କରୋନା ଯୁଦ୍ଧର ସାରଥି ସାଜି ଭୋକିଲାଙ୍କୁ ଗହମ ଦେଲେ ଚାଷୀ
ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ସାରା ଦେଶକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ସାଧାରଣ ଖଟିଖିଆ ଶ୍ରମିକ ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା କଷ୍ଟକର ବ୍ୟାପାର ହୋଇପଡିଛି। ଏହି ସମୟରେ ଅନ୍ୟକୁ ସାହାଯ୍ୟର ହାତ ବଢାଇବାକୁ କୁହାଯାଉଥିବା ବେଳେ...
କରୋନା ଭୟ: ଆସିଲେନି ସମ୍ପର୍କିୟ, ହିନ୍ଦୁ ବ୍ୟକ୍ତିଙ୍କ ସଂସ୍କାର କଲେ ମୁସଲମାନ
ବୁଲନ୍ଦସର,୨୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଯଦି କାହାର ସାଧାରଣ ଭାବେ ମୃତ୍ୟୁ ହେଉଛି ତେବେ ବି ଲୋକେ ସଂସ୍କାର କରିବାକୁ ଘରୁ ଗୋଡ କାଢୁ ନାହାନ୍ତି। ହେଲେ ଏହି...
କ୍ଷମା ମାଗିଲେ ମୋଦି
ନୂଆଦିଲ୍ଲୀ,୨୯।୩: କରୋନା ପାଇଁ ସାରା ଦେଶକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ଦେଶ ଏକ ପ୍ରକାର ଠପ୍ ହୋଇ ଯାଇଛି। ଲକ୍ ଡାଉନକୁ ୫ ଦିନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମନ୍ କି ବାତ୍...
କରୋନା ପାଇଁ ସହାୟତାର ହାତ ବଢାଇଲେ ଅକ୍ଷୟ, ବରୁଣ ଧନ୍ୟବାଦ ଦେଲେ ମୋଦି
ମୁମ୍ବାଇ,୨୯।୩: କରୋନା ଭାଇରସ ଏବେ ବିଶ୍ୱକୁ ତା କବଳକୁ ନେଇଯିବା ଫଳରେ ସବୁଠି ଲକ୍ ଡାଉନ୍ ପରିସ୍ଥିତି। ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଭାରତରେ କରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା...
ବିଦେଶରୁ ଆସିଛନ୍ତି ୧୫ ଲକ୍ଷ ଯାତ୍ରୀ
ନୂଆଦିଲ୍ଲୀ,୨୯ା୩: ପ୍ରାଣଘାତୀ କରୋନାକୁ ରୋକିବା ଲାଗି କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା ଲାଗି କୁହାଯାଇଛି। ଗତ ଜାନୁୟାରୀ ୧୮ରୁ ଏପର୍ଯ୍ୟନ୍ତ ଭାରତକୁ...
ଦାଦନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ଶାହା
ନୂଆଦିଲ୍ଲୀ,୨୯ା୩(ପି.ଟି.): ୨୧ ଦିନିଆ ଲକ୍ଡାଉନ ବେଳେ ଦାଦନ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଶନିବାର କହିଛନ୍ତି। ନିଜ ରାଜ୍ୟକୁ ଫେରି ନ ପାରି ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ...
୪ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୨୯ା୩(ପି.ଟି.): ଲକ୍ଡାଉନ ସମୟରେ ନିଜ ନିଜ ରାଜ୍ୟକୁ ଫେରି ନ ଯାଇ ଦିଲ୍ଲୀରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦାଦନ ଶ୍ରମିକମାନଙ୍କୁ ଅନୁରୋଧ କରିଛନ୍ତି। ଏଥିପାଇଁ ଦିଲ୍ଲୀ ସରକାର ୮୦୦ରୁ ଅଧିକ ସ୍ଥାନରେ ସେମାନଙ୍କ ପାଇଁ ମଧ୍ୟାହ୍ନ ଓ...
ଭାରତରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଲା
ନୂଆଦିଲ୍ଲୀ,୨୯ା୩: ଭାରତରେ ବିଭିନ୍ନ କଟକଣା ସତ୍ତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଭାରତରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୧୦୦୩ରେ ପହଞ୍ଚିଛି। ଗତ ଦୁଇଦିନରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ରୁ ଉର୍ଦ୍ଧ୍ୱ...
ସାଂସଦ ପାଣ୍ଠିରୁ ସବୁ ଭାଜପା ଏମ୍ପି କୋଟିଏ ଦେବେ
ନୂଆଦିଲ୍ଲୀ,୨୯ା୩: କରୋନା ଭାଇରସ୍ର ମୁକାବିଲା କରିବା ଲାଗି ସମସ୍ତ ଭାଜପା ଏମ୍ପି ସେମାନଙ୍କ ଅଞ୍ଚଳର ବିକାଶ ଲାଗି ଉଦ୍ଦିଷ୍ଟ ବାର୍ଷିକ ବିକାଶ ପାଣ୍ଠି(ଏମ୍ପି ଲ୍ୟାଡ୍)ରୁ କୋଟିଏ ଟଙ୍କା ଲେଖାଏ କେନ୍ଦ୍ରୀୟ ରିଲିଫ ପାଣ୍ଠିକୁ ଦାନ କରିବେ ବୋଲି ଭାଜପା ଅଧ୍ୟକ୍ଷ...
ଜରୁରୀ ସହାୟତା ପାଣ୍ଠି ଗଠନ କଲେ ମୋଦି
ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ସଂକ୍ରମଣ ରୋକିବା ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜରୁରିକାଳୀନ ସହାୟତା ପାଣ୍ଠି ଗଠନ ଲାଗି ଶନିବାର ଘୋଷଣା କରିଛନ୍ତି। ସୁସ୍ଥ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀ ସ୍ଥିତିରେ...
ଆଗକୁ ବଡ଼ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ଭୂତାଣୁ ଭାରତରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟକୁ ଆସିଥିବା ଆଶଙ୍କା କରାଯାଉଥିବାବେଳେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ। ଏହାର ମୁକାବିଲା ପାଇଁ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ଉପରେ ଜୋର୍ ଦେଉଛନ୍ତିି। ବିଭିନ୍ନ ରାଜ୍ୟରେ ସଂକ୍ରମିତ...
ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍ରେ ରହିଲେ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକ
ପୁରୁଲିଆ,୨୮।୩: ସମସ୍ତଙ୍କୁ ଡରାଉଛି କରୋନା ଭାଇରସର ସଂକ୍ରମଣ। ତେବେ ବିଦେଶରୁ ଫେରିଥିବା ଲୋକେ କ୍ୱାରାଣ୍ଟାଇନ୍ରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏମିତି କରାଗଲେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କୁହାଯାଇଛି। ଏବେ ପଶ୍ଚିମବଙ୍ଗ ପୁରୁଲିଆ ବଳରାମପୁର ଅଞ୍ଚଳରେ ଥିବା ଭାଙ୍ଗିଡି...
Archives


