Posted inଜାତୀୟ

ପୁରୋହିତଙ୍କୁ କ’ଣ ଦକ୍ଷିଣା ଦେଲେ ମୋଦି: ଜାଣନ୍ତୁ…

ଅଯୋଧ୍ୟା, ୫।୮: ୫ ଅଗଷ୍ଟ ୨୦୨୦ରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଭୂମିରେ ଏକ ନୂଆ ଇତିହାସ ଲେଖା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ସହ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ନିର୍ଦ୍ଧାରିତ ମୁହୂର୍ତ୍ତରେ ଅଷ୍ଟ ଉପଶିଳା ସମେତ ମୁଖ୍ୟ କୁର୍ମ ଶିଳା ସ୍ଥାପନ କରିଥିଲେ। ଯଜମାନ ରୂପେ ପ୍ରଧାନମନ୍ତ୍ରୀ ୪୦ ମିନିଟ୍‌ ଧରି ରୀତିନୀତିର ସହିତ ଭୂମି ପୂଜାରେ ବସିଥିଲେ। ରାମ ଜନ୍ମଭୂମିରେ ବହୁପ୍ରତୀକ୍ଷିତ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ପରେ ସମସ୍ତ ବୈଦିକ ଆଚାର୍ଯ୍ୟ ଯଜମାନରୂପୀ ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରାତ୍ମକ ଆଶୀର୍ବାଦ ପ୍ରଦାନ କରିଥିଲେ। ବୈଦିକ ଆଚାର୍ଯ୍ୟମାନେ କହିଥିଲେ, ଯଜ୍ଞ ପୁରୁଷ ଏବଂ ଦକ୍ଷିଣା ନାରୀ ହୋଇଥାଏ। ଏହି ଦୁଇଜଣଙ୍କ ମିଳନରେ ଫଳ ପ୍ରାପ୍ତି ହୋଇଥାଏ। ପ୍ରଧାନମନ୍ତ୍ରୀଙ୍କ ଭଳି ଯଜମାନ ପ୍ରାପ୍ତ ହେବା ସାମାନ୍ୟ କଥା ନୁହେଁ। ବୈଦିକ ଆଚାର୍ଯ୍ୟଙ୍କ ଏହି କଥାରେ ହସୁଥିବାବେଳେ ମୋଦି ଗୁପ୍ତ ଦକ୍ଷିଣା ପ୍ରଦାନ କରିଥିଲେ। କରୋନାକୁ ଦୃଷ୍ଟିରେ ରଖି ଯଜମାନ ମୋଦି ଓ ପୂଜା କରୁଥିବା ପୁରୋହିତଙ୍କ ମଧ୍ୟରେ ସାମାଜିକ ଦୂରତାକୁ ବେଶ୍‌ ଧ୍ୟାନ ଦିଆଯାଇଥିଲା। ଭୂମି ପୂଜନ ଲାଗି ଚନ୍ଦ୍ରଭାନୁ ପାଣ୍ଡେ ମୁଖ୍ୟ ପୁରୋହିତ ଥିଲେ। ଯଜମାନଙ୍କଠାରୁ କେତେ ଦକ୍ଷିଣା ମିଳିଥାଏ ତାହା କୁହାଯାଇ ନ ଥାଏ ବୋଲି ପୁରୋହିତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri