କରୋନା ପୁଣି ଭାଙ୍ଗିଲା ରେକର୍ଡ

ନୂଆଦିଲ୍ଲୀ, ୧୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗୁରୁବାର ଏହା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୬ ହଜାର ୯୯୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୯୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୮ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୪୭ ହଜାର ୩୩ ଛୁଇଁଛି। ଗୁରୁବାର ସୁଦ୍ଧା ୧୬ ଲକ୍ଷ ୯୫ ହଜାର ୯୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬ ଲକ୍ଷ ୫୩ ହଜାର ୬୨୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୧୨ ସୁଦ୍ଧା ଦେଶରେ ୨ କୋଟି ୬୮ ଲକ୍ଷ ୪୫ ହଜାର ୬୮୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ବୁଧବାର ଗୋଟିଏ ଦିନରେ ୮ ଲକ୍ଷ ୩୦ ହଜାର ୩୯୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାପରଙ୍କ ସମେତ ୧୨ ପ୍ରଫେସରଙ୍କୁ ସିଭି ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩ା୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଆଶିଷ ଦତ୍ତ, ଖ୍ୟାତନାମା ବୈଜ୍ଞାନିକ ଆର୍‌. ରାଜାରମଣ ଏବଂ ଐତିହାସିକ ରୋମିଲା ଥାପରଙ୍କ ସମେତ ୧୨ଜଣ ପୂର୍ବତନ...

‘ମୁସଲମାନ ମହିଳାଙ୍କୁ ଟିକେଟ୍‌ ଦେବା ଇସଲାମ ଧର୍ମ ବିରୋଧୀ’

ଅହମ୍ମଦାବାଦ,୪।୧୨: ଆଜିକାଲି ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ଆସନ୍ତାକାଲି ଅର୍ଥାତ୍‌ ଡିସେମ୍ବର ୫ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ...

ଲଣ୍ଡନରେ ପହଞ୍ଚିଲା ହନୁମାନ ଚାଳିଶା ବିବାଦ

ଲଣ୍ଡନ/ନୂଆଦିଲ୍ଲୀ,୨ ।୫: ଲଣ୍ଡନର କିଛି ହିନ୍ଦୁ ସଙ୍ଗଠନ ହନୁମାନ ଚାଳିଶା ପାଠକୁ ସମର୍ଥନ କରିଛନ୍ତି । ଏହାସହ ଦେଶର କିଛି ରାଜ୍ୟର ରାଜ୍ୟ ସରକାରଙ୍କୁ ନିନ୍ଦା...

ଉପଗ୍ରହରୁ ସୀମା ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨ା୮:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଲାଗିରହିଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉପଗ୍ରହର ସହାୟତା ନେବାକୁ ଯାଉଛନ୍ତି। ସାଟେଲାଇଟ୍‌ ଇମେଜିଂ ଜରିଆରେ ଏହି ସବୁ ରାଜ୍ୟର...

୧୬ ଜିଲାରୁ ୭୫ ଆକ୍ରାନ୍ତ: ଖୋର୍ଦ୍ଧା-ସୁନ୍ଦରଗଡ଼ର ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୭୫ ନୂଆ ଆକ୍ରାନ୍ତ ୧୬ ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା-ସୁନ୍ଦରଗଡ଼ରୁ ସର୍ବାଧିକ ୧୮ ଅଛନ୍ତି। ସେହିଭଳି ଜଗତସିଂହପୁର-କୋରାପୁଟ-ଅନୁଗୋଳ-ଢ଼େଙ୍କାନାଳର...

ମଧ୍ୟପ୍ରଦେଶ ଜଙ୍ଗଲରେ ଖଲିସ୍ତାନୀ ଲିଙ୍କ୍‌, କହିଲେ ମନ୍ତ୍ରୀ…

ଭୋପାଳ,୨।୮ : ପଶ୍ଚିମ ମଧ୍ୟପ୍ରଦେଶ ଜଙ୍ଗଲରେ ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ଲିଙ୍କ୍‌ ରହିଛି। ଏନେଇ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ନିଶ୍ଚିତ କରିଛନ୍ତି। ଇତିମଧ୍ୟରେ ରାଜ୍ୟର ଖରଗୋନ...

ଭାଜପା-ଅମରିନ୍ଦରଙ୍କ ଦଳ ମଧ୍ୟରେ ଆସନ ବୁଝାମଣା: କାହାକୁ ମିଳିଲା କେତେ

ଚଣ୍ଡିଗଡ,୨୪।୧: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ, ଅକାଳୀ ଦଳ (ୟୁନାଇଟେଡ) ଏବଂ ଭାରତୀୟ ଜନତା ପାର୍ଟି...

କଂଗ୍ରେସକୁ ପୁଣି ଫେରିବେ କି ସଚିନ

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ...

Advertisement
Archives

Model This Week