୩୧ ଯାଏ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ
ନୂଆଦିଲ୍ଲୀ, ୧୩।୩: କରୋନା ଭାଇରସ୍ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ସରକାରଙ୍କ ବିଭିନ୍ନ ପ୍ରୟାସ ଓ ସଚେତନତା ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସ୍କୁଲ କଲେଜକୁ ମାର୍ଚ୍ଚ...
ଲୋକଙ୍କ ପାଇଁ ବନ୍ଦ ହେଲା ରାଷ୍ଟ୍ରପତି ଭବନ
ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ଭୟରେ ରାଷ୍ଟ୍ରପତି ଭବନରେ ବାହାର ଲୋକଙ୍କ ପ୍ରବେଶକୁ ଶୁକ୍ରବାରଠାରୁ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ ପରିସରକୁ କୌଣସି ପର୍ଯ୍ୟଟକ ଯାଇପାରିବେ ନାହିଁ ବୋଲି ଏକ ବିବୃତିରେ କୁହାଯାଇଛି। ରାଷ୍ଟ୍ରପତି ଭବନ ମ୍ୟୁଜିୟମ କମ୍ପ୍ଲେକ୍ସ...
ଭୟ ନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ନୂଆଦିଲ୍ଲୀ,୧୩।୩(ପି.ଟି.):କରୋନାକୁ ନେଇ ଭୟ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଅତି ଜରୁରୀ ନ ଥିଲେ ଭ୍ରମଣରେ ନ ଯିବା ଓ ସମାବେଶରେ ସାମିଲ ନ ହେବାକୁ ମୋଦି ଆହ୍ବାନ ଦେଇଛନ୍ତି। କରୋନାକୁ ନେଇ ତାଙ୍କ...
କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪: ପର୍ଯ୍ୟବେକ୍ଷଣରେ ୩୫ ହଜାର ସନ୍ଦିଗ୍ଧ
ନୂଆଦିଲ୍ଲୀ,୧୩।୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକ ସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି...
ମୋତେ ଫାଶୀ ଦିଅ, ଆଖିରେ ଏସିଡ୍ ଢାଳ
ନୂଆଦିଲ୍ଲୀ,୧୩।୩(ପି.ଟି.): ମୁଁ ଯଦି ଭୁଲ କରିଥାଏ ତେବେ ମୋତେ ଫାଶୀ ଦେଇଦିଅ ଓ ମୋ ଆଖିରେ ଏସିଡ୍ ଢାଳ। ଦିଲ୍ଲୀର ଏକ କୋର୍ଟରେ ଏପରି କହିଛନ୍ତି ଉନ୍ନାଓ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାଜପାରୁ ବହିଷ୍କୃତ...
ପ୍ରିୟଙ୍କା ଚତୁର୍ବେଦୀଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କଲା ଶିବସେନା
ମୁମ୍ବାଇ,୧୩।୩(ପି.ଟି.): ଶିବସେନା ଉପନେତା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଗୁରୁବାର ମହାରାଷ୍ଟ୍ରରୁ ରାଜ୍ୟ ସଭା ପ୍ରାର୍ଥ କରାଯାଇଛି। ୨୦୧୯ ଏପ୍ରିଲରେ କଂଗ୍ରେସ ସହ ମତଭେଦକୁ ନେଇ ଦଳ ଛାଡ଼ି ଶିବସେନାରେ ସାମିଲ ହୋଇଥିଲେ ପ୍ରିୟଙ୍କା। ତାଙ୍କୁ ଶିବସେନାର ଉପନେତା ଦାୟିତ୍ୱ ଦିଆଯାଇଥିଲା। ଏବେ...
ଜଷ୍ଟିସ୍ ମୁରଲୀଧରଙ୍କ ବଦଳି ପ୍ରସଙ୍ଗ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ଅନ୍ତର୍ଜାତୀୟ ବାର୍ ସଂସ୍ଥା
ନୂଆଦିଲ୍ଲୀ,୧୩।୩(ପି.ଟି.): ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରଙ୍କୁ ରାତିଆଧିଆ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିବାରୁ ଏହାକୁ ନେଇ ଓକିଲମାନଙ୍କ ଏକ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଫେବୃୟାରୀ ୨୩ରେ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା...
ହିଂସାକାରୀଙ୍କୁ ଛଡ଼ାଯିବନି: ଶାହା
ନୂଆଦିଲ୍ଲୀ, ୧୩।୩: ଦିଲ୍ଲୀ ହିଂସାକାଣ୍ଡ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ରାଜ୍ୟ ସଭାରେ ନିଜ ଉତ୍ତର ରଖିଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଆଲୋଚନାରୁ ଦୂରେଇ ଯିବା ଲାଗି ସରକାର ଚାହାନ୍ତିନି। ଦିଲ୍ଲୀ...
ନିଜ ନୀତି ଆଦର୍ଶ ଭୁଲିଛନ୍ତି ସିନ୍ଧିଆ: ରାହୁଲ
ନୂଆଦିଲ୍ଲୀ,୧୩।୩(ପି.ଟି.): ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ଥିବାରୁ ସେ ନିଜର ନୀତି ଆଦର୍ଶକୁ ଭୁଲିଯାଇଛନ୍ତି। ସେହି କାରଣରୁ ସେ ଭାଜପାରେ ସମ୍ମାନ ପାଇବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି। କଂଗ୍ରେସ ସହ...
ଶାହାଙ୍କୁ ଭେଟିଲେ ସିନ୍ଧିଆ: ଭୋପାଳରେ ଭବ୍ୟ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ/ଭୋପାଳ,୧୩।୩(ପି.ଟି.): ଭାଜପାରେ ଯୋଗଦେବାର ଦିନକ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ। ତାଙ୍କର ଯୋଗଦାନ ମଧ୍ୟପ୍ରଦେଶ ଜନସାଧାରଣଙ୍କ ସେବା କରିବା ଲାଗି ଭାଜପାର ସଂକଳ୍ପକୁ ଅଧିକ ସୁଦୃଢ଼ କରିବ...
୨୨ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ
ଭୋପାଳ,୧୩।୩(ପି.ଟି.): ମଧ୍ୟପ୍ରଦେଶର ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବାବେଳେ ବାଚସ୍ପତି ଏନ୍.ପି. ପ୍ରଜାପତି ସେମାନଙ୍କୁ ନୋଟିସ ଜାରି କରିଛନ୍ତି। ସେମାନେ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ନା ଚାପର ବଶବର୍ତ୍ତୀ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ତାହା ସ୍ପଷ୍ଟ...
ପୁଣି ଘୁଞ୍ଚିବ କି ଫାଶୀ ଦଉଡ଼ି: ମାଣ୍ଡୋଲି ଜେଲ୍ ପ୍ରଶାସନଠାରୁ ଏପ୍ରିଲ ୮ ସୁଦ୍ଧା ରିପୋର୍ଟ ତଲବ !
ନୂଆଦିଲ୍ଲୀ,୧୨।୩: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ସମୟ ପୁଣିଥିରେ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି। ଦୋଷୀ ପଓ୍ବନ ତାଙ୍କୁ ଜେଲ୍ରେ ପିଟାଯାଇଥିବା ଅଭିଯୋଗ କରିଥିଲେ। ଏନେଇ କଡ଼କଡ଼ଡୁମା ଅଦାଲତ ଏପ୍ରିଲ ୮ ସୁଦ୍ଧା ମାଣ୍ଡୋଲି ଜେଲ୍ ପ୍ରଶାସନଠାରୁ ରିପୋର୍ଟ ତଲବ...
Archives


