ଥମୁନି ଦାଦନଙ୍କ ଗଣପଳାୟନ

ନୂଆଦିଲ୍ଲୀ,୩୦ା୩(ପି.ଟି.): କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଲକ୍‌ଡାଉନ୍‌ ଡାକରା ପଞ୍ଚମ ଦିନରେ ପହଞ୍ଚତ୍ଛି। ସାମ୍ପ୍ରତିକ ଅଚଳାବସ୍ଥା ଦେଶର ବଡ଼ ବଡ଼ ସହରରେ ନିୟୋଜିତ ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଛି। ଫଳରେ ସେମାନେ ନିଜ କର୍ମକ୍ଷେତ୍ର ଛାଡ଼ି ଭିଟାମାଟି ଅଭିମୁଖେ ଗଣପଳାୟନ କରିବାରେ ଲାଗିଛନ୍ତି। ଶନିବାର ରାତିରେ ଗାଜିଆବାଦରେ ହଜାର ହଜାର ଗାଁମୁହଁ। ଶ୍ରମିକ ଯେପରି ଭାବେ ଏକତ୍ରିତ ହୋଇଥିଲେ ସେଥିରୁ ସମସ୍ୟା ଜଟିଳ ହେବା ଜଳଜଳ ହୋଇ ଦିଶୁଛି। ରବିବାର ମଧ୍ୟ କେରଳ, ଦିଲ୍ଲୀ, ବିହାର ଓ ଉତ୍ତରପ୍ରଦେଶରେ ସମାନ ଅବସ୍ଥା ସୃଷ୍ଟି ହୋଇଛି। ସଂକ୍ରମଣରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତ୍ୱ ଅପରିହାର୍ଯ୍ୟ ହୋଇଥିବାବେଳେ ପ୍ରାଣ ବିକଳରେ ବସ୍‌କୁ ଅପେକ୍ଷା କରିଥିବା ଶ୍ରମିକମାନେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ସହରରୁ ଗାଁକୁ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଦୃଢ଼ୀଭୂତ ହୋଇଛି।

ଲକ୍‌ଡାଉନ ନିୟମ କଡ଼ାକଡ଼ି ପାଳନ କରିବା ସହ ରାଜ୍ୟ ଓ ଜିଲା ସୀମାକୁ ସିଲ୍‌ କରିଦେବାକୁ କେନ୍ଦ୍ର ସରକାର ରବିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ ବେଳେ ଦାଦନ ଶ୍ରମିକଙ୍କୁ ସୀମାରେ ଅଟାଇବାକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ ଓ ଡିଜିପିମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କ୍ୟାବିନେଟ ସଚିବ ରାଜୀବ ଗୌବା ଓ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଉପରୋକ୍ତ ପରାମର୍ଶ ଦେଇଛନ୍ତି। ସହର ଭିତର ଦେଇ ଯାଇଥିବା ଜାତୀୟ ରାଜପଥରେ ଲୋକଙ୍କ ଯାତାୟାତ ବନ୍ଦ କରିବା ଲାଗି ମଧ୍ୟ କୁହାଯାଇଛି। ଦେଶର ବିଭିନ୍ନ ଭାଗରୁ ଦାଦନମାନେ ସେମାନଙ୍କ ରାଜ୍ୟକୁ ଫେରୁଥିବା ଦେଖାଯାଇଛି। ତେଣୁ ରାଜ୍ୟ ଓ ଜିଲା ସୀମାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୀମାନ୍ତ ଜିଲାର ଜିଲାପାଳ ଏବଂ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଦାୟିତ୍ୱ ଦିଆଯାଇଛି। ଦାଦନ ଶ୍ରମିକଙ୍କ ସମେତ ଅନ୍ୟ ଅଭାବୀ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ଆଶ୍ରୟ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ବାହାର ରାଜ୍ୟରୁ ଫେରୁଥିବା ଦାଦନମାନଙ୍କୁ ରାଜ୍ୟ ସରକାର ୧୪ ଦିନ ପାଇଁ କ୍ୱାରାଣ୍ଟାଇନରେ ରଖି ସେମାନେ କରୋନା ସଂକ୍ରମିତ ନୁହନ୍ତି ବୋଲି ନିଶ୍ଚିତ ହେବା ପରେ ଘରକୁ ଛାଡ଼ିବାକୁ କୁହାଯାଇଛି। ଲକ୍‌ଡାଉନ ଯୋଗୁ କାମଧନ୍ଦା ହରାଇ ଦାଦନ ଶ୍ରମିକ ଓ ଦିନମଜୁରିଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅଧିକାଂଶ ରାଜ୍ୟରୁ ହଜାର ହଜାର ଦାଦନ ଚାଲିଚାଲି ଫେରୁଥିବାବେଳେ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀ, ଗାଜିଆବାଦ ଓ ନୋଏଡ଼ା ସୀମାରେ ଅଟକି ରହିଥିବା ଲକ୍ଷାଧିକ ଦାଦନ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଶନିବାର ସରକାରଙ୍କ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟରେ ଉତ୍ତରପ୍ରଦେଶ ପରିବହନ ବିଭାଗର ୧୦୦୦ ବସ୍‌ ସାଙ୍ଗକୁ ୨୦୦୦ ଘରୋଇ ବସ୍‌, ଟ୍ରକ, ଟ୍ରଲି, ଟ୍ରାକ୍ଟର ଓ ଅନ୍ୟାନ୍ୟ ଯାନକୁ ନିୟୋଜିତ କରାଯାଇଥିଲା। ଲକ୍‌ଡାଉନ ଯୋଗୁ ନିଜ ରାଜ୍ୟକୁ ଫେରି ନ ପାରି ଅଟକି ରହିବା ଫଳରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଗହଳି ହଟାଇବା ଲାଗି ସେମାନଙ୍କୁ ଘରେ ପହଞ୍ଚାଇବାକୁ ପଦକ୍ଷେପ ନିଆଯାଇଥିଲା। ଦିଲ୍ଲୀ ସରକାର ମଧ୍ୟ ୧୦୦ ଡିଟିଏଚ୍‌ ବସ୍‌କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ। ତେବେ ଦିଲ୍ଲୀରେ ଥିବା ଦାଦନ ଶ୍ରମିକ ଫେରି ନ ଯିବା ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିବେଦନ କରିଛନ୍ତି। ଦିଲ୍ଲୀ ସରକାର ଶ୍ରମିକମାନଙ୍କ ପାଇଁ ଆଶ୍ରୟସ୍ଥଳ ଯୋଗାଇଦେବା ସହ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?