ଜାତୀୟ

୧୪ରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ, ୨୬।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ଏହି ସୁପାରିସ୍‌ କରିଛି। ସୂତ୍ର ଅନୁଯାୟୀ ମୌସୁମୀ ଅଧିବେଶନରେ ମୋଟ ୧୮ଟି ସିଟିଂ ରହିବ। ଶନିବାର ଓ…

ମାର୍‌ପିଟ୍‌ କରି ସ୍ତ୍ରୀଙ୍କୁ ଶିକୁଳିରେ ବାନ୍ଧି ରଖିଥିଲେ ସ୍ବାମୀ: ମହିଳା ଆୟୋଗ ଟିମ୍‌ ପହଞ୍ଚିବା ପରେ…

ନୂଆଦିଲ୍ଲୀ,୨୫।୮: ତ୍ରିଲୋକପୁରୀ ଅଞ୍ଚଳରୁ ଦିଲ୍ଲୀ ମହିଳା ଆୟୋଗ ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଜଣଙ୍କୁ ତାଙ୍କ ସ୍ବାମୀ ଲୁହା ଶିକୁଳିରେ ବାନ୍ଧି ଅତି ଦୟନୀୟ ଭାବେ ରଖିଥିଲେ। ଏନେଇ ବିଶେଷ ସୁତ୍ରରୁ ଖବର ପାଇବା ପରେ ଆୟୋଗର ଏକ…

ପିଲାଙ୍କ ଖେଳ ହେଲା କାଳ: ‘ଲକ୍ଷ୍ମଣ ରେଖା’ ନେଲା ୩ ଜୀବନ

ନାଗୌର, ୨୫।୮: ରାଜସ୍ଥାନର ନାଗୌର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପିଲାଙ୍କର ଅସାବଧାନତା କେତେ ଯେ ଭୟଙ୍କର ହୋଇପାରେ ତାହା ଏହି ଘଟଣାରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ ଜିଲାର ପାଞ୍ଚୋଡି ପୋଲିସ ଷ୍ଟେସନ ଅନ୍ତର୍ଗତ ଖ୍ୟାରି କର୍ମସୌତ୍‌ ଗ୍ରାମରେ…

ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ ଏହି ମହିଳା: ବାନ୍ଧିଲା ୟୁପି ପୋଲିସ

ପ୍ରୟାଗରାଜ,୨୫।୮: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାରୁ ହିନ୍ଦୁ ଦେବତାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ମହିଳାଜଣଙ୍କ ଫେରାର ହୋଇଯାଇଥିଲେ। କିନ୍ତୁ ମଙ୍ଗଳବାର ପୋଲିସ ତାଙ୍କୁ ଧରିବାରେ ସଫଳ…

ଏନ୍‌ଇଇଟି-ଜେଇଇ ପରୀକ୍ଷା ସ୍ଥଗିତ ଦାବିକୁ ସମର୍ଥନ କଲେ ଗ୍ରେଟା: କହିଲେ ‘ଏହା ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ’

ନୂଆଦିଲ୍ଲୀ,୨୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏହାସତ୍ତ୍ୱେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷା ହେବାକୁ ଯାଉଥିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ବିଡେନ୍‌ର କିଶୋର ପରିବେଶବିତ୍‌ ଗ୍ରେଟା ଥନବର୍ଗ। କୋଭିଡ ସଂକ୍ରମଣ ଭିତରେ ଭାରତର ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବାକୁ…

ବାପା ସାଇକେଲ କିଣି ନ ଦେବାରୁ ଅଦ୍ଭୁତ ସାଇକେଲ ତିଆରି କଲେ ଅଷ୍ଟମ ଶ୍ରେଣୀର ଛାତ୍ର

ଲଧିଆନା,୨୫।୮: ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। କରୋନା ଭାଇରସ୍‌ ଲକ୍‌ଡାଉନ ଓ ଆର୍ଥିକ ଅନାଟନ ଯୋଗୁ ଜଣେ ପିତା ନିଜ ପୁଅ ପାଇଁ ନୂଆ ସାଇକେଲ କିଣି ପାରି ନ ଥିଲେ। କିନ୍ତୁ କିଛି ଏଭଳି ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି,…

ମନି ଲଣ୍ଡରିଂ ମାମଲାରେ ନୀରବଙ୍କ ପତ୍ନୀଙ୍କ ନାଁରେ ରେଡ କର୍ନର ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨୫।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ମନି ଲଣ୍ଡରିଂ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାର ଉପରେ ସମସ୍ୟା ବଢ଼ିବାରେ ଲାଗିଛି। ଭାରତରେ ମନି ଲଣ୍ଡରିଂ ମାମଲାରେ ନୀରବ ମୋଦିଙ୍କ ପତ୍ନୀଙ୍କ ବିରୋଧରେ ମଙ୍ଗଳବାର ଇଣ୍ଟରପୋଲ ପକ୍ଷରୁ ରେଡ୍‌ କର୍ନର…

ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ!

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ତା’ର ବାର୍ଷିକ ରିପୋର୍ଟରେ ଦର୍ଶାଇଛି କି ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ। ଗତବର୍ଷ ମଧ୍ୟ ୨ହଜାର ଟଙ୍କିଆ ନୋଟର ସର୍କୁଲେଶନ କମ୍‌ ହୋଇଛି। ୨୦୧୮ ମାର୍ଚ୍ଚ ଶେଷ ବେଳକୁ ୩୩,୬୩୨ ଖଣ୍ଡ…

କୋଠା ଭୁଷୁଡିବାର ୨୦ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୪ବର୍ଷର ଶିଶୁ

ରାୟଗଡ଼,୨୫।୮: ମହାରାଷ୍ଟ୍ରର ରାୟଗଡ଼ରେ ସୋମବାର ଏକ ୫ମହଲା କୋଠା ଭୁଷୁଡି ପଡିଥିବା ବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ୩ ପୁରୁଷ ଓ ୨ ମହିଳା ରହିଛନ୍ତି। କୋଠାଟି ଭୁଷୁଡି ପଡିବା ପରେ…

ନୀତୀଶ ସେପ୍ଟେମ୍ବର ୬ରେ ଫୁଙ୍କିବେ ଶଙ୍ଖ

ପାଟନା, ୨୫।୮: କରୋନା ମହାମାରୀରେ ଲୋକେ ଲକ୍‌ଡାଉନ୍‌ ପଡ଼ି ଛଟପଟ ହେଉଥିବାବେଳେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସେପ୍ଟେମ୍ବର ୬ରେ ନିର୍ବାଚନୀ ଶଙ୍ଖ ଫୁଙ୍କିବେ ବୋଲି କୁହାଯାଉଛି। ସେ ଭର୍ଚୁଆଲ୍‌ ରାଲିରେ ଯୋଗଦେଇ…

କବରସ୍ତାନରେ କରିଥିଲେ ବୋମା ପରୀକ୍ଷା: ଆଇଏସ୍‌ ଆତଙ୍କବାଦୀ ୟୁସୁଫ୍‌ଙ୍କ ଷଡ଼ଯନ୍ତ୍ର ପଡ଼ିଲା ଧରା

ନୂଆଦିଲ୍ଲୀ, ୨୫।୮: ଦିଲ୍ଲୀର ଧୋଲା କୂଆଁରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍‌ଙ୍କର ବଳରାମପୁର ଅଞ୍ଚଳ ଅନ୍ତର୍ଗତ ଭୈସାହି ଗାଁରେ ତାଙ୍କ ଘରେ ଚଢ଼ାଉ ସମୟରେ ଆକ୍ରମଣ ଘଟାଇବା ଲାଗି ଆବଶ୍ୟକ ବହୁ ସାମ୍ରଗୀ ଜବତ ହୋଇଥିଲା। ଦେଶରେ ବଡ଼ ଧରଣର…

ରାହୁଲଙ୍କ ପାଇଁ ସଙ୍କଟ: ଭାଜପା ସହିତ ନିଜ ସହ ମଧ୍ୟ ଲଢ଼ିବାକୁ ହେବ !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ବଢ଼ିବାରେ ଲାଗିଛି ତାହା ଏବେ ଜଣାପଡ଼ିଛି। ଏହା ଦ୍ୱାରା ରାହୁଲ ଗାନ୍ଧୀଙ୍କ ରାଜନୈତିକ ପଥରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି। ପୂର୍ବରୁ ରାହୁଲଙ୍କୁ କେବଳ ଭାଜପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri