ରାମବାଗରେ ମିଳିତ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର, ୧୨।୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରର ରାମବାଗ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏନ୍ କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ବିଦେଶୀ ଥିବାବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି କଶ୍ମୀର ଜୋନ୍…
କଂଗ୍ରେସରୁ ଇସ୍ତଫା ଦେଲେ ଖୁଶବୁ: ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା
ଚେନ୍ନାଇ, ୧୨।୧୦: ତାମିଲନାଡୁରେ କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ଫିଲ୍ମ ଅଭିନେତ୍ରୀ ଖୁଶବୁ ସୁନ୍ଦର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଭାଜପାରେ ଯୋଗଦେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ରାଜ୍ୟ ପ୍ରବକ୍ତା ପଦରୁ ତାଙ୍କୁ…
ମୋଦି କ୍ୟାବିନେଟରେ ଏନ୍ଡିଏର ଜଣେ
ନୂଆଦିଲ୍ଲୀ,୧୨ା୧୦: ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ପ୍ରତିଷ୍ଠାତା ରାମବିଲାସ ପାଶ୍ୱାନଙ୍କ ପରଲୋକ ପରେ କେନ୍ଦ୍ର ସରକାରରେ ଏବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ର ମାତ୍ର ଗୋଟିଏ ସହଯୋଗୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଶାସକ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ମଧ୍ୟରୁ…
ଟିଆର୍ଏସ୍ କର୍ମୀଙ୍କୁ ହତ୍ୟାକଲେ ମାଓବାଦୀ
ହାଇଦ୍ରାବାଦ, ୧୨।୧୦: ତେଲଙ୍ଗାନାର ମୁଲୁଗୁ ଜିଲା ଅନ୍ତର୍ଗତ ଆଲୁବାକା ଗ୍ରାମରେ ମାଓବାଦୀମାନେ ଜଣେ ଟିଆର୍ଏସ୍ କର୍ମୀଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ମାଓବାଦୀଙ୍କୁ ଟଙ୍କା ଦେବାକୁ ମନା କରିବାରୁ ସେମାନେ ଏଭଳି ବର୍ବରକାଣ୍ଡ ଭିଆଇଛନ୍ତି। ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି।…
ପୁଣି ମୁହଁ।ମୁହିଁ ୨ ଓକିଲ
ନୂଆଦିଲ୍ଲୀ,୧୨ା୧୦(ଆଇଏଏନ୍ଏସ୍): କେହି କେହି ଏହାକୁ ସଂଯୋଗ ବୋଲି କହୁଥିବାବେଳେ ଆଉ କେତେକଙ୍କ ମତରେ ଏହା ହେଉଛି ଭାଗ୍ୟ। କିନ୍ତୁ ଦୁହେଁ କହୁଛନ୍ତି ଏହା ସେମାନଙ୍କ ପାଇଁ ପେସା। ଦିଲ୍ଲୀର ନିର୍ଭୟା ମାମଲା ଲଢ଼ିଥିବା ଦୁଇ ଆଇନଜୀବୀ ଏବେ ଉତ୍ତରପ୍ରଦେଶର ହାଥ୍ରସ ମାମଲାରେ…
କଂଗ୍ରେସ ନେତ୍ରୀଙ୍କୁ ସହଯୋଗୀଙ୍କ ମାଡ଼
ଦେଓରିଆ,୧୨।୧୦: ଉତ୍ତରପ୍ରଦେଶରେ ଜଣେ ମହିଳା ନେତ୍ରୀଙ୍କୁ ରବିବାର କଂଗ୍ରେସ କର୍ମୀମାନେ ମାଡ଼ ମାରିଛନ୍ତି। ଉପନିର୍ବାଚନ ଲାଗି ବଳାତ୍କାର ଅଭିଯୁକ୍ତଙ୍କୁ ଟିକେଟ ଦିଆଯିବାକୁ ସେ ବିରୋଧ କରିଥିଲେ। ଏହାକୁ ନେଇ କିଛି କଂଗ୍ରେସ କର୍ମୀ ବିରୋଧକରିବା ସହ ନେତ୍ରୀଙ୍କୁ ମାଡ଼ ମାରିିଥିବା ଜଣାପଡ଼ିଛି।…
କୋଭିଡ୍ ହସ୍ପିଟାଲରେ ଡାକ୍ତର ଆନ୍ଦୋଳନ
ନୂଆଦିଲ୍ଲୀ, ୧୨।୧୦: ମହାମାରୀ କରୋନା କାଳରେ ଜୀବନକୁ ବାଜି ଲଗାଇ କାମ କରୁଥିବା ଡାକ୍ତର ଓ ନର୍ସ (କୋଭିଡ୍ ଯୋଦ୍ଧା)ଙ୍କୁ ଦିଲ୍ଲୀ ସରକାରଙ୍କ ହତାଦର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ୪ ମାସ ହେଲା ଦରମା ନ ପାଇ ଏମାନେ…
ଭାରତ-ଚାଇନା ସୀମା ବିବାଦକୁ ନେଇ ହେବ କଥାବାର୍ତ୍ତା
ନୂଆଦିଲ୍ଲୀ,୧୨ ।୧୦: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢି ଚାଲିଛି । ଉଭୟ ସୀମାରେ ସେନା ମୁତୟନ ରହିଛନ୍ତି । ଏହାକୁ ନେଇ ଖୁବ୍ ଲମ୍ବା ସମୟ ପରେ ସୋମବାର ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ…
୧୬ତମ ସନ୍ତାନ ପ୍ରସବ ପରେ ନବଜାତ ସମେତ ମା’ର ମୃତ୍ୟୁ
ଦମୋହ, ୧୧।୧୦: ମଧ୍ୟପ୍ରଦେଶ ଦମୋହ ଜିଲା ଅନ୍ତର୍ଗତ ବାଟିଆଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡାଝିର ଗ୍ରାମରେ ଜଣେ ମହିଳା ସନ୍ତାନ ପ୍ରସବ ପରେ ପ୍ରାଣ ହରାଇଛନ୍ତି। ୪୫ ବର୍ଷୀୟ ଏହି ମହିଳାଙ୍କ ଏହା ୧୬ତମ ସନ୍ତାନ ଥିଲା ବୋଲି ଜଣାପଡ଼ିଛି। ତେବେ…
ଜମି ବିବାଦକୁ ନେଇ ପୂଜକଙ୍କୁ ଗୁଳିମାଡ଼: ୨ ଗିରଫ
ଗୋଣ୍ଡା,୧୧।୧୦-ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ ଜମି ବିବାଦକୁ ନେଇ ରବିବାର ଜଣେ ପୂଜକଙ୍କୁ ଗୁଳି ମାଡ ହୋଇଛି। ଗୁଳିମାଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁଳି ମାଡର ଶିକାର ହୋଇଥିବା ପୂଜକ ହେଲେ ଗୋଣ୍ଡାସ୍ଥିତ ରାମ୍ ଜାନକୀ ମନ୍ଦିରର ପୂଜକ ସମ୍ରାଟ…
ବିପଦରେ ପଡି ପର୍ବ ପାଳନ କରାଯିବା କୌଣସି ଧର୍ମରେ କୁହାଯାଇନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୧।୧୦: କରୋନା ସମୟରେ ପର୍ବ ପାଳନକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏକ ବୟାନ ଦେଇଛନ୍ତି। ସେ ରବିବାର କହିଛନ୍ତି ଯେ ଜୀବନକୁ ବିପଦରେ ପକାଇ ପର୍ବ ପାଳନ କରିବାକୁ ଦୁନିଆର କୌଣସି ଦେବତା କିମ୍ବା ଧର୍ମରେ କୁହାଯାଇନାହିଁ।…
ବିଦ୍ୟୁତ ଚାଳିତ ଯାନ ଉପରେ ଟ୍ୟାକ୍ସ ଛାଡ଼ କଲେ ଏହି ସରକାର
ନୂଆଦିଲ୍ଲୀ, ୧୧।୧୦: ଜାତୀୟ ରାଜଧାନୀରେ ବାୟୂ ପ୍ରଦୂଷଣର ବଢ଼ୁଥିବା ବିପଦକୁ ନଜରରେ ରଖି ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ ଚାଳିକ ଯାନ ଉପରେ ସଡ଼କ ଟିକସ ଛାଡ଼ କରିବାକୁ ଦିଲ୍ଲୀ ସରକାରଙ୍କ ପରିବହନ…
Archives


