ଜାତୀୟ

ହୃଦୟ ଜିତିଲେ କେଜରିଓ୍ବାଲଙ୍କ ଫ୍ୟାନ୍‌ କୁନି ‘ମଫଲରମ୍ୟାନ’

ନୂଆଦିଲ୍ଲୀ,୧୧।୨: ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ପଥେ ଅଗ୍ରସର ହେଉଥିବା ବେଳେ ଅନ୍ୟପଟେ ସୋସିଆଲ ମିଡିଆରେ ଝଡ ବେଗରେ ଭାଇରାଲ ହେଉଛି କୁନି ‘ମଫଲରମ୍ୟାନ’ଙ୍କ ଫଟୋ।...

ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲା: ବ୍ରଜେଶ ଠାକୁରଙ୍କୁ ଆଜୀବନ ଜେଲ

ନୂଆଦିଲ୍ଲୀ,୧୧।୨: ବିହାର ମୁଜାଫରପୁରଠାରେ ଥିବା ଏକ ସେଲଟର୍‌ ହୋମ୍‌ରେ ଝିଅମାନଙ୍କୁ ବଳାତ୍କାର ଓ ଯୌନ ଉତ୍ପିଡନ ମାମଲାର ଶୁଣାଣି ମଙ୍ଗଳବାର ଦିଲ୍ଲୀର ସାକେତ କୋର୍ଟରେ ହୋଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ କୁମାର ଠାକୁରଙ୍କୁ ଆଜୀବନ ଜେଲଦଣ୍ଡ ଘୋଷଣା...

୧୫ ମିନିଟ୍‌ ମଧ୍ୟରେ ଚା’ ପିଉଥିବାବେଳେ କ୍ଷମତାକୁ ଆସିଗଲା କେଜରିଓ୍ବାଲଙ୍କ ସରକାର

ନୂଆଦିଲ୍ଲୀ,୧୧।୨: ମାତ୍ର ୧୫ ମିନିଟ୍‌ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର କ୍ଷମତା ଦଖଲ କରିଥିବା ଖବର ପ୍ରକାଶିତ ହୋଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା ଆରମ୍ଭ ହୋଇଥିଲା। ଏହାପରେ ୮ଟା ୧୫ରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)...

୨ ବର୍ଷ ୨ମାସରେ ୭ ରାଜ୍ୟରେ କ୍ଷମତା ହରାଇଛି ଭାଜପା

ନୂଆଦିଲ୍ଲୀ,୧୧।୨: ଗତ ୨ ବର୍ଷ ୨ମାସ ମଧ୍ୟରେ ୭ ରାଜ୍ୟରୁ ଭାଜପା ସରକାର କ୍ଷମତା ହରାଇଛି। ଏବେ ଦିଲ୍ଲୀକୁ ମିଶାଇ ୧୨ଟି ରାଜ୍ୟରେ ଅଣ ଭାଜପା ସରକାର ରହିଛନ୍ତି। ୨୦୧୭ରେ ୧୯ଟି ରାଜ୍ୟରେ ଭାଜପା ସରକାରଥିବାବେଳେ ଏବେ ତାହା କମିବାରେ...

ପରାଜୟ ସ୍ବୀକାର କରି କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ କପିଳ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖି ଭାଜତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଳ ମିଶ୍ରା ଏକପ୍ରକାର ନିଜର ପରାଜୟ ସ୍ବୀକାର କରିନେଇଛନ୍ତି। ମଡେଲ ଟାଉନ୍‌ ଆସନରୁ ଭାଜପା ଟିକେଟ୍‌ରେ ନିର୍ବାଚନ ଲଢିଥିବା କପିଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ...

ପତ୍ନୀଙ୍କ ଜନ୍ମଦିନରେ କେଜରିଓ୍ବାଲଙ୍କ ବିଶେଷ ଉପହାର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ମଙ୍ଗଳବାର ହେଉଛି ଏକ ବିଶେଷ ଦିନ। ମଙ୍ଗଳବାର ସକାଳୁ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଏଥିରେ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ବହୁମତଠାରୁ ଆଗରେ...

ଶିଲାଙ୍କ ପରି ହ୍ୟାଟ୍ରିକ୍‌ ମାରିପାରନ୍ତି କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ଶାସନ କ୍ଷମତାର ଚାବି ପୁଣି ଆମ ଆଦମୀ ପାର୍ଟି(ଏଏପି) ହାତକୁ ଯାଉଥିବା ନେଇ ସୂଚନା ମିଳୁଛି। ଯଦି କେଜରିଓ୍ବାଲ ଚଳିତ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରନ୍ତି, ତେବେ କଂଗ୍ରେସର ବରିଷ୍ଠ ନେତ୍ରୀ ସ୍ବର୍ଗତା ଶିଲା ଦୀକ୍ଷିତଙ୍କ...

ଚାଇନାରୁ ରାଞ୍ଚି, ଜମସେଦପୁରକୁ ଫେରିଥିବା ୪ ବ୍ୟକ୍ତିଙ୍କ ରକ୍ତ ନମୂନା ନେଗେଟିଭ

ରାଞ୍ଚି,୧୧।୨: ଚାଇନା ସହ ବିଶ୍ୱର ଅନ୍ୟ ଦେଶଗୁଡିକରେ କରୋନାଭାଇରସ୍‌ ବ୍ୟାପିବାରେ ଲାଗିଛି। ଚାଇନାରେ ଏବେ ପର୍ଯ୍ୟନ୍ତ ଏଥିରେ ଆକ୍ରାନ୍ତ ହୋଇ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନାଭାଇରସ୍‌ରେ ସଂକ୍ରମିତରୁ...

ଭାରତର ଆତ୍ମାକୁ ବିଜୟୀ କରାଇଛନ୍ତି ଦିଲ୍ଲୀବାସୀ: କେଜରିଓ୍ବାଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ଏକ୍‌ଜିଟ୍‌ ପୋଲ୍‌ ଅନୁମାନ ସତ୍ୟରେ ପରିଣତ ହୋଇଛି। ଦିଲ୍ଲୀବାସୀ ପୁଣିଥରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପ୍ରତି ନିଜର ସମର୍ଥନ ଜଣାଇଛନ୍ତି। ଏନେଇ ଏଏପିର ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।...

୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏବେଠାରୁ ହେଲାଣି ଆକଳନ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଛି। ଏଥିରେ କର୍ମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି। ତେବେ କାର୍ଯ୍ୟାୟଳ ବାହାରେ ଏକ ଭିନ୍ନ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟିକୁ ଆସିଛି।...

କେଜରିଓ୍ବାଲଙ୍କୁ ପାରିଲେନି ୨୦୦ରୁ ଅଧିକ ଭାଜପା ଏମ୍‌ପି: ପୁଣି ଏଏପି ହାତରେ କ୍ଷମତା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ୱରେ ସରକାର ଗଠନ କରିବାକୁ ଯାଉଛି। ଭାଜପା ପ୍ରଚାର କାର୍ଯ୍ୟରେ ୨୦୦ରୁ ଅଧିକ ଏମ୍‌ପିଙ୍କୁ ଲଗାଇଥିଲେ ମଧ୍ୟ ସେମାନେ କେଜରିଓ୍ବାଲଙ୍କୁ ପାରି ନାହାଁନ୍ତି।...

ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ପୁଞ୍ଚ.୧୧।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ପୁଣି ଥରେ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ଫେବୃୟାରୀ ୯ରେ ମେଣ୍ଢର ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri