Posted inଜାତୀୟ

ନୀତିଶଙ୍କ ଉପରକୁ ପିଆଜ ମାଡ ଘଟଣାକୁ ନିନ୍ଦା କଲେ ତେଜସ୍ବୀ

ପାଟନା,୪।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଏବେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଚାଲିଛି। ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧୁବନୀର ହରଲାଖୀ ବିଧାନସଭା ନିିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ସେଠାରେ ସେ ବିରୋଧର ସମ୍ମୁଖୀନ ହୋଇଥିଲେ। ନୀତିଶ ରାଲିକୁ ସମ୍ବୋଧିତ କରୁଥିବାବେଳେ ତାଙ୍କ ଉପରକୁ ପିଆଜ ଓ ପଥର ଖଣ୍ଡ ଫିଙ୍ଗି ଯାଇଥିଲା। ନୀତିଶଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଆରଜେଡି ନେତା ତେଜସ୍ବୀ ଯାଦବ ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଜସ୍ବୀ ଯାଦବ ଟୁଇଟରରେ ଏହି ବିଷୟରେ ମନ୍ତବ୍ୟ ଦେଇଛନ୍ତି। ତେଜସ୍ବୀ ଟୁଇଟରେ ଲେଖିଛନ୍ତି, ଆଜି ନିର୍ବାଚନ ସଭାରେ କେହି ଜଣେ ସମ୍ମାନିତ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାରଙ୍କ ଉପରେ ପିଆଜ ଫିଙ୍ଗିଥିଲେ। ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ, ଅଗଣତାନ୍ତ୍ରିକ ଏବଂ ଅବାଞ୍ଛିତ ଆଚରଣ। ଗଣତନ୍ତ୍ରରେ ପ୍ରତିରୋଧର ଅଭିବ୍ୟକ୍ତି କେବଳ ଭୋଟ ଦେବାରେ ରହିବା ଉଚିତ୍‌। ଏହା ବ୍ୟତୀତ କୌଣସି ପଦ୍ଧତି ଗ୍ରହଣୀୟ ସ୍ବୀକାର କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲୁନ୍‌ ଖୋଲିବାର ପ୍ରଶ୍ନ ଉଠୁନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୫।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏହା ଜୁନ୍‌ ୩ରେ ଶେଷ ହେବ ବୋଲି ଘୋଷଣା କରାଯାଇଛି। ଏହା...

୧୫ ଲାଇଟ୍‌ କମ୍ବାଟ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ,୩୦।୩: ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସୁରକ୍ଷା କ୍ୟାବିନେଟ୍‌ କମିଟି (ସିସିଏସ୍‌) ବୁଧବାର ୧୫ ଲାଇଟ୍‌...

ବାଲାକୋଟ୍‌ ଷ୍ଟ୍ରାଇକ୍‌ ପରେ ଭାରତ ସୀମାରେ ପ୍ରବେଶ କରିନି ପାକିସ୍ତାନ ବିମାନ: ଧନୋଓ୍ବା

ନୂଆଦିଲ୍ଲୀ, ୨୪।୬: ବାଲାକୋଟ ଷ୍ଟ୍ରାଇକ୍‌ ପରେ ଫେବୃୟାରୀ ୨୭ରେ ଭାରତୀୟ ସୀମାରେ ପାକିସ୍ତାନ ଯୁଦ୍ଧ ବିମାନ ପ୍ରବେଶ କରି ନ ଥିଲା ବୋଲି ଏୟାର ଚିଫ୍‌...

ଉଭୟ ଯୁଦ୍ଧ ଜିତିବୁ

ନୂଆଦିଲ୍ଲୀ,୨୯ା୬: ଚାଇନାର ଉହାନ ସହରରୁ ଆସିଥିବା କରୋନା ଭୂତାଣୁ ବିରୋଧରେ ଭାରତ ଲଢ଼ୁଥିବାବେଳେ ସେପଟେ ଲଦାଖ ସୀମାରେ ଉତ୍ତେଜନା ବଢ଼ୁଥିବାନେଇ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ...

ପ୍ରେମିକ ସହ ମିଶି ଝିଅ ସହ ଏମିତି କଲେ ମା’

ବରେଲି,୨୧।୮: ଉତ୍ତର ପ୍ରଦେଶର ବରେଲି ଏକ ଅମାନବୀୟ ଘଟଣା ଘଟିଛି। ମା ପ୍ରେମିକଙ୍କ ସହ ମିଶି ତାଙ୍କ ଝିଅକୁ ହତ୍ୟା କରିଛନ୍ତି। ଏହି ମାମଲା କରେଲିର...

ପ୍ରେମ ବିବାହକୁ ନା କରିବାରୁ ମହିଳା ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା,ପ୍ରେମିକ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୮ା୨: ଉତ୍ତର-ପଶ୍ଚିମ ଦିଲ୍ଲୀରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ଏସ୍‌ଆଇ ପ୍ରୀତି ଅହଲାଓ୍ବତ୍‌(୨୬) ମେଟ୍ରୋ ଷ୍ଟେଶନର ପୋଲିସ ଏକାଡେମୀରୁ...

ପରଲୋକରେ ପ୍ରସିଦ୍ଧ କବି ଇନ୍ଦୋରୀ

ଭୋପାଳ,୧୧।୮: ପ୍ରସିଦ୍ଧ କବି ରାହତ ଇନ୍ଦୋରୀଙ୍କ ମଙ୍ଗଳବାର ନିଧନ ଘଟିଛି। ହୃଦ୍‌ଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ...

ପୁଣି ସଂକ୍ରମିତ ହେଉଛନ୍ତି ସୁସ୍ଥ ହୋଇଥିବା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଛି। ପ୍ରତିିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରିସ୍ଥଳେ ଦିଲ୍ଲୀ ସରକାର...

Advertisement
Archives

Model This Week