Posted inଜାତୀୟ

ଡାକ୍ତରୀ ପଢ଼ିବାକୁ ଆମେରିକା ଯାଇଥିଲେ କମଲା ହାରିସ୍‌ଙ୍କ ମା’

ଚେନ୍ନାଇ, ୧୩।୮: ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ ଆମେରିକାର ଡେମୋକ୍ରାଟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହୋଇଛନ୍ତି। ଏହି ସିନେଟରଙ୍କ ମାତୃଭାଷା କନ୍ନଡ଼। ତାଙ୍କ ମାଆ ଶ୍ୟାମଳା ଗୋପାଳନଙ୍କ ଜନ୍ମସ୍ଥାନ ଚେନ୍ନାଇ। ସେ ଡାକ୍ତରୀ ପଢ଼ିବା ପାଇଁ ଆମେରିକା ଯାଇ କ୍ୟାନ୍‌ସର ଗବେଷକ ହୋଇଥିଲେ। ପରେ ସେ ଜାମାଇକାର ଅର୍ଥନୀତିଜ୍ଞ ଡୋନାଲ୍ଡ ହାରିସ୍‌ଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଝିଅ କମଲା ଓ ମାୟା। କମଲାଙ୍କ ଜନ୍ମ ୧୯୬୪ ଅକ୍ଟୋବର ୨୦ରେ କାଲିଫର୍ନିଆର ଓକ୍‌ଲାଣ୍ଡରେ। ସେ ବର୍କେଲିରେ ବଢ଼ିଥିଲେ। ମାତାପିତାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପରେ ସେ କାନାଡାରେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ ମାଆ ସେତେବେଳେ ମଣ୍ଟ୍ରିଲ୍‌ର ମାକ୍‌ଗିଲ୍‌ ୟୁନିଭର୍ସିଟିରେ ଅଧ୍ୟାପନା କରୁଥିଲେ। କମଲା ଛୋଟବେଳେ ତାଙ୍କ ଅଜାଙ୍କ ଘର ଚେନ୍ନାଇର ବେସାନ୍ତ ନଗରକୁ ଆସୁଥିଲେ। ଅଜା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପି.ଭି. ଗୋପାଳନଙ୍କ ସହ ସେ ଏଲିଅଟ୍ସ ବେଳାଭୂମିକୁ ବୁଲିବାକୁ ଆସୁଥିଲେ। କମଲା ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ତାଙ୍କ ଚେନ୍ନାଇ ମୂଳ ପରିବାର ଖୁସିବ୍ୟକ୍ତ କରିଛନ୍ତି। ତାଙ୍କ ଭଉଣୀ ମାୟା ହାରିସ୍‌ ମଧ୍ୟ ଟୁଇଟ୍‌ କରି ଖୁସି ଜାହିର କରିଛନ୍ତି। ଶ୍ୟାମଳାଙ୍କ ଭଉଣୀ ସରଳା ଗୋପାଳନ ଓ ଭାଇ ଜି. ମାଲଚନ୍ଦ୍ରନ ଏବେ ଭାରତରେ ରହୁଛନ୍ତି। ବୁଧବାର ସକାଳେ ଝିଆରୀ କମଲାଙ୍କ ସମ୍ପର୍କରେ ଖବର ପାଇବା ପରେ ସରଳା ଏକ ପ୍ରକାଶନ ସଂସ୍ଥା ସହ କଥା ହୋଇଥିଲେ। ସେ କହିଥିଲେ, ତାଙ୍କ ଝିଆରୀ ଏପର୍ଯ୍ୟନ୍ତ ତାଙ୍କ ମୂଳ ବଂଶଧରଙ୍କୁ ଭୁଲିନାହାନ୍ତି। ତାଙ୍କ ଚିଠି ସମ୍ପର୍କରେ ସରଳା ମନେ ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?