୍‌ ଫିଲ୍ମ

ବେଜିଂ: କରୋନା ଭାଇରସ୍‌ ଚାଇନାର ମନୋରଞ୍ଜନ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥିଲା। ଫଳରେ ଫିଲ୍ମ ହଲ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଚାଇନାର ପ୍ରାୟ ୬୦୦ରୁ ୭୦୦ ଫିଲ୍ମ ହଲ୍‌ ପୁଣି ଆରମ୍ଭ ହୋଇଛି। ଏମିତିରେ ବି…

ଉତ୍ତରପ୍ରଦେଶ ପରେ ବିହାର ସରକାରଙ୍କ ଘୋଷଣା: ସମସ୍ତ ରାଶନକାର୍ଡଧାରୀଙ୍କୁ ମିଳିବ ହଜାରେ ଲେଖାଏଁ ସହାୟତା ରାଶି

ପାଟନା,୨୫।୩: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ବେଲଗାମ ହୋଇପଡ଼ିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଅଧିକାଂଶ ଲୋକ ନିଜର…

‘ଆଭିଗନ୍‌’ ଔଷଧ କରୋନା ମୁକାବିଲାରେ ହେବ ସହାୟକ: ଭାରତୀୟ ଡାକ୍ତର

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଦେଖାଦେଇଛି। ସାରା ପୃଥିବୀରେ ଏହାର ମୁକାବିଲା ପାଇଁ ଔଷଧ ପ୍ରସ୍ତୁତିରେ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି। ତେବେ ଭାରତୀୟ ଡାକ୍ତର ପ୍ରଫେସର ନାରାୟଣ ଋଷି କରୋନା ସଂକ୍ରମିତଙ୍କୁ ସୁସ୍ଥ କରିବାରେ ‘ଆଭିଗନ୍‌’…

କରୋନା ପ୍ରଭାବ: କ୍ୟାବିନେଟ୍‌ ବୈଠକରେ ବି ସାମାଜିକ ଦୂରତା

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ୨୧ ଦିନର ଲକ୍‌ ଡାଉନ୍‌ ଘୋଷଣା ହୋଇଛି। ସାମାଜିକ ଦୂରତା ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ…

କରୋନା ସଂକ୍ରମଣ: କେନ୍ଦ୍ରୀୟ ବିଦ୍ୟାଳୟର ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ବିନା ପରୀକ୍ଷାରେ ପାସ୍‌

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମସ୍ତ ସ୍କୁଲ ବନ୍ଦ ରହିଥିବାରୁ ପରୀକ୍ଷା କରିବା ଅସମ୍ଭବ। ତେଣୁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ବିନା ପରୀକ୍ଷା ପାସ୍‌ କରାଇବା…

ଲକ୍‌ ଡାଉନ୍‌: ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ୨୪ କୋଟି ୯୮ ଲକ୍ଷରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭାରତ ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ ଡାଉନ୍‌ ଘୋଷଣା ପରେ ପନିପରିବା, ଖାଦ୍ୟ ସାମଗ୍ରୀର ଦାମ ବଢ଼ିବାରେ ଲାଗିଛି।…

ଗାଁକୁ କ୍ୱାରାଣ୍ଟାଇନ୍‌ କଲେ ଗ୍ରାମବାସୀ

ଲୁଧିଆନା,୨୫।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ପଞ୍ଜାବର ଏକ ଗାଁକୁ ଗ୍ରାମବାସୀ କ୍ୱାରାଣ୍ଟାଇନ୍‌ କରିଛନ୍ତି। ସ୍ଥାନୀୟ ନାଭା ଅଞ୍ଚଳରେ ଥିବା ଅଗେତା ଗାଁକୁ ଅନ୍ୟ ଗାଁଠାରୁ ଅଲଗା କରି ରଖିବାକୁ ଗ୍ରାମବାସୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଜନତା କର୍ଫ୍ୟୁ ପରଦିନ…

କେରଳରେ ସର୍ବାଧିକ କରୋନା ସଂକ୍ରମିତ: ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ କରୋନା ସଂକ୍ରମଣ ଘଟଣାରେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ଥିବାବେଳେ ଏବେ ଏହା ଦ୍ୱିତୀୟ ସ୍ଥାନକୁ…

କରୋନାରୁ ଦୂରେଇ ରହିବା ଲାଗି ହାତ ଧୋଉଧୋଉ ହୋଇ ବି ପାରେ ଜଳସଙ୍କଟ !

ଓ୍ବାଶିଂଟନ,୨୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍‌ର ବ୍ୟବହାର କରିବା, ନିୟମିତ ଭାବେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା ଏବଂ ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ…

ଭାରତରେ ୫୬୮ କରୋନା ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୧୧; ଲକ୍‌ ଡାଉନ୍‌ର ଉଲ୍ଲଂଘନ କଲେ ଗୁଳି କରିବାକୁ ଦିଆଯିବ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି କରିଛି। ଭାରତରେ ଅବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୮ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ବୁଧବାର ତାମିଲନାଡୁର ମଦୁରାଇରେ ଜଣେ କରୋନା…

ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଥିଲା

ନୂଆଦିଲ୍ଲୀ,୨୫ା୩: ଭାରତରେ ଏବେ ଚାରିଆଡ଼େ ଭୟ ଓ ଆତଙ୍କର ପରିବେଶ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ଭାଇରସ୍‌ରେ ୫୧୧ ଆକ୍ରାନ୍ତ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସବୁ ଚାଲିଛି। ହେଲେ ବହୁ ଆଗରୁ ଏସବୁ ହୋଇପାରିଥାନ୍ତା। ପ୍ରସ୍ତୁତି ଲାଗି…

‘ନକାରାତ୍ମକତାର ମୁକାବିଲା ଜରୁରୀ’

ନୂଆଦିଲ୍ଲୀ,୨୫ା୩(ପି.ଟି.): ଘାତକ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ନୈରାଶ୍ୟବାଦ ଓ ନକାରାମତ୍କତାର ମୁକାବିଲା ଜରୁରୀ। ଗୁଜବ ପ୍ରସାର ନ ହେବା ଦିଗରେ ମଧ୍ୟ ଗଣମାଧ୍ୟମ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମଙ୍ଗଳବାର ବରିଷ୍ଠ ଖବରଦାତାମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri