ସପା କର୍ମୀଙ୍କ ଶାଢ଼ୀ ଟଣା ଭିଡିଓ ଭାଇରାଲ ପରେ ଆକ୍ଶନ ମୋଡ଼ରେ ଯୋଗୀ
ଲକ୍ଷ୍ନୌ,୯।୭: ଲଖିିମପୁର ଖେରି ଜିଲାରେ ସମାଜବାଦୀ ପାର୍ଟି (ସପା)ର ମହିଳା କର୍ମୀଙ୍କ ଶାଢ଼ୀ ଟାଣିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଆକଶନ ମୋଡ଼କୁ ଆସିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜିଲାର ଜଣେ ସର୍କଲ ଅଫିସର, ଦୁଇ ଇନ୍ସପେକ୍ଟର…
ସତର୍କ ନ ରହିଲେ ସ୍ଥିତି ଭୟଙ୍କର
ନୂଆଦିଲ୍ଲୀ,୯।୭: କିଛି ଦିନ ହେଲା ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏନେଇ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କୋହଳ କରାଯାଇଛି। ହେଲେ କୋହଳ କଟକଣା ମଧ୍ୟରେ ସତର୍କତା ଅବଲମ୍ବନ ନ କଲେ ପୁଣି ସଂକ୍ରମଣ ବଢିବ ବୋଲି କେନ୍ଦ୍ର…
ଗର୍ଭବତୀମାନେ ଟିକା ନେବା ଜରୁରୀ
ନୂଆଦିଲ୍ଲୀ,୯ ।୭: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି କି ଦେଶରେ କୋଭିଡ-୧୯ର ୮୦ ପ୍ରତିଶତ ମାମଲା ୧୫ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ୯୦ ଜିଲାରୁ ଆସିଛି । ଯାହା ଏହି ଅଞ୍ଚଳ ଉପରେ ନଜର…
ଡ୍ରୋନ ଉଡାଇବା ଉପରେ କଟକଣା ଲଗାଇଲା ନୌସେନା
ନୂଆଦିଲ୍ଲୀ,୯ ।୭: ନୌସେନା ଏହାର ବେସ୍, ନୌସେନା ୟୁନିଟ ଓ ଏହାର ଆଖପାଖର ୩ କିଲୋମିଟର ମଧ୍ୟରେ ଡ୍ରୋନ୍ ଉଡାଇବା ଉପରେ ପ୍ରତିବନ୍ଧକ ଲଗାଇଛି । ସତର୍କତାମୂଳକ ଭାବେ ଏହି ନିଷ୍ପତ୍ତି ନିଆଯାଇଛି । ଗୁରୁବାର ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି, ନୌସେନା…
ଖୋଲିଲା ସାଓ୍ବଂଲିଆ ସେଠ୍ ମନ୍ଦିରର ଭଣ୍ଡାର: ୧୦ଦିନରେ ଦାନ କରାଯାଇଛି ୩ କୋଟିରୁ ଊର୍ଦ୍ଧ୍ୱ
ଚିତ୍ତରଗଡ଼,୯।୭: ରାଜସ୍ଥାନର ଚିତ୍ତରଗଡ଼ ଜିଲାରେ ଥିବା ମଓ୍ବୋରର ପ୍ରସିଦ୍ଧ କୃଷ୍ଣ ଧାମ ସାଓ୍ବଂଲିଆ ଜି ମନ୍ଦିରର ଭଣ୍ଡାର ଖୋଲାଯାଇଛି। କରୋନା କାଳ ପରେ ଖୋଲାଯାଇଥିବା ଏହି ଭଣ୍ଡାରରୁ ୩କୋଟିରୁ ଅଧିକ ଦାନ ଅର୍ଥ ବାହାରିଛି। ସବୁଠାରୁ ବଡ଼ କଥା ହେଲା ୩ମାସର…
ସରଜୁ ନଦୀରେ ବୁଡିଗଲେ ଗୋଟିଏ ପରିବାରର ୧୨ଜଣ
ଅଯୋଧ୍ୟା,୯ ।୭: ଅଯୋଧ୍ୟାର ଗୁପ୍ତାର ଘାଟରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ନଦୀରେ ବୁଡିଯିବା ଜଣାପଡିଛି । ଏମାନେ ସରଜୁ ନଦୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଓ ଉଦ୍ଧାରକରୀ ଦଳ…
ପଦ ସମ୍ଭାଳିବା ପୂର୍ବରୁ ରବିଶଙ୍କରଙ୍କୁ ଭେଟିଲେ ନୂଆ ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ,୯।୭: ନୂତନ ପଦ ସମ୍ଭାଳିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଶୁକ୍ରବାର ପୂର୍ବତନ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟିଛନ୍ତି। ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ବର୍ତ୍ତମାନ କିରନ ରିଜିଜୁ ନୂଆ ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବେ ନିଯୁକ୍ତ…
ବିନା ମାସ୍କରେ ଧରାପଡ଼ିଲେ ୫ହଜାର ଜରିମାନା ନଚେତ୍ ୮ଦିନ ଜେଲ୍
କୁଲୁ,୯।୭: କରୋନା ଲକ୍ଡାଉନ କଟକଣା କୋହଳ ହେବା ପରେ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଯାହା କରୋନା ସଂକ୍ରମଣ ବ୍ୟାପିବା ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା…
କରୋନାର ‘ତୃତୀୟ ଲହର’କୁ ନେଇ ମନ୍ଥନ: ମୋଦିଙ୍କ ଉଚ୍ଚ ସ୍ତରୀୟ ବୈଠକ
ନୂଆଦିଲ୍ଲୀ,୯ ।୭: ସାରା ଦେଶରେ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଅମ୍ଳଜାନର ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ) ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ…
କୋଭିଡ ପ୍ରୋଟୋକଲ୍ ମଧ୍ୟରେ ଚାଲିବ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୯।୭: କରୋନା କାଳ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନଳ ଜୁଲାଇ ୧୯ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ପ୍ରଥମ ସଂସଦ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ସଂସଦ ଅଧିବେଶନରେ ସରକାରଙ୍କ ପକ୍ଷକୁ ମଜଭୂତ କରିବା…
କେବଳ ଫୁସଫୁସ ନୁହେଁ ଶରୀରର ଅନ୍ୟ କିଛି ମୁଖ୍ୟ ଅଙ୍ଗକୁ ବି ପ୍ରଭାବିତ କରୁଛି କରୋନା!
ଭୋପାଳ,୯ ।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହା ପ୍ରଥମେ ଫୁସଫୁସକୁ ସଂକ୍ରମିତ କରିବା ପରେ ରୋଗୀର ଅବସ୍ଥା ଗୁରୁତର ହୋଇପଡୁଛି । ଏମିତିକି ଫୁସଫୁସ ସଂକ୍ରମଣ ପରେ ଅଧିକାଂଶ ରୋଗୀଙ୍କୁ ବଞ୍ଚାଇବା ସମ୍ଭବ…
ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଅଡୁଆ
କୋଲକତା,୯।୭: ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଭାରତୀୟ ଜନତା ପାର୍ଟିର ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କୋଣ୍ଟାଇ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଛି। ଶୁଭେନ୍ଦୁଙ୍କ ପୂର୍ବତନ ସୁରକ୍ଷା କର୍ମୀଙ୍କ ସ୍ତ୍ରୀ ଏହି ମାମଲା ରୁଜୁ କରିଛନ୍ତି। ଶୁଭେନ୍ଦୁଙ୍କ ନାଁରେ ଅଭିଯୋଗ ରହିଛି…
Archives


