Advertisement

ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟାଙ୍କୁ ଇଡିର ସମନ

ମୁମ୍ବାଇ,୫।୮: ବଲିଉଡ୍‌ର ପ୍ରତିଭାଶାଳୀ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଦିନକୁ ଦିନ ବିବାଦ ଘେରରେ ଛନ୍ଦି ହୋଇଯାଉଛନ୍ତି। ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରିୟାଙ୍କୁ ସମନ ପଠାଯାଇଇଛି। ଶୁକ୍ରବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ରିୟାଙ୍କୁ ଏହି ସମନ ଜାରି କରାଯାଇଛି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ରିୟାଙ୍କ ଉପରେ ସଙ୍ଗୀନ ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ପିତା କେ.କେ. ସିଂହ ବିହାର ପୋଲିସ ଷ୍ଟେସନରେ ରିୟାଙ୍କ ବିରୋଧରେ ଅଭିଯୋଗ ଆଣି ଏତଲା ଦାୟର କରିଛନ୍ତି। ସେ ଉକ୍ତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ରିୟାଙ୍କ ନଜର ସୁଶାନ୍ତଙ୍କ ଟଙ୍କା ଉପରେ ରହିଥିଲା ଏବଂ ତାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କାର ହେରଫେର ହୋଇଛି। ତେବେ ତାଙ୍କ ଏହି ଅଭିଯୋଗ ପରେ ଏବେ ବିହାର ପୋଲିସ ଉକ୍ତ ମାମଲାର ତଦନ୍ତ କରୁଛି। ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ବୁଧବାର କେନ୍ଦ୍ରସରକାର ଅନୁମତି ଦେଇଛନ୍ତି। ଏବେ ସିବିଆଇ ହାତକୁ ଏହି ମାମଲା ଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ଫିଲ୍ମ ଫ୍ଲପ୍‌ ପରେ ଦର୍ଶକଙ୍କ ପାଇଁ ଏମତି ଫଟୋ ଶେୟାର କଲେ ମାନୁଷୀ

ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥିରାଜ’ରେ ମାନୁଷୀ ଚିଲ୍ଲାର୍‌ ବଲିଉଡରେ ଡେବ୍ୟୁ କରିଛନ୍ତି । ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ ନଜର...

ଟୁଇଟ୍‌ କରି ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ, ୪।୮: ଦକ୍ଷିଣ-ପଶ୍ଚିମ ନୂଆଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଏରିଆରେ ରବିବାର ରାତିରେ ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ବିବାଦ ବଢ଼ିବାରେ...

‘ଏଏପିର ଉଦୟ ଭାଜପା ପାଇଁ ବିପଦ ନୁହେଁ’

ନୂଆଦିଲ୍ଲୀ,୧୧।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ମିଳିଥିବା ସଫଳତାର ଅର୍ଥ ଅର୍ଥ ନୁହେଁ ଆମ ଆଦମି ପାର୍ଟି (ଏଏପି) ଜାତୀୟ ସ୍ତରରେ ଭାଜପା ପାଇଁ ବିପଦ ହେବ।...

ପୁଅକୁ କୃଷକ କରିବାକୁ ମା’ ଛାଡିଲେ ୯୦ ହଜାର ଟଙ୍କାର ସରକାରୀ ଚାକିରି

ଆଜମେର,୨୮।୧୧: ରାଜସ୍ଥାନର ଆଜମେରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ସାଧାରଣତଃ ଆଜିକାଲି ସହର ହେଉ କି ଗାଁ ସବୁଠି ଚାକିରିକୁ ବେଶୀ ଗୁରୁତ୍ୱ ଦିଆଯାଉଛି।...

କୃଷକ-କେନ୍ଦ୍ର ବୈଠକ ନିଷ୍ଫଳ

ନୂଆଦିଲ୍ଲୀ,୨ା୧୨ (ପି.ଟି./ଆଇଏଏନ୍‌ଏସ୍‌): ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ମଙ୍ଗଳବାର ଅମୀମାଂସିତ ରହିଛି। ୩୫ କୃଷକ...

ଟ୍ରୋଲ ହେଲେ ରଣବୀର

ରଣବୀର କପୁର ସୋସିଆଲ ମିଡିଆରେ ଏବେ ଟ୍ରୋଲ ହୋଇଛନ୍ତି। କାରଣ ବାରଣସୀରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ସମୟରେ ଜଣେ ଫ୍ୟାନ୍‌ ତାଙ୍କୁ ଦେଖା କରିବାକୁ ଯାଇଥିଲେ।...

୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…

ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର...

ସହଜ ନୁହେଁ ୫% ଜିଡିପି: ୨୦୨୦ରେ ଭାରତକୁ ସଂଘର୍ଷ କରିବାକୁ ପଡ଼ିବ

ନୂଆଦିଲ୍ଲୀ,୨ା୧: ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% ଖସିଛି। ମାନ୍ଦାବସ୍ଥା ଯୋଗୁ...

Advertisement
Archives

Model This Week