ଜାତୀୟ

ସରକାରୀ ସମ୍ପତ୍ତିର ହେବ ଘରୋଇ କରଣ: ୧୦୦ର ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର ୧୦୦ଟି ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲକ୍ଷ୍ୟ ପୂରଣ ସହଜ ହୋଇପାରିବ। ଏସବୁ ସମ୍ପତ୍ତି ବିକ୍ରି…

ମଣିଷ ପରି କଥା କହୁଥିବା ଶୁଆ ଗାଏବ: ଖୋଜି ଆଣିଲେ ମିଳିବ ଏତିକି ଟଙ୍କାର ପୁରସ୍କାର

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଶୁଆକୁ ଖୋଜିବା ପାଇଁ ପୋଲିସ ସହର ସାରା ପୋଷ୍ଟର ଲଗାଇଛି। ମଣିଷ ପରି କଥା କହୁଥିବା ଏହି ଶୁଆ କିଛିଦିନ ହେବ ନିଖୋଜ ହୋଇଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ପ୍ରତ୍ୟେକ ସ୍ଥାନରେ ଏହି…

ଅନନ୍ତନାଗରେ ଏନ୍‌କାଉଣ୍ଟର: ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୧୧।୩: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେମାନେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସେନା, ସିଆର୍‌ପିଏଫ୍‌ ଏବଂ କାମୀର ଜୋନ୍‌ ପୋଲିସ ଦ୍ୱାରା ସ୍ଥାନୀୟ ବିଜ୍‌ବେହାରା ଅଞ୍ଚଳର କାନ୍ଦିପୋରାରେ ହୋଇଥିବା ସର୍ଚ୍ଚ ଅପରେଶନ୍‌ରେ…

ଯୁବବର୍ଗ ପଢ଼ନ୍ତୁ ଗୀତା: ମୋଦି

ନୂଆଦିଲ୍ଲୀ,୧୧।୩: ଗୀତା ମନୁଷ୍ୟଙ୍କୁ ପରୋପକାର କରିବାର ମାର୍ଗ ପ୍ରଦର୍ଶିତ କରାଇଥାଏ। ମାନବତାର କଲ୍ୟାଣ ପାଇଁ କିଛି ନୂଆ କରିବା ଲାଗି ଗୀତା ପ୍ରେରଣା ଦେଇଥାଏ। ଭିଡ଼ିଓ କନଫରେନ୍ସିଂରେ ସ୍ବାମୀ ଚିଦ୍‌ଭାବାନନ୍ଦଙ୍କ ଶ୍ରୀମଦ୍‌ ଭଗବଦ୍‌ ଗୀତାର କିଣ୍ଡଲେ ଭର୍ସନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ…

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ଟପିଲା

ନୂଆଦିଲ୍ଲୀ,୧୧।୩: ଦେଶରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୮୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୨୬ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର, ପଞ୍ଜାବ,…

ଡିଏମ୍‌ଆର୍‌ସିରୁ ଇସ୍ତଫା ଦେଲେ ‘ମେଟ୍ରୋ ମ୍ୟାନ’

ଥିରୁଭାନନ୍ତପୁରମ,୧୧ ।୩: ମେଟ୍ରୋ ମ୍ୟାନ ଇ ଶ୍ରୀଧରନ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେଶନ( ଡିଏମ୍‌ଆର୍‌ସି)ର ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀ ମେଟ୍ରୋ ପକ୍ଷରୁ ବୁଧବାର କୁହାଯାଇଛି କି ଶ୍ରଧରନ ଔପଚାରିକ ଭାବେ ଦିଲ୍ଲୀ ମେଟ୍ରୋରୁ ଅଲଗା ହୋଇଯାଇଛନ୍ତି…

ଜାତୀୟ ରାଜପଥ-୧୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଆଗ୍ରା,୧୧।୩: ଉତ୍ତରପ୍ରଦେଶ ଆଗ୍ରାର ଜାତୀୟ ରାଜପଥ-୧୯ରେ ଗୁରୁବାର ଭୋର୍‌ ୫ଟା ୧୫ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ…

ଦେଶବାସୀଙ୍କୁ ମହାଶିବରାତ୍ରୀର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧।୩: ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମହାଶିବରାତ୍ରୀ ସମଗ୍ର ମାନବ ଜଗତ ପାଇଁ କଲ୍ୟାଣକାରୀ ହେଉ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ମହାଶିବରାତ୍ରୀର ପବିତ୍ର…

କୋକେନ ମାମଲା: ମଡେଲ ଗିରଫ

କୋଲକାତା,୧୧।୩ : ନ୍ୟୁ ଆଲିପୁର କୋକେନ୍‌ ମାମଲାରେ କୋଲକାତା ନ୍ୟୁ ଟାଉନ୍‌ର ଜଣେ ମଡେଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫ ହେବାରେ ମଡେଲ ଅମ୍ରିତା ସିଂ ଓରଫ ସ୍ବିଟି ହେଉଛନ୍ତି ଅଷ୍ଟମ ଅଭିଯୁକ୍ତ। ପୂର୍ବରୁ ଭାଜପା ନେତା ରାକେଶ ସିଂ…

ଆସ୍ଥା ଜିତିଲେ ଖଟ୍ଟାର ସରକାର

ଚଣ୍ଡିଗଡ଼,୧୧।୩ : ହରିୟାଣା ବିଧାନସଭାରେ ମନୋହାର ଲାଲ୍‌ ଖଟ୍ଟାର ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯାଇଛି। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୩୨ ଭୋଟ ପଡ଼ିଥିବାବେଳେ ବିରୋଧରେ ୫୫ ଜଣ ଭୋଟ ଦେଇଥିଲେ। ୯୦ ଆସନ ବିଶିଷ୍ଟ ହରିୟାଣା…

ଅନୁରାଗ ଠାକୁର ଟିଏ କ୍ୟାପ୍‌ଟେନ

ନୂଆଦିଲ୍ଲୀ,୧୧।୩ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଟେରିଟୋରିଆଲ୍‌ ଆର୍ମି (ଟିଏ) କ୍ୟାପ୍‌ଟେନ ନିଯୁକ୍ତ ହୋଇଛନ୍ତି। ଟେରିଟୋରିଆଲ ଆର୍ମିରେ ସ୍ବେଚ୍ଛାସେବୀମାନେ ଭାଗ ନେବା ସହ ବର୍ଷରେ ଗୋଟିଏ ମାସ ସାମରିକ ତାଲିମ ନେଇଥାନ୍ତି। ହିମାଚଳପ୍ରଦେଶର ହମିରପୁରରୁ ୪ ଥର ଭାଜପା ଏମ୍‌ପି…

ଖେଳ ଆରମ୍ଭ

କୋଲକାତା,୧୧ା୩: ନନ୍ଦିଗ୍ରାମ ବିଧାନସଭା ଆସନରୁ ମୋ ବିଜୟ ନେଇ ମୁଁ ଦୃଢ଼ ନିଶ୍ଚିତ। ମୁଁ ଭବାନୀପୁର ନିର୍ବାଚନମଣ୍ଡଳୀରୁ ସହଜରେ ଜିତି ପାରିଥାଆନ୍ତି। କିନ୍ତୁ ଗତ ଜାନୁୟାରୀରେ ନନ୍ଦିଗ୍ରାମ ଆସିଥିବାବେଳେ ସ୍ଥାନୀୟ ବିଧାୟକ ଇସ୍ତଫା ଦେଇଥିବାରୁ ଏହି ଆସନ ବିଧାୟକଶୂନ୍ୟ ହୋଇଯାଇଥିଲା। ସାଧାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri