Posted inଜାତୀୟ

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାଲିଆତି: ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀ

ପାଟନା,୨୨।୩: ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡ଼ିଏସ୍‌)ରେ ହୋଇଥିବା ଏକ ବଡ଼ ଧରଣର ଜାଲିଆତିର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ବିହାରର ବୈଶାଳି ଜିଲାରେ ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀଙ୍କ ନାମ ରହିଛି। କାର୍ଡଟି ଜୁବେଦା ଖାତୁନଙ୍କ ନାମରେ ରହିଛି। ପରିବାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସଦସ୍ୟ ରହିଥିବା କାର୍ଡରେ ଉଲ୍ଲେଖ କରାଯାଇଛି। କାର୍ଡରେ ଥିବା ହିନ୍ଦୁ ସଦସ୍ୟଙ୍କ ମଧ୍ୟରେ ଉମେଶ ପାସଓ୍ବାନ ଏବଂ ନୀବନ କୁମାରଙ୍କ ନାମ ରହିଛି। ପରିବାର ପ୍ରତି ସଦସ୍ୟଙ୍କୁ ମାସ ପିଛା ୫ କିଲୋଗ୍ରାମ୍‌ ଲେଖାଏଁ ଗହମ ଅବା ଚାଉଳ ଯୋଗାଇ ଦିଆଯାଉଛି। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ମହୁଆ ଏସ୍‌ଡ଼ିଓ ସନ୍ଦୀପ କୁମାର ଚେହେରାକଲାଣ ବ୍ଲକ୍‌ ବିଡ଼ିଓ କୁମଦ ରଞ୍ଜନଙ୍କୁ ଏହି ଘଟଣା ସହିତ ସମ୍ପୃକ୍ତି ଥିବା ପିଡ଼ିଏସ ସପ୍ଲାଏର ସଞ୍ଜୟ କୁମାରଙ୍କପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଞ୍ଜୟଙ୍କ ବିରୋଧରେ ମାମଳା ଦାଏର କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଆର୍‌ପିଏଫ୍‌-ଡିଆର୍‌ଡିଓ ପକ୍ଷରୁ ବାଇକ୍‌ ଆମ୍ବୁଲାନ୍ସ୍‌ ସେବା ଆରମ୍ଭ

ନୂଆଦିଲ୍ଲୀ,୧୮।୧: ସିଆର୍‌ପିଏଫ୍‌ ଏବଂ ଡିଆର୍‌ଡିଓ ପକ୍ଷରୁ ସୋମବାର ବାଇକ୍‌ ଆମ୍ବୁଲାନ୍ସ୍‌ ସେବା ‘ରକ୍ଷିତା’ର ଆରମ୍ଭ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେବା ପାଇଁ ଏହା...

ସିଇଓ ପଦରୁ ଇସ୍ତଫା ଦେଲେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଉଦୟ କୋଟାକ

ନୂଆଦିଲ୍ଲୀ,୨।୯: କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ତଥା ସିଇଓ ଉଦୟ କୋଟାକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଷ୍ଟକ ଏକ୍ସଚେଞ୍ଜ ଫାଇଲିଂରେ ବ୍ୟାଙ୍କ ଏନେଇ ସୂଚନା...

ଦୋକାନର ନାମ କରୋନା ଟେକ୍ସଟାଇଲ

କୋଚି,୧୮।୩: ଦେଶରେ କରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କେରଳର ଜଣେ କପଡ଼ା ଦୋକାନୀ ତାଙ୍କ ଦୋକାନ ନାମ କରୋନା ଟେକ୍ସଟାଇଲ ରଖିଛନ୍ତି।...

୬୫ ହଜାର ପ୍ରବାସୀ ଶ୍ରମିକ ଦିଲ୍ଲୀରୁ ଟ୍ରେନ୍‌ରେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି: ମନୀଶ ସିସୋଡିଆ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ଜାରି ରହିଛି। ଏଥିରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ଥିବା ୬୫...

ବେକାବୁ କରୋନା: ଦିନକରେ ୭୨ ହଜାରରୁ ଅଧିକ ସଂକ୍ରମିତ,୪୫୯ ମୃତ

ନୂଆଦିଲ୍ଲୀ,୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା...

ଶାହିନବାଗ ପରେ ଆଉ ୨ ସ୍ଥାନରେ ଚାଲିଲା ବୁଲଡୋଜର

ନୂଆଦିଲ୍ଲୀ,୧୦ ।୫: ଏମସିଡିର ବୁଲଡୋଜର ସୋମବାର ଦକ୍ଷିଣ ଦିଲ୍ଲୀର ଶାହିନବାଗ ପହଞ୍ଚିଥିଲା । ହେଲେ ସ୍ଥାନୀୟ ଲୋକ ଓ ବିଧାୟକଙ୍କ କାର୍ଯ୍ୟର ବିରୋଧ କରିବାରୁ ଏହାକୁ...

କରୋନା ବେକାବୁ: ୨୪ ଘଣ୍ଟାରେ ୩୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୮।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪...

୨ ଲକ୍ଷ ଛୁଇଁବାକୁ ଯାଉଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨।୬: ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୧୭୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୨୦୪...

Advertisement
Archives

Model This Week