କେନାଲକୁ ଖସିଲା ଯାତ୍ରୀବାହୀ ବସ୍
ସିଦ୍ଧି,୧୬।୨: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ମଙ୍ଗଳବାର ସକାଳ ୭ଟା ୩୦ରେ ଏକ ଅଭାବନୀୟ ଘଟଣା ଘଟିଛି। ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ କେନାଲକୁ ଖସି ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍ ଏବଂ ପୋଲିସ ପହଞ୍ଚି…
ନିଖୋଜଙ୍କ ଜୀବିତ ଆଶା ଏବେ ବୃଥା: ବଢୁଛି ମୃତଦେହ, କମୁଛି ନିଖୋଜଙ୍କ ସଂଖ୍ୟା
ଡେରାଡୁନ୍,୧୬।୨: ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜ ଥିବା ଲୋକଙ୍କ ଜୀବିତ ରହିଥିବା ଆଶା ଏବେ ନିରାଶରେ ପରିଣତ ହେବାରରେ ଲାଗିଛି। ପ୍ରତିଦିନ ଉଦ୍ଧାରକାରୀଦଳ କେବଳ ମୃତଦେହ ଉଦ୍ଧାର କରୁଛନ୍ତି। ଇତିମଧ୍ୟରେ ୫୬ ମୃତଦେହ ଉଦ୍ଧାର କରାଯାଇଛି। ତେବେ ବି ନିଖୋଜଙ୍କୁ ଜୀବିତ ଫେରି…
ଲୋକଙ୍କ ପଛରେ ଲାଗିବେ ଲୋକେ
ନୂଆଦିଲ୍ଲୀ,୧୬।୨: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯେଉଁଥିରେ ନାଗରିକମାନଙ୍କୁ ଭଲ୍ୟୁଣ୍ଟିୟର ଭାବେ ନିଯୁକ୍ତି ଦିଆଯିବ। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଶିଶୁଙ୍କୁ ନେଇ ଅଶ୍ଳୀଳ ଫଟୋ ଓ ଭିଡିଓ, ବଳାତ୍କାର ଅପରାଧ, ଆତଙ୍କବାଦ ଏବଂ ଦେଶ ବିରୋଧୀ…
କ୍ଷମତାର ଅପବ୍ୟବହାର
ନୂଆଦିଲ୍ଲୀ,୧୬ା୨: ସମାଜରେ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଯୁବ କ୍ଲାଇମେଟ୍ ଚେଞ୍ଜ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ରାତିଅଧିଆ ଉଠାଇନେବା ସମସ୍ତଙ୍କୁ ଚକିତ କରିଛି। ପଟିଆଲା ହାଉସ୍ କୋର୍ଟରେ ଦିଶାଙ୍କୁ ହାଜର କରିବା ବେଳେ ତାଙ୍କ ପକ୍ଷ ରଖିବା ପାଇଁ…
ପ୍ରିୟଙ୍କା ସିଂଙ୍କ ବିରୋଧରେ ଚାଲିବ ମାମଲା
ମୁମ୍ବାଇ, ୧୬ା୨: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ବିରୋଧରେ ରୁଜୁ ମାମଲା ଖାରଜ କରିବାକୁ ମନା କରିଛନ୍ତି ମୁମ୍ବାଇ ହାଇକୋର୍ଟ। ତେବେ ସୁଶାନ୍ତଙ୍କ ଆଉ ଜଣେ ଭଉଣୀ ମିତୁ ସିଂଙ୍କ ନାଁରେ…
ଭାଜପା ପାଇଁ ସହଜ ନୁହେଁ
ନୂଆଦିଲ୍ଲୀ/ଗୁଆହାଟୀ,୧୬ା୨: ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ହେବ। ଏଥିରୁ ଆସାମରେ କ୍ଷମତାସୀନ ଭାଜପା ପୁଣିଥରେ ନିର୍ବାଚନ ଜିତିବାକୁ ଆଶା ବାନ୍ଧିଥିବାବେଳେ ଉତ୍ତର-ପୂର୍ବର ଏହି ରାଜ୍ୟରେ ମଧ୍ୟ ଗୈରିକ ଦଳକୁ ଦୋହରା ଚ୍ୟାଲେଞ୍ଜର…
ଟପିଲା ଅତ୍ୟାଚାରର ସବୁ ସୀମା
ଭୋପାଳ, ୧୬।୨ : ମଧ୍ୟପ୍ରଦେଶର ଗୁଣା ଜିଲାର ସାଗାଇ ଓ ବନ୍ସ ଗାଁରୁ ସାମ୍ନାକୁ ଆସିଛି ଏକ ଛାତିଥରା ଘଟଣା। ଜଣେ ଆଦିବାସୀ ମହିଳାଙ୍କୁ ସ୍ବାମୀଙ୍କ ପରିବାରର ଜଣେ ପୁରୁଷ ସଦସ୍ୟକୁ କାନ୍ଧରେ ବସାଇ ୩ କିଲୋମିଟର ଚାଲିବାକୁ ବାଧ୍ୟ କରାଯାଇଛି।…
କାହିଁକି ହରିୟାଣା ଗୃହମନ୍ତ୍ରୀଙ୍କ ଟୁଇଟ୍କୁ ଡିଲିଟ୍ କଲା ଟୁଇଟର
ନୂଆଦିଲ୍ଲୀ, ୧୫।୨ : ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଉପରେ ସୋମବାର ଟୁଇଟ୍ କରିଥିଲେ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ। ଉକ୍ତ ଟୁଇଟ୍ରେ ଉଲ୍ଲେଖ ଥିଲା, ଦେଶ ବିରୋଧୀ ମଞ୍ଜିକୁ ସମୂଳେ ନାଶ କରାଯିବା ଉଚିତ। ସେ ଦିଶା…
‘ ସଚିନ, ଲତାଙ୍କ ଟୁଇଟ୍ ଉପରେ ହେବ ନାହିଁ ତଦନ୍ତ ’
ନାଗପୁର, ୧୫।୨ : ଭାରତରତ୍ନ ସଚିନ ତେନ୍ଦୁଲକର ଓ ଲତା ମାଙ୍ଗେସକରଙ୍କ ଉପରେ କୌଣସି ତଦନ୍ତ ହେବ ନାହିଁ। ଦେଶରତ୍ନଙ୍କ ସମ୍ପର୍କରେ ମୁଁ ଏଭଳି କହିନାହିଁ ବୋଲି ସୋମବାର କହିଛନ୍ତି ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ। ଆମେ ଲତା ଦିଦିଙ୍କୁ…
ମାର୍ଚ୍ଚରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ କରୋନା ଟିକା
ନୂଆଦିଲ୍ଲୀ,୧୫।୨: ମାର୍ଚ୍ଚ ମାସରୁ ୫୦ ବର୍ଷ ବୟଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ କରୋନା ଟିକାକରଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଘୋଷଣା କରିଛନ୍ତି। ଟିକାକରଣ ଅଭିଯାନକୁ ନେଇ ସ୍ବାସ୍ଥ୍ୟ ବିଭାଗର ଉଦ୍ୟମକୁ ସେ ପ୍ରଶଂସା କରି କହିଥିଲେ। ସପ୍ତାହ…
ତପୋବନ ଟନେଲରୁ ୩ ମୃତଦେହ ଜବତ, ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି ପାଇଲା
ଚାମୋଲି,୧୫।୨: ସୋମବାର ଉଦ୍ଧାରକାର୍ଯ୍ୟ ବେଳେ ତପୋବନ ଟନେଲ ଭିତରୁ ପୁଣି ୩ଜଣଙ୍କ ମୃତଦେହ ଜବତ କରାଯାଇଛି। ଏହାକୁ ମିଶାଇ ବିପର୍ଯ୍ୟୟ ଜନିତ ମୃତ୍ୟୁସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ଜଳବିଦ୍ୟୁତ୍ ପ୍ରକଳ୍ପ ର୍ନିମାଣସ୍ଥଳୀ ରାଇନି ଗାଁ ଏବଂ ତପୋବନ ଟନେଲ ମଧ୍ୟରୁ ୧୫ଜଣଙ୍କ…
କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ମୋଦିଙ୍କୁ ଅଜଣା: ପ୍ରିୟଙ୍କା
ବିଜନୌର,୧୫।୨: ଦେଶରେ ଲୋକଙ୍କୁ ଚିହ୍ନିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଲ୍ କରୁଛନ୍ତି। କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ତାଙ୍କୁ ଅଜଣା। ଏହା ମଧ୍ୟରେ ଥିବା ଅନ୍ତର ସେ ଜାଣି ନାହାନ୍ତି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ…
Archives


