ରାଜ୍ୟରେ ବାହାର ଲୋକଙ୍କୁ ମିଳିବନି ନିଯୁକ୍ତି ସୁଯୋଗ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୋପାଳ, ୧୮।୮: ଏଣିକି ମଧ୍ୟପ୍ରଦେଶରେ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ମିଳିବନି। କେବଳ ରାଜ୍ୟର ବାସିନ୍ଦାଙ୍କୁ ହିଁ ସରକାରୀ ଚାକିରୀ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଘୋଷଣା କରିଛନ୍ତି। ଏନେଇ ଖୁବ୍ ଶୀଘ୍ର ଆଇନ ଅଣାଯିବ। ରାଜ୍ୟର ୨୭ଟି…
ଥାନା ବାବୁଙ୍କ ଦାଦାଗିରି: ନ ନାଚିଲେ ଦାଏର ହେବନି ମାମଲା
କାନପୁର, ୧୮।୮: ଆଇନର ରକ୍ଷକ ସାଜିଥିବା ପୋଲିସଙ୍କ ପାଖକୁ ଲୋକେ ସହାୟତା ମାଗିବାକୁ ଯାଇଥାନ୍ତି। ଏପରିସ୍ଥଳେ ପୋଲିସ ଯଦି ଲୋକଙ୍କୁ ହଇରାଣ କରେ ତେବେ ତାହା ଆଇନର ଉଲ୍ଲଂଘନ ବୋଲି କୁହାଯାଇଥାଏ। ଉତ୍ତରପ୍ରଦେଶର କାନପୁରରେ ଜଣେ ଥାନା ବାବୁ ପୀଡ଼ିତାଙ୍କୁ ହଇରାଣ…
ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍
ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଗାଜିଆବାଦର ବିଧାୟକ ଅତୁଲ ଗର୍ଗ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସୋମବାର ତାଙ୍କୁ ସାମାନ୍ୟ ଜ୍ୱର ହେବା ସହ ଗଳାରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କର ପରୀକ୍ଷା କରାଯାଇଥିଲା।…
ଗତ ୨୪ଘଣ୍ଟାରେ ୫୫ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ,୧୮।୮: ଗତ କିଛି ଦିନରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଭାରତରେ ୫୫,୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ଲକ୍ଷ ପାର କରିଛି। ତେବେ…
ସେଲ୍ସ ଗର୍ଲରୁ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୮।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ମଙ୍ଗଳବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୮ ଅଗଷ୍ଟ, ୧୯୫୯ରେ ତାମିଲନାଡୁର ଚେନ୍ନାଇ ନିକଟ ମଦୁରାଇର ଏକ ଗାଁରେ ଜନ୍ମ ନେଇଥିଲେ ସୀତାରାମଣ। ସୀତାରାମଣ ହାତଗଣତି ସେହି ମହିଳା ନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ…
ପିଏମ୍ କେୟାର୍ସ ଫଣ୍ଡ୍ ଏନ୍ଡିଆରଏଫ୍କୁ ହେବନି ସ୍ଥାନାନ୍ତର: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୧୮।୮: ପିଏମ୍ କେୟାର୍ସ ଫଣ୍ଡ ଏନ୍ଡିଆରଏଫ୍କୁ ସ୍ଥାନାନ୍ତର ହେବନି ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ଏହା ସହିତ ଏନେଇ କରାଯାଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ଏହା ଏକ ଦାତବ୍ୟ ଫଣ୍ଡ୍ ବୋଲି କୋର୍ଟ କହିଛନ୍ତି। ତେଣୁ ଏଥିରେ…
ଗାଈକୁ ଖାଇବାକୁ ଦେଲେ ଦେଶୀବୋମା
କୋଏମ୍ବାଟୁର, ୧୮।୮: ଚାଷ ଜମିରେ ରଖାଯାଇଥିବା ଦେଶୀବୋମା ଖାଇ ଏକ ଗାଈ ଗୁରୁତର ଆହତ ହୋଇଛି। ଏହି ଘଟଣା ତାମିଲ୍ନାଡୁର କୋଏମ୍ବାଟୁରରେ ଘଟିଛି। ସ୍ଥାନୀୟ ମେଟ୍ଟୁପାଲାୟମ୍ରେ ଜଙ୍ଗଲୀ ବାର୍ହା ଶିକାର କରିବା ଲାଗି ଶିକାରୀ ଦେଶୀବୋମା ଘାସ ମଧ୍ୟରେ ରଖିଥିଲେ। ଏହାକୁ…
ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସତ୍ୟପାଲ ମଲିକ
ଶିଲଂ,୧୮।୮: ଗୋଆର ରାଜ୍ୟପାଳ ଭାବେ କାର୍ଯ୍ୟରତ ଥିବା ସତ୍ୟପାଲ ମଲିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ତେବେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯାଇ ନ ଥିବା ବେଳେ ମହରାଷ୍ଟ୍ର ରାଜ୍ୟପାଳ ଦାୟିତ୍ୱରେ ଥିବା ଭଗତ ସିଂ…
କରୋନା ଆକ୍ରାନ୍ତ ଛାତ୍ରଙ୍କ ପାଠପଢ଼ା ନିଶା:ହସ୍ପିଟାଲ ବେଡ୍ରେ ଦେଲେ ପରୀକ୍ଷା
ଜବଲପୁର, ୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଜାରି ରହିଛି। ଫଳରେ ସ୍କୁଲ କଲେଜ ବନ୍ଦ ରହିଛି। ତେବେ ପାଠପଢ଼ା ଏବଂ ପରୀକ୍ଷା ଅନ୍ଲାଇନ୍ରେ କରାଯାଉଛି। ମଧ୍ୟପ୍ରଦେଶ ଜବଲପୁରରେ କେତେକ ସ୍କୁଲରେ…
ବୋହୂକୁ ଘରକୁ ଫେରାଇ ଆଣିବା ପାଇଁ ଏପରି କଲେ ଶାଶୁ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ରାଞ୍ଚି, ୧୮।୮: ବୋହୂ ଘର ଛାଡି ଚାଲିଯିବାରୁ ଶାଶୂ ନିଜ ଜିଭ କାଟି ଭଗବାନଙ୍କ ପାଖରେ ଚଢ଼ାଇଛନ୍ତି। ଏପରି କରିବା ଦ୍ୱାରା ବୋହୂ ପୁଣିଥରେ ଘରକୁ ଫେରିଆସିବେ ବୋଲି ଶାଶୁଙ୍କର ବିଶ୍ୱାସ। ଏପରି ଘଟଣା ଘଟିଛି ଝାରଖଣ୍ଡର ଜାମସେଦପୁର ଆର୍ଆଇଟି ଥାନା…
ଏମ୍ସରେ ଅମିତ ଶାହା
ନୂଆଦିଲ୍ଲୀ,୧୮।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ଏହାର ପରବର୍ତ୍ତି ଚିକିତ୍ସା ଲାଗି ସେ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା ରହିଛି।…
ସାପ ଲାଞ୍ଜରେ ହାତ ମାରୁଥିଲେ ଯୁବକ, ଘଟିଲା ଏମିତି
ଉନ୍ନାଓ,୧୮।୮: ଉତ୍ତର ପ୍ରଦେଶର ଉନ୍ନାଓ ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସାପ ଲାଞ୍ଜକୁ ଧରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସାପ ପଛରୁ ଯୁବକଙ୍କ ହାତକୁ ଏକ ଚୋଟ ମାରିଥିଲା। ଫଳରେ ତାଙ୍କର…

