Posted inଜାତୀୟ

ସାର୍କ ବୈଠକ ବାତିଲ

ନୂଆଦିଲ୍ଲୀ, ୨୨ା୯: ପାକିସ୍ତାନର ତାଲିବାନ୍‌ ପ୍ରେମ ଯୋଗୁ ଆସନ୍ତା ୨୫ରେ ହେବାକୁ ଥିବା ସାଉଥ୍‌ ଏସିଆନ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ସାର୍କ) ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକ ବାତିଲ ହୋଇଛି। ଏହି ବୈଠକରେ ତାଲିବାନ୍‌ ପ୍ରତିନିଧିଙ୍କୁ ସାମିଲ କରିବାକୁ ପାକିସ୍ତାନ ଜିଦ୍‌ ଧରିଥିଲା। ଏହାକୁ ନେଇ ମତଭେଦ ହେବାରୁ ନ୍ୟୁୟର୍କରେ ହେବାକୁ ଥିବା ଏହି ବୈଠକକୁ ରଦ୍ଦ କରାଯାଇଛି। ସଦସ୍ୟ ଦେଶଗୁଡ଼ିକର ସହମତି ଅଭାବରୁ ସାର୍କ ମିଟିଂ ଅନୁଷ୍ଠିତ ହେବ ନାହିଁ ବୋଲି ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁସାରେ ଅଧିକାଂଶ ଦେଶ ତାଲିବାନ୍‌କୁ ସାମିଲ କରାଯିବାକୁ ପାକିସ୍ତାନର ପ୍ରସ୍ତାବ ଉପରେ ଆଲୋଚନା ପାଇଁ ମନା କରିଦେଇଥିଲେ। ଏଥିସହ ଆଫଗାନିସ୍ତାନର କ୍ଷମତାଚ୍ୟୁତ ରାଷ୍ଟ୍ରପତି ଅଶ୍ରଫ ଗନି ସରକାରଙ୍କ କୌଣସି ପ୍ରତିନିଧିଙ୍କୁ କୌଣସି ମୂଲ୍ୟରେ ସାର୍କ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବାକୁ ଅନୁମତି ଦିଆ ନ ଯିବାକୁ ପାକିସ୍ତାନ ଜୋର ଦେଇଥିଲା। ସାର୍କର ଅଧିକାଂଶ ସଦସ୍ୟ ଦେଶ ଏହାର ମଧ୍ୟ ବିରୋଧ କରିଥିଲେ। ଆଫଗାନିସ୍ତାନରେ ପାକିସ୍ତାନ ସମର୍ଥତ୍ତ ହକ୍କାନି ନେଟଓ୍ବର୍କର ଅମିର ଖାନ୍‌ ମୁତ୍ତାକି କାମଚଳା ବହିର୍ବ୍ୟାପାର ମନ୍ତ୍ରୀ ହୋଇଥିବାରୁ ତାଙ୍କୁ ସାର୍କ ବୈଠକରେ ସାମିଲ କରିବାକୁ ପାକିସ୍ତାନ ଚାହୁଁଥିଲା। ଦକ୍ଷିଣ ଏସିଆର ୮ ଦେଶ ଭାରତ, ବାଂଲାଦେଶ, ଭୁଟାନ, ନେପାଳ, ମାଳଦ୍ୱୀପ, ଶ୍ରୀଲଙ୍କା, ପାକିସ୍ତାନ ଏବଂ ଆଫଗାନିସ୍ତାନକୁ ନେଇ ସାର୍କ ଗଠିତ। ଆଫଗାନିସ୍ତାନରେ ଏହାର ସବୁଠୁ ନୂଆ ସଦସ୍ୟ। କରୋନା ସଂକ୍ରମଣ ଯୋଗୁ ଗତ ବର୍ଷ ଭର୍ଚୁଆଲ ମାଧ୍ୟମରେ ସାର୍କ ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?