ପର୍ଯ୍ୟଟନ ସ୍ଥଳୀରେ ଗହଳି ଭୂତାଣୁକୁ ଆମନ୍ତ୍ରଣ: କେନ୍ଦ୍ର
ନୂଆଦିଲ୍ଲୀ, ୧୦।୭: ଦେଶରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ପରେ ସରକାର କଟକଣା କୋହଳ କରିଦେବାରୁ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ନୈନିତାଲ, ମସୁରୀ, ମନାଲି ଆଦି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳକୁ…
ଏକକ ଦେଓ୍ବାନୀ ସଂହିତା ସପକ୍ଷରେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ, ୧୦।୭: ୟୁନିଫର୍ମ ସିଭିଲ୍ କୋଡ୍ ବା ଏକକ ଦେଓ୍ବାନୀ ସଂହିତାର ଆବଶ୍ୟକତାକୁ ଦିଲ୍ଲୀ ହାଇକୋର୍ଟ ସମର୍ଥନ ଜଣାଇଛନ୍ତି। ଦେଶରେ ସମସ୍ତଙ୍କ ପାଇଁ ସମାନ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ ହେବା ଆବଶ୍ୟକ ଯେପରି ଆଧୁନିକ ଭାରତର ଯୁବ ସମାଜ, ସେ…
ଜମ୍ମୁରେ ବଢ଼ିବ ୭ ଆସନ
ନୂଆଦିଲ୍ଲୀ/ଶ୍ରୀନଗର,୧୦ା୭: ୨୦୧୧ ଜନଗଣନା ଅନୁସାରେ ଜମ୍ମୁ-କଶ୍ମୀରର ସୀମା ପୁନଃ ନିର୍ଦ୍ଧାରଣ କରାଯିବ। ଏଥିରେ ସମଗ୍ର ଉପତ୍ୟକାର ୭ ବିଧାନସଭା ଆସନ ବୃଦ୍ଧି କରାଯିବ। ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ର ୨୪ ଆସନ ଖାଲି ରହିବ। ଏହି ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାରେ ଏହାକୁ…
ନଦୀକୁ ଖସିଲା ଟ୍ରେନ୍
ଭୋପାଳ,୧୦।୭: ମଧ୍ୟପ୍ରଦେଶର ଅନୁପପୁର ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୩୦ରେ ଏକ ମାଲବାହୀ ଟେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୯ ବଗି ବିଶିଷ୍ଟ କୋଇଲା ବୋଝେଇ ଟ୍ରେନ୍ ବିଳାସପୁରରୁ କଟନି ଅଭିମୁଖେ ଯାଉଥିଲା। ଓଲନ ନଦୀ ଉପରେ ନିର୍ମିତ ବ୍ରିଜ୍ରେ ଫାଟ ଥିବାରୁ…
ସୁପ୍ରିମକୋର୍ଟରେ କେନ୍ଦ୍ରକୁ ଝଟକା
ନୂଆଦିଲ୍ଲୀ, ୧୦।୭: ନୂଆ ଆଇଟି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରି ଦେଶର ବିଭିନ୍ନ ହାଇକୋର୍ଟରେ ଦାଏର ହୋଇଥିବା ସମସ୍ତ ପିଟିଶନର ଶୁଣାଣି ସୁପ୍ରିମକୋର୍ଟରେ ହେଉ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଗୁଡ଼ିକରେ ଏଭଳି ଆବେଦନର ଶୁଣାଣି ଉପରେ…
ପ୍ରିଭେସି ପଲିସି ସ୍ଥଗିତ
ନୂଆଦିଲ୍ଲୀ,୧୦ା୭: କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଡାଟା ସୁରକ୍ଷା ବିଲ୍ ଆଣି ଏହାକୁ କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ହ୍ବାଟ୍ସଆପ୍ ନିଜ ନୂଆ ପ୍ରିଭେସି ପଲିସିକୁ ସ୍ଥଗିତ ରଖିଛି। ୟୁଜର୍ସଙ୍କୁ ନୂଆ ପ୍ରିଭେସି ପଲିସି ଆପଣାଇବା ପାଇଁ ଉକ୍ତ ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍…
ଫାଇଜର ଆଣିବ ବୁଷ୍ଟର
ଓ୍ବାଶିଂଟନ, ୧୦।୭: ଫାଇଜର କମ୍ପାନୀ ଏହାର କୋଭିଡ୍-୧୯ ଟିକାର ତୃତୀୟ ତଥା ବୁଷ୍ଟର ଡୋଜ୍ ଆଣିବା ପାଇଁ ଆମେରିକା କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ଲୋଡ଼ିଛି। ୧୨ ମାସ ମଧ୍ୟରେ ଅନ୍ୟ ଏକ ଡୋଜ୍ ରୋଗ ପ୍ରତିରୋଧ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ…
ମା’ଙ୍କ ଚିତାନିଆଁରେ ଚିକେନ୍ ରୋଷେଇ କଲା ପୁଅ
ମା’ଙ୍କୁ ହତ୍ୟା କରି ଅଗଣାରେ ଜାଳିଦେଲେ ମୃତଦେହ। ଏତିକିରେ ବୁଝିଲା ନାହିଁ ପୁଅର ରାଗ। ମା’ଙ୍କ ଚିତାନିଆଁରେ ଚିକେନ ରୋଷେଇ କରି ଖାଇଲେ। ଏଭଳି ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାର ଜୋଜୋଗୁଟୁ…
ଅସୁସ୍ଥତା ଦର୍ଶାଇ କୋର୍ଟରେ ଅନୁପସ୍ଥିତ ରହୁଥିବା ପ୍ରଜ୍ଞାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ
ଭୋପାଳ,୯।୭: ମାଲେଗାଓଁ ବିସ୍ଫୋରଣ ମାମଲାରେ ଅସୁସ୍ଥତା ଦର୍ଶାଇ କୋର୍ଟରେ ଶୁଣାଣି ବେଳେ ଅନୁପସ୍ଥିତ ରହୁଥିବା ଭାଜପା ଏମ୍ପି ପ୍ରଜ୍ଞା ଠାକୁର ନାଚୁଥିବା ଭିଡିଓ ଭାଇରାଲ ହୋଇଛି। ଅତ୍ୟନ୍ତ ଗରିବ ପରିବାରର ଯୁବତୀ ପାଇଁ ଭୋପାଳ ବାସଭବନରେ ଭାଜପା ଏମ୍ପି ଆୟୋଜନ କରିଥିଲେ…
ଡେଲ୍ଟା ପ୍ଲସ୍ ପରେ କାପ୍ପା ଭାରିଆଣ୍ଟ: ୟୁପିରେ ୨ ସଂକ୍ରମିତ
ନୂଆଦିଲ୍ଲୀ,୯।୭: କରୋନା ଭୂତାଣୁ ଦିନକୁ ଦିନ ରୂପ ବଦଳାଇ ଚାଲିଛି। ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍ ପରେ ଏବେ ଭୂତାଣୁର ଅନ୍ୟ ଏକ ଭାରିଆଣ୍ଟ କାପ୍ପା ଦେଖାଯାଇଛି। ଯାହା ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଲକ୍ଷ୍ନୌର କିଙ୍ଗ୍ ଜର୍ଜ ମେଡିକାଲ କଲେଜରୁ…
ତଥାପି ଯୋଗୀଙ୍କ ସପକ୍ଷରେ ୫୨ ପ୍ରତିଶତ ମତ
ନୂଆଦିଲ୍ଲୀ,୯।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟୀ ହେବେ ବୋଲି ଦର୍ଶାଇଛି ଆଇଏଏନ୍ଏସ-ସିଭୋଟର ସର୍ଭେ। ଏହି ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଉତ୍ତରଦାତାଙ୍କ ଅନୁଯାୟୀ, ଯୋଗୀ ନିର୍ବାଚନରେ ବିଜୟୀ ହେବେ। ଅନ୍ୟପକ୍ଷରେ ୩୭ ପ୍ରତିଶତ…
କେନ୍ଦ୍ର ସରକାରଙ୍କୁ ଝଟ୍କା
କୋଚି,୯।୭: ନୂଆ ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନକୁ କେରଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଖବର ପ୍ରସାରଣକାରୀ ସଂଘ (ଏନ୍ବିଏ)। ଏହି ଆବେଦନର ଶୁଣାଣି କରି ଆଇଟି ଆଇନ କାର୍ଯ୍ୟକାରୀ ନ କଲେ ଏନ୍ବିଏ ଉପରେ ବର୍ତ୍ତମାନ କୌଣସି କାର୍ଯ୍ୟାନୁଷ୍ଠାନ ନ…
Archives


