ଜାତୀୟ

ଚିରାଗଙ୍କ ପ୍ରତିଶ୍ରୁତି: ଶାସନ କ୍ଷମତା ମିଳିଲେ ତିଆରି କରିବେ ରାମ ମନ୍ଦିରଠାରୁ ବଡ଼ ସୀତା ମନ୍ଦିର

ପାଟନା,୨୫ ।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ଅଧ୍ୟକ୍ଷ ଚିରାଗ ପାଶୱାନ ବିହାର ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଅଯୋଧ୍ୟାରେ ନିର୍ବାଣ କରାଯାଉଥିବା ରାମ ମନ୍ଦିରଠାରୁ ବଡ ସୀତାମଢିରେ ସୀତା ମନ୍ଦିର ନିର୍ମାଣ କରାଯିବ...

ଦଶହରା ପରେ ଶୀତଋତୁରେ ରାଜଧାନୀରେ ବଢିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୧୦: ଏବେ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମ୍ ହୋଇଥିବା ବେଳେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଏହି ସମୟରେ ଓ ଶୀତୠତୁରେ ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ...

ଚାଲାଣ କାଟିବାରୁ ଟ୍ରାଫିକ୍‌ ପୋଲିସଙ୍କୁ ନିସ୍ତୁକ ପିଟିଲେ ମହିଳା: ଭିଡ଼ିଓ ଭାଇରାଲ

ମୁମ୍ବାଇ, ୨୫।୧୦: ଟ୍ରାଫିକ୍‌ ନିୟମ ନ ମାନୁଥିବା ଅମାନିଆଙ୍କୁ ସୁଧାରିବା ପାଇଁ ଚାଲାଣ କଟାଯାଇଥାଏ। ତେବେ ମୁମ୍ବାଇର ଏଲ୍‌ଟି ମାର୍ଗରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବା କନଷ୍ଟେବଳ ଏକନାଥ ପୋର୍ଟେଙ୍କୁ ଏଥିପାଇଁ ସଦାବିକା ରମାକାନ୍ତ ତିଓ୍ବାରୀ ନାମ୍ନୀ ଜଣେ ମହିଳା ନିସ୍ତୁକ...

ପିଡ଼ିପି କାର୍ଯ୍ୟାଳୟରେ ତ୍ରିରଙ୍ଗା ଲଗାଇବା ପାଇଁ ପ୍ରବେଶ କଲେ ଯୁବକର୍ମୀ

ଜମ୍ମୁ, ୨୫।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ସଦସ୍ୟା ମେହବୁବା ମୁଫ୍‌ତି ତ୍ରିରଙ୍ଗାକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁ ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଜମ୍ମୁରେ ଯୁବକର୍ମୀମାନେ ରବିବାର ପିଡ଼ିପି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ତ୍ରିରଙ୍ଗା ଲଗାଇବାର...

ମୁମ୍ବାଇ ମଲ୍‌ରେ ଅଗ୍ନିକାଣ୍ଡ: ୫୬ ଘଣ୍ଟା ପରେ ଲିଭିଲା ନିଆଁ

ମୁମ୍ବାଇ,୨୫ ।୧୦: ମୁମ୍ବାଇର ସିଟି ସେଣ୍ଟର ମଲରେ ଲାଗିଥିବା ନିଆକୁ ପାଖାପାଖି ୫୬ ଘଣ୍ଟା ପରେ ଲିଭାଯାଇଛି । କୁହାଯାଉଛି କି ନିକଟରେ ଯେତେ ଅଗ୍ନିକାଣ୍ଡ ହୋଇଛି ଏହା ସବୁଠାରୁ ବଡ ଅଗ୍ନିକାଣ୍ଡ ଯେଉଁଥିପାଇଁ ଦମକଳ ବାହିନୀକୁ କଠିନ ପରିଶ୍ରମ...

ଆଇଏନ୍‌ଏସ୍ ବିରାଟ ହୋଇପାରିବନି ମ୍ୟୁଜିୟମ!

ଅହମଦାବାଦ,୨୫ ।୧୦: ଭାରତୀୟ ନୌସେନାରୁ ସେବା ନିବୃତ୍ତ ହୋଇ ସାରିଥିବା ଆଇଏନ୍‌ଏସ୍ ବିରାଟକୁ ମ୍ୟୁଜିୟମ ବା ସଂଗ୍ରହାଳୟ କରିବାର ଆଶା ବେଳକୁ ବେଳ କ୍ଷୀଣ ହେବାରେ ଲାଗିଛି । କାରଣ ଏହାକୁ ଭାଙ୍ଗିବାକୁ କ୍ରୟ କରିଥିବା କମ୍ପାନୀ ପାଖାପାଖି ୩...

ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ରାହୁଲ

ଭୋପାଳ, ୨୫।୧୦: ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଅସନ୍ତୁଷ୍ଟ ବିଧାୟକ ରାହୁଲ ଲୋଧୀ ରବିବାର କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଛନ୍ତି। ରାହୁଲ ଦମୋହ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶିବରାଜ...

ଦଶହରାରେ କନ୍ୟା ପୂଜନ କଲେ ଯୋଗୀ: ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କଲେ ଫଟୋ

ଗୋରଖପୁର, ୨୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଶହରା ଅବସରରେ ରବିବାର କନ୍ୟା ପୂଜନ କରିଛନ୍ତି। ଗୋରଖପୁରରେ ଯୋଗୀ ନିଜ ହାତରେ କନ୍ୟାଙ୍କ ପାଦ ଧୋଇ ମଥାରେ ତିଳକ ଲଗାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ କନ୍ୟାମାନଙ୍କୁ ନିଜ ହାତରେ ଖୁଆଇଛନ୍ତି।...

୩୫ ଟଙ୍କାରେ ମିଳିବ ପିଆଜ ଦେଖାଇବାକୁ ପଡିବ ଆଇଡି କାର୍ଡ

ହାଇଦ୍ରାବାଦ,୨୫ ।୧୦: ଏବେ ସାରା ଦେଶରେ ପିଆଜ ସମସ୍ତଙ୍କୁ କନ୍ଦାଇବାରେ ଲାଗିଛି । ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋପ୍ରତି ଦାମ୍ ପାଖପାଖି ୧୦୦ଟଙ୍କା ଛୁଇଁଲାଣି । ହେଲେ ତେଲେଙ୍ଗାନା ସରକାର ଏବେ ୨ କିଲୋ ପିଆଜ ମାତ୍ର ୩୫...

ମତେ ମାରିବା ପାଇଁ ଲାଲୁ କରିଥିଲେ ତନ୍ତ୍ର ପୂଜା: ସୁଶିଲ ମୋଦି

ପାଟନା, ୨୫।୧୦: ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମତେ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରିଥିଲେ। ତାନ୍ତ୍ରିକ କହିବାରୁ ଅନ୍ଧବିଶ୍ୱାସୀ ଲାଲୁ ଧଳା ପୋଷାକ ପିନ୍ଧିବା...

ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ: ମୋଦି

ନୂଆଦିଲ୍ଲୀ, ୨୫।୧୦: ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ। ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ଏହା ଶିକ୍ଷା ଦେଇଥାଏ। ପାର୍ବଣରେ ଲୋକେ ସ୍ବଦେଶୀ ସାମଗ୍ରୀ କିଣିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୦ତମ ମନ୍‌...

ଚିରାଗଙ୍କ ବଡ଼ ଘୋଷଣା: ଏଲ୍‌ଜେପି ପ୍ରାର୍ଥୀ ନ ଥିବା ଆସନରେ ଭାଜପାକୁ ଦିଅନ୍ତୁ ଭୋଟ

ବିହାର, ୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ରାଜ୍ୟର ଭୋଟରଙ୍କ ଉଦ୍ଦେଶ୍ୟ କହିଛନ୍ତି ଯେ, ଯେଉଁ ଆସନରେ ଏଲ୍‌ଜେପି ପ୍ରାର୍ଥୀ ନାହାଁନ୍ତି ସେଠାରେ ଭାଜପାକୁ ଭୋଟ ଦିଅନ୍ତୁ। କେନ୍ଦ୍ର ସରକାରରେ ସହଯୋଗୀ ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri