ଜାତୀୟ

ଦିନକୁ ୨୦୦ ଜଣଙ୍କ ସହ ଭାବ ବିନିମୟ କରୁଛନ୍ତି ମୋଦି

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ଭାଇରସ୍‌ ବିରୋଧରେ ଭାରତର ଲଢ଼େଇ ସମ୍ପର୍କରେ ମତାମତ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବେ ଦେଶବାସୀଙ୍କ ସହ ଯୋଗାଯୋଗ କରୁଛନ୍ତି। ଏହିକ୍ରମରେ ସେ ଦୈନିକ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ଭାବ ବିନିମୟ କରୁଛନ୍ତି...

ଭଡ଼ା ମାଗିବେ ନାହିଁ ଘର ମାଲିକ: ଲକ୍‌ଡାଉନ୍‌ ବେଳେ ସମ୍ପୂର୍ଣ୍ଣ ମଜୁରି ଦେବେ ନିଯୁକ୍ତିଦାତା

ନୂଆଦିଲ୍ଲୀ,୩୦ା୩: କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ନିଯୁକ୍ତିଦାତାମାନେ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ମଜୁରି ପ୍ରଦାନ କରିବେ। ସେମାନଙ୍କ ଦରମାରୁ କାଟଛାଣ୍ଟ କରିବା ଅନୁଚିତ...

ଥମୁନି ଦାଦନଙ୍କ ଗଣପଳାୟନ

ନୂଆଦିଲ୍ଲୀ,୩୦ା୩(ପି.ଟି.): କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଲକ୍‌ଡାଉନ୍‌ ଡାକରା ପଞ୍ଚମ ଦିନରେ ପହଞ୍ଚତ୍ଛି। ସାମ୍ପ୍ରତିକ ଅଚଳାବସ୍ଥା ଦେଶର ବଡ଼ ବଡ଼ ସହରରେ ନିୟୋଜିତ ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଛି। ଫଳରେ ସେମାନେ ନିଜ କର୍ମକ୍ଷେତ୍ର...

୨୪ ଘଣ୍ଟାରେ ଗଲା ୮ ଜୀବନ: ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩୦ା୩(ପି.ଟି.): ଲକ୍‌ଡାଉନ ସତ୍ତ୍ୱେ ଦିନକୁ ଦିନ ଅଧିକ ଭୟଙ୍କର ହେଉଛି କରୋନା। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କ ଜୀବନ ନେଲାଣି ଏହି ଭୂତାଣୁ। ଦେଶରେ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରରେ...

ଆଲ୍‌କୋହଲ ଯାଞ୍ଚ୍‌କୁ ସାମୟିକ ବନ୍ଦ ରଖିବାକୁ ଅନୁରୋଧ କଲା ଏୟାର ଇଣ୍ଡିଆ ପାଇଲଟ ସଂଘ

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସ୍ପାଇସ୍‌ ଜେଟ୍‌ର ଜଣେ ପାଇଲଟଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ଏପରିସ୍ଥଳେ ସାମୟିକ ଭାବେ ଆଲ୍‌କୋହଲ ଯାଞ୍ଚ୍‌କୁ ସାମୟିକ ବନ୍ଦ ରଖିବାକୁ ଏୟାର ଇଣ୍ଡିଆ ପାଇଲଟ ସଂଘ ପକ୍ଷରୁ...

ବିଦେଶ ଯାତ୍ରାରେ ନ ଯାଇ ବି ସ୍ପାଇସ୍‌ ଜେଟ୍‌ ପାଇଲଟ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ବିଦେଶରୁ ସ୍ବଦେଶ ଫେରିଥିବା ବହୁ ଭାରତୀୟଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ତେବେ ସ୍ପାଇସ୍‌ ଜେଟ୍‌ର ଜଣେ ପାଇଲଟ ମାର୍ଚ୍ଚରେ କୌଣସି ବିଦେଶ ଉଡ଼ାଣ କରି ନ ଥିଲେ ମଧ୍ୟ...

ଦେଶର ସଙ୍କଟ ସ୍ଥିତିରେ ସରକାରଙ୍କ ସହିତ ଛିଡ଼ା ହୋଇଛି କଂଗ୍ରେସ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୯।୩: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ସରକାରଙ୍କ ସହିତ କଂଗ୍ରେସ ଦଳ ଛିଡ଼ା ହୋଇଛି ବୋଲି ରାହୁଲ ଗାନ୍ଧୀ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ କଂଗ୍ରେସ...

ବିହାରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ପାଟନା,୨୯।୩: କରୋନା ଭାଇରସ କବଳରେ ସାରା ଦେଶ। ଆସାମକୁ ବାଦ୍‌ ଦେଲେ ପ୍ରାୟ ସବୁ ରାଜ୍ୟରେ କରୋନା ପଜିଟିଭ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ଏବେ ବିହାରରେ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ସୁଦ୍ଧା ଏଠାରେ କରୋନା ସଂକ୍ରମିତଙ୍କ...

କରୋନା ଦୁଃଖ ୭୩ ବର୍ଷ ତଳର ଦେଶ ବିଭାଜନ ସଙ୍କଟକୁ ବି ବଳିଗଲା !

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ ସଂକ୍ରମଣ ଦ୍ୱିତୀୟ ଷ୍ଟେଜ୍‌ରେ ରହିଥିବାବେଳେ ତୃତୀୟ ଷ୍ଟେଜ୍‌କୁ ଯିବାର ଆଶଙ୍କା ଦେଖାଦେଇଛି। ସମ୍ପ୍ରତି...

ପରିସ୍ଥିତି ନ ସୁଧୁରିଲେ ମେ’- ଜୁନ୍‌ରେ ବି ରିଲିଜ୍‌ ହେବନି ବଲିଉଡ୍‌ ଫିଲ୍ମ

ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ଓ ରଣବୀର ସିଂଙ୍କ ‘୮୩’ର ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା। ହେଲେ ଏହି କରୋନା ଏବେ ଏଭଳି ପରିସ୍ଥିତି ସୃଷ୍ଟି କରିଛି ଇଦ୍‌ ପର୍ଯ୍ୟନ୍ତ ବି ବଲିଉଡ୍‌ର କୌଣସି ଫିଲ୍ମ ରିଲିଜ୍‌...

ଲକ୍‌ଡାଉନ୍‌କୁ ନେଇ କଡା ହେଲେ କେନ୍ଦ୍ର ସରକାର: ସିଲ୍‌ ହେବ ରାଜ୍ୟ, ଜିଲାର ସୀମା

ନୂଆଦିଲ୍ଲୀ,୨୯।୩: କରୋନା ଭାଇରସକୁ ନେଇ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରମିକ। ଏହାକୁ ଦେଖିବା ପରେ ଏବେ...

ଇରାନରୁ ଫେରିଲେ ୨୭୫ ଭାରତୀୟ

ଯୋଧପୁର,୨୯।୩: କରୋନା ଭାଇରସ ଯୋଗୁ ଇରାନରେ ଫସି ରହିଥିବା ୨୭୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ରବିବାର ସକାଳେ ଏକ ସ୍ବତନ୍ତ୍ର ବିମାନରେ ଏମାନେ ରାଜସ୍ଥାନର ଯୋଧପୁରରେ ପହଞ୍ଚିଥିବା ଜଣାପଡିଛି। ଭାରତୀୟ ସେନାଙ୍କ ଦ୍ୱାରା ପ୍ରସ୍ତୁତ ଓ୍ବେଲନେସ୍‌ ସେଣ୍ଟରକୁ ଏମାନଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri