ଜାତୀୟ

ରାମ ମନ୍ଦିର ନିର୍ମାଣକୁ ନେଇ ଶୁଭେଚ୍ଛା ଜଣାଇବାରୁ କ୍ରିକେଟରଙ୍କ ପତ୍ନୀଙ୍କୁ ମିଳିଲା ହତ୍ୟା ଧମକ

କୋଲକାତା,୯।୮: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ଅଧିକାଂଶ ସମୟରେ କିଛି ନା କିଛି କହି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ ସେ ରାମ ମନ୍ଦିର ନିର୍ମାଣକୁ ନେଇ ଯେଉଁ ଭୂମିପୂଜା ଆୟୋଜନ କରାଯାଇଥିଲା ତାକୁ ନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ…

କଣ୍ଠସ୍ବରରୁ ବି ଚିହ୍ନଟ ହେବେ କରୋନା ଆକ୍ରାନ୍ତ: ମୁମ୍ବାଇରେ ଆରମ୍ଭ ହେବ ପରୀକ୍ଷା

ମୁମ୍ବାଇ, ୯।୮: ମୁମ୍ବାଇରେ ଲୋକଙ୍କ କଣ୍ଠସ୍ବରରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଏନେଇ ସ୍ବତନ୍ତ୍ର ଏଆଇ ସିଷ୍ଟମ୍‌ର ବ୍ୟବହାର ହେବ। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଆସନ୍ତା ସପ୍ତାହ ସୁଦ୍ଧା ଏହି ପ୍ରଣାଳୀରେ ଆକ୍ରାନ୍ତ ଚିହ୍ନଟ କରାଯିବା କାର୍ଯ୍ୟ ଆରମ୍ଭ ହେବ।…

ଚାଷଜମିରେ ୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତଦେହ: ହତ୍ୟା ସନ୍ଦେହ

ଯୋଧପୁର, ୯।୮: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଦେଚୁ ଅଞ୍ଚଳର ଲୋଡ଼ତା ଗାଁର ଏକ ଚାଷ ଜମିରୁ ୧୧ ଜଣ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି।…

ସୁସ୍ଥ ହେଲେ ଶାହା!

ନୂଆଦିଲ୍ଲୀ,୯।୮: କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ସୁସ୍ଥ ହୋଇଛନ୍ତି। ରବିବାର ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମନୋଜ ତିଓ୍ବାରୀ। ସୂଚନାଯୋଗ୍ୟ, ଅଗଷ୍ଟ…

୨ ଦିନ ପରେ କବରରୁ ଉଠିଲେ ମୃତ ବ୍ୟକ୍ତି !

କାନପୁର, ୯।୮: ଉତ୍ତରପ୍ରଦେଶରେ ପୋଲିସ ବିଭାଗର ମନମୁଖୀ ତଦନ୍ତ ଯୋଗୁ ସାଧାରଣ ଲୋକେ ହଇରାଣ ହେବାରେ ଲାଗିଛିନ୍ତି। ପୋଲିସ ବାବୁମାନେ ଜୀବିତ ଲୋକଙ୍କୁ କାଗଜପତ୍ରରେ ମୃତ ଘୋଷିତ କରି ଦେଉଛନ୍ତି। ଏହାର ସଦସ୍ୟତମ ଘଟଣା କାନପୁରର କଲୋନେଲଗଞ୍ଜ୍‌ରେ ଘଟିଛି। ଜଣେ ବ୍ୟକ୍ତିଙ୍କୁ…

ଚାଇନା-ପାକିସ୍ତାନର ମିଳିତ ୫୧ ହଜାର କୋଟିର ରେଳ ପ୍ରୋଜେକ୍ଟ, ଭାରତ ପାଇଁ ଚିନ୍ତାର କାରଣ

ନୂଆଦିଲ୍ଲୀ,୯ା୮: ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ ଭାରତ ସହିତ ଜଡ଼ିତ ବିବାଦୀୟ କ୍ଷେତ୍ର ଉପରେ ହଇରାଣ ହରକତ କରୁଛନ୍ତି। ବର୍ତ୍ତମାନ ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ ସେମାନଙ୍କ ଆର୍ଥିକ କରିଡର ପାଇଁ ହଜାରେ କୋଟି ମୂଲ୍ୟର ଏକ ରେଳ…

ଚାଷୀଙ୍କ ଖାତାକୁ ଯିବ ୧୭ ହଜାର କୋଟି: ସରକାର କଲେ ଘୋଷଣା

ନୂଆଦିଲ୍ଲୀ, ୯।୮: ଦେଶରେ ଚାଷୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଅବ୍ୟାହତ ରହିଛି। ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷଷ୍ଠ କିସ୍ତିରେ ୧୭ ହଜାର ଶହେ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଥିବା…

ରାମ ମନ୍ଦିର ଭୂମିପୂଜାର ସିଧାପ୍ରସାରଣକୁ ଟିଭିରେ ଦେଖିଲେ ୧୬ କୋଟି ଲୋକ

ନୂଆଦିଲ୍ଲୀ,୯।୮: ଦୀର୍ଘ ପ୍ରାୟ ୫ଶହ ବର୍ଷର ଅପେକ୍ଷା ପରେ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଟେଲିଭିଜନରେ ଦର୍ଶକେ ଦେଖିଥିଲେ। ପ୍ରସାର ଭାରତୀର ପ୍ରାଥମିକ ସୂଚନାରୁ ଜଣାପଡଛି କି ଏହି ଭୂମିପୂଜାକୁ…

୨ ଯୁବକଙ୍କୁ ବିବାହ କରି କୋଟିଏ ୪୫ ଲକ୍ଷ ଠକିନେଲେ କନ୍ୟା: ଏବେ ତୃତୀୟ ବିବାହ କରି ବିଦେଶକୁ ଉଡ଼ନ ଛୁ…

ନୂଆଦିଲ୍ଲୀ, ୯।୮: ଜଣେ ନୁହେଁ ଦୁଇ ଦୁଇ ଜଣ ଯୁବକଙ୍କୁ ବିବାହ କରି ସେମାନଙ୍କଠାରୁ କୋଟିଏ ୪୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଜଣେ କନ୍ୟା। ଏହାପରେ ଏବେ ତୃତୀୟ ଯୁବକଙ୍କୁ ବିବାହ କରି ହନିମୁନ୍‌ ପାଇଁ ବିଦେଶକୁ ଉଡ଼ନ ଛୁ…

ଆତ୍ମନିର୍ଭର ହେବ ଭାରତ: ୧୦୧ ପ୍ରତିରକ୍ଷା ଉପକରଣ ଦେଶରେ ହେବ ତିଆରି

ନୂଆଦିଲ୍ଲୀ, ୯।୮: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବିଦେଶରୁ ଆମଦାନୀ ହେଉଥିବା ୧୦୧ ପ୍ରତିରକ୍ଷା ଉପକରଣ ଉପରେ ରୋକ ଲଗାଯାଇଛି। ଏଣିକି ଏସବୁ ଉପକରଣ ସ୍ବଦେଶୀ ଜ୍ଞାନକୌଶଳରେ…

ଚାଇନାର ସନ୍ଦିଗ୍ଧ ମଞ୍ଜି ପ୍ୟାକେଟ ଏବେ ଭାରତରେ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ, ୯।୮: ଏବେ ଭାରତରେ ମଧ୍ୟ ଚାଇନାର ସନ୍ଦିଗ୍ଧ ମଞ୍ଜି ପ୍ୟାକେଟ ପହଞ୍ଚିଛି। ପ୍ୟାକେଟରେ ବିଭିନ୍ନ ପ୍ରକାର ଚାରା ମଞ୍ଜି ରହିଛି। ଏନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା…

ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ରବିବାର ଏହା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୩୯୯ ଜଣ ନୂଆ ଆକ୍ରାନ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?