ଜାତୀୟ

ପୀୟୁଷଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୪।୭: ରାଜ୍ୟସଭାରେ ଭାଜପା ସଂସଦୀୟ ଦଳ ନେତା ଭାବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବୁଧବାର ନୂଆ ଦାୟିତ୍ୱ ଦିଆଯାଇଛି। ଥାୱରଚନ୍ଦ ଗେହଲଟଙ୍କ ବଦଳରେ ଭାଜପା ତାଙ୍କୁ ରାଜ୍ୟସଭାରେ ନେତା ଭାବେ ଚୟନ କରିଛି। କିଛି ଦିନ ତଳେ ବିଭିନ୍ନ ରାଜ୍ୟର ରାଜ୍ୟପାଳ…

ଏହି ଟିକାର ଗୋଟିଏ ଡୋଜ୍‌ କରୋନାକୁ ରୋକିବ!

ନୂଆଦିଲ୍ଲୀ,୧୪।୭: ବିଶ୍ୱର ସମସ୍ତ ଦେଶରେ କରୋନା ସଂକ୍ରମଣର ବୃଦ୍ଧି ମାମଲା ସ୍ବାସ୍ଥ୍ୟ ସଂଗଠନ ପାଇଁ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣରୁ ରକ୍ଷା କରିବାରେ ଦୁଇ ମାତ୍ରା ଟିକାକରଣ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଉଛି, କିନ୍ତୁ ପରିସଂଖ୍ୟାନରୁ ଜଣାପଡିଛି ଯେ ଦେଶର ଜନସଂଖ୍ୟାର…

ଦ୍ୱିତୀୟ ବିବାହ କରୁଥିଲେ ସ୍ବାମୀ, ହଙ୍ଗାମା କଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…

ଡେରାଡୁନ,୧୪ା୭: ଉତ୍ତରାଖଣ୍ଡର ଉଦ୍ଦମସିଂହ ନଗରରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାକାର ଜଣେ ଯୁବକ ଦ୍ୱିତୀୟ ବିବାହ କରୁଥିବା ବେଳେ ପ୍ରଥମ ସ୍ତ୍ରୀ ଆସି ହଙ୍ଗାମା କରିବାରୁ ବାହାଘର ଅଧାରୁ ବନ୍ଦ ହୋଇଛି। ବର ଶିଶୁପାଳ…

୨୦୨୪ରେ ମୋଦିଙ୍କୁ ହରାଇବା କଷ୍ଟକର

ମୁମ୍ବାଇ,୧୪।୭: ଆଜିକାଲି ମହାରାଷ୍ଟ୍ରର ରାଜନୀତିର ରଙ୍ଗ ବଦଳୁଥିବା ଜଣାପଡିଛି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀଙ୍କୁ ଏକତ୍ର କରୁଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବୁଧବାର ଶିବସେନା ଏମ୍‌ପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଏବେ ଏହାକୁ…

କୂଅରୁ ବାହାରୁଛି ୨ ହଜାର ଟଙ୍କିଆ ନୋଟ୍‌, ଟଙ୍କା ନେବା ପାଇଁ ଭିଡ଼…

ଘାଟମପୁର,୧୪।୭: ଟଙ୍କା ପୁଣି କୂଅରୁ ବାହାରୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଉତ୍ତରପ୍ରଦେଶର ଘାଟମପୁର ଅନ୍ତର୍ଗତ ଭିତରଗାଓ୍ବଁ ଅଞ୍ଚଳର ପସେମା ଗାଁରେ ଏକ ପରିତ୍ୟକ୍ତ ଶୁଖିଲା କୂଅରୁ ଶହେ, ଦୁଇ ଶହ, ପାଞ୍ଚ ଶହ ଏବଂ…

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦିଙ୍କ ଉପହାର, ମହଙ୍ଗା ଭତ୍ତା ୧୭ରୁ ୨୮ ପ୍ରତିଶତକୁ ବୃଦ୍ଧି…

ନୂଆଦିଲ୍ଲୀ,୧୪।୭: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର ଦେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ଲାଗିଥିବା ରୋକ୍‌କୁ ହଟାଇ ନିଆଯାଇଛି। ଏହା ସହିତ ମହଙ୍ଗା ଭତ୍ତାକୁ ୧୮ ପ୍ରତିଶତରୁ ବୃଦ୍ଧି କରାଯାଇ ୨୮…

ମହିଳା ଡାକ୍ତରଙ୍କ ବେଡ୍‌ରୁମ୍‌ଠାରୁ ଆରମ୍ଭ କରି ବାଥ୍‌ରୁମ ଯାଏ ଅଜାଣତରେ ଲାଗିଥିଲା ସିସି କ୍ୟାମେରା, ଜଣାପଡ଼ିବା ପରେ…

ମୁମ୍ବାଇ,୧୪ା୭: ମହାରାଷ୍ଟ୍ରର ପୁଣେରେ ଜଣେ ମହିଳା ଡାକ୍ତରଙ୍କ ବାଥ୍‌ରୁମ ଠାରୁ ଆରମ୍ଭ କରି ବେଡ୍‌ରୁମ୍‌ ପର୍ଯ୍ୟନ୍ତ ସବୁଠି ଚୋରା କ୍ୟାମେରା ଲାଗିଥିଲା। ଯାହା ଜାଣି ନ ଥିଲେ ମହିଳା ଡାକ୍ତର। ତାଙ୍କ ଘରର ଲାଇଟ୍‌ ଖରାପ ହୋଇଯିବାରୁ ସେ ଇଲେକ୍ଟ୍ରିସିଆନଙ୍କୁ ସଜାଡ଼ିବା…

ମହାମାରୀରେ କାଉଡ଼ି ଯାତ୍ରା, ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୧୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଶ୍ରାବଣ ମାସରେ ପ୍ରଭୁ ଶ୍ରୀମହାଦେବଙ୍କ ଉଦ୍ଦେଶ୍ୟରେ ହେଉଥିବା କାଉଡ଼ି ଯାତ୍ରାକୁ ଅନୁମତି ଦେଇଛନ୍ତି। ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଛି। ଏହି ଆବେଦନର…

ବିଦ୍ୟୁତ୍‌ ଚାଲିଯିବାରୁ ଲଗାଗଲା ଜେନେରେଟର, ନବଦମ୍ପତିଙ୍କ ସହ ପରିବାରର ୬ ଜଣଙ୍କ ଜୀବନ ଗଲା

ମୁମ୍ବାଇ,୧୪ା୭: ମହାରାଷ୍ଟ୍ରର ଚନ୍ଦ୍ରପୁର ନିକଟ ଦୁର୍ଗାପୁରରେ ଏକ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଚାଲିଯିବାରୁ ଜେନେରେଟର ଲଗାଇ ପୂରା ପରିବାର ଶୋଇଥିଲେ। ଏହି ସମୟରେ ଜେନେରେଟର ଧୂଆଁରେ ପୂରା କୋଠରି ଛାଇ ଯାଇଥିଲା। ଫଳରେ ୬ ଜଣଙ୍କ…

ଦ୍ୱାରକାଧୀଶ ମନ୍ଦିର ଧ୍ୱଜା ଉପରେ ବଜ୍ରପାତ…

ଅହମଦାବାଦ,୧୪।୭: ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରକାଧୀଶ ମନ୍ଦିରର ଧ୍ୱଜା ଉପରେ ବଜ୍ରପାତ ହୋଇଛି। ମଙ୍ଗଳବାର ପ୍ରଚଣ୍ଡ ବଜ୍ରପାତ ଯୋଗୁ ଏଭଳି ଘଟିଛି। ଅପରାହ୍ନ ୨ଟା ୩୦ରେ ହୋଇଥିବା ବଜ୍ରପାତରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ମନ୍ଦିରର ୫୨ ଗଜ ଲମ୍ବ ଧ୍ୱଜାକୁ…

ତୃତୀୟ ସନ୍ତାନ ଥିବାରୁ ସରକାରୀ ଅଧିକାରୀଙ୍କୁ ଅଯୋଗ୍ୟ ଘୋଷିିତ କଲେ ହାଇକୋର୍ଟ…

ଭୋପାଳ,୧୪।୭: ଚାକିରି କରିବା ପରେ ଜଣେ ସରକାରୀ ଅଧିକାରୀଙ୍କ ତୃତୀୟ ସନ୍ତାନ ହେବାରୁ ହାଇକୋର୍ଟ ତାଙ୍କ ଅଯୋଗ୍ୟ ଘୋଷିତ କରିଛନ୍ତି। ମଧ୍ୟପ୍ରଦେଶର ଗ୍ବାଲିୟର ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟରେ ପ୍ରଣୟନ ହୋଇଥିବା ସଭିଲ୍‌ ସର୍ଭିସ୍‌ ଅଧିନିୟମ ୧୯୬୧ ଅନ୍ତର୍ଗତ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ…

କୋଭାକ୍ସିନକୁ ଖୁବ୍‌ଶୀଘ୍ର ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଟିକାକରଣ ଜରୁରୀ ହୋଇପଡ଼ିଥିବାବେଳେ କୋଭାକ୍ସିନକୁ ନେଇ ବଡ଼ ଖବର ଆସିଛି। କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି ଯେ, ଏହି ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ଯଥାଶୀଘ୍ର ସମ୍ଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?