Posted inଜାତୀୟ

ବିତିଲାଣି ଅଢ଼େଇ ବର୍ଷ, ଲୋକ ସଭାରେ ଏବେ ବି ଖାଲି ଉପବାଚସ୍ପତି ପଦବୀ…

ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌କୁ ଇତିମଧ୍ୟରେ ଅଢ଼େଇ ବର୍ଷ ପୂରଣ ହେଲାଣି। ତେବେ ବର୍ତ୍ତମାନ ସୁଦ୍ଧା ଲୋକ ସଭାର ଉପବାଚସ୍ପତି ପଦବୀ ଖାଲି ପଡ଼ିଛି। ଏହି ସାମ୍ବିଧାନିକ ପଦବୀ ଏତେ ଦିନ ପର୍ଯ୍ୟନ୍ତ ପୂ ପୂର୍ବରୁ କେବେ ଖାଲି ପଡ଼ିନାହିଁ। ବିରୋଧୀ ଦଳମାନେ ଏ ବିଷୟରେ ବହୁ ଥର ସ୍ବର ଉତ୍ତୋଳନ କରିଛନ୍ତି, କିନ୍ତୁ ପରିସ୍ଥିତି ସମାନ ରହିଛି। ଏଭଳି ପରିସ୍ଥିତିରେ ପୱନ ରେଲି ସମ୍ବିଧାନର ଧାରା ୯୩ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି।

କୁହାଯାଉଛି ଯେ ମୋଦି ସରକାର ଏହି ପଦବୀ ପାଇଁ ଓ୍ବାଇଏସ୍‌ଆର୍‌ କଂଗ୍ରେସକୁ ଅଫର୍‌ ଦେଇଥିଲେ, କିନ୍ତୁ ଓ୍ବାଇଏସ୍‌ଆର୍‌ ପକ୍ଷରୁ ମନା କରାଯିବାରୁ ଏହି ପଦବୀ ଖାଲି ଅଛି। ତେବେ ଏହି ପଦବୀରେ ବିରୋଧୀଙ୍କ ଅଧିକାର ଥିବା ସେପରି କୌଣସି ସଂସଦୀୟ ବ୍ୟବସ୍ଥା ନାହିଁ। ଯେହେତୁ ଏହି ପଦବୀ ବର୍ତ୍ତମାନ ପର୍ଯ୍ୟନ୍ତ ବିରୋଧୀଙ୍କ ପାଖରେ ରହିଆସିଛି, ତେଣୁ ମୋଦି ସରକାର ଏଥିରେ ବ୍ୟତିକ୍ରମ କରିବାକୁ ଚାହୁଁନାହାଁନ୍ତି।

ସମ୍ବିଧାନର ଧାରା ୯୩ ଅନୁଯାୟୀ ଲୋକସଭା ଯଥାଶୀଘ୍ର ଗୃହର ଦୁଇଜଣ ସଦସ୍ୟଙ୍କୁ ବାଚସ୍ପତି ଏବଂ ଉପବାଚସ୍ପତି ଭାବରେ ଚୟନ କରିବେ। ଏହି ବ୍ୟବସ୍ଥା ଆଧାରରେ ଆବେଦନକାରୀ ପୱନ ଉପବାଚସ୍ପତି ନିର୍ବାଚନ ବର୍ତ୍ତମାନ ସୁଦ୍ଧା ହୋଇ ନ ଥିବାରୁ ଏହାକୁ ଅଣସାମ୍ବିଧାନିକ ବୋଲି କହିଛନ୍ତି। ଗୃହର ପରିଚାଳନାରେ ଉପବାଚସ୍ପତିଙ୍କର ବହୁ କ୍ଷମତା ରହିଛି। ସେ କିଛି ସଂସଦୀୟ କମିଟିର ପୂର୍ବତନ ଅଫିସିଆଲ ଚେୟାରମ୍ୟାନ ମଧ୍ୟ ରହିଥାନ୍ତି। ଯଦି ବାଚସ୍ପତିଙ୍କ ଅନୁପସ୍ଥିତି କିମ୍ବା ଇସ୍ତଫା ଏବଂ ଅନ୍ୟ କୌଣସି କାରଣରୁ ଏହି ପଦବୀ ଖାଲି ପଡ଼େ, ତା’ହେଲେ ନୂତନ ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ବାଚସ୍ପତିଙ୍କ ସମସ୍ତ କ୍ଷମତା ଉପବାଚସ୍ପତିଙ୍କ ଉପରେ ନ୍ୟସ୍ତ ରହିଥାଏ।

ଅପରପକ୍ଷରେ, ଲୋକସଭାର ନିୟମ ୮ ଅନୁଯାୟୀ, ଉପବାଚସ୍ପତି ଚୟନ କରିବା ବାଚସ୍ପତିଙ୍କ ଦାୟିତ୍ୱ। ଏହି ନିୟମ ଅନୁଯାୟୀ, ବାଚସ୍ପତିଙ୍କୁ ନିର୍ବାଚନ ତାରିଖ ସ୍ଥିର କରିବାକୁ ପଡିବ। ଉପବାଚସ୍ପତି ନିର୍ବାଚନ ପାଇଁ ଲୋକସଭା ବାଚସ୍ପତି ଓମ ବିରଳା ଏପର୍ଯ୍ୟନ୍ତ ତାରିଖ ସ୍ଥିର କରିନାହାଁନ୍ତି।

ସଂସଦର ବ୍ୟବସ୍ଥା ଅନୁଯାୟୀ ଯଦି ଉଭୟ ବାଚସ୍ପତି କିମ୍ବା ଉପବାଚସ୍ପତି ଗୃହରେ ଉପସ୍ଥିତ ନ ଥାନ୍ତି, ତେବେ ଗୃହର ପ୍ରକ୍ରିୟା ‘ଚେୟାରମ୍ୟାନ ପ୍ୟାନେଲ’ର ଜଣେ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପ୍ୟାନେଲର ସଦସ୍ୟମାନଙ୍କୁ ବାଚସ୍ପତି ଚୟନ କରିଛନ୍ତି, ଯେଉଁଥିରେ ଶାସକ ଦଳର ସଦସ୍ୟ ତଥା ବିରୋଧୀ ମଧ୍ୟ ଅଛନ୍ତି।

ବର୍ତ୍ତମାନ ପ୍ୟାନେଲରେ ଲୋକସଭାର ୯ ଜଣ ସଦସ୍ୟ ରହିଛନ୍ତି। ଏଥିମଧ୍ୟରେ ଭାଜପାର ରମା ଦେବୀ, କିରିଟ ପି ସୋଲାଙ୍କି, ରାଜେନ୍ଦ୍ର ଅଗ୍ରୱାଲ, କଂଗ୍ରେସର କେ. ସୁରେଶ, ଡିଏମ୍‌କେର କେ.ଏ ରାଜ, ଓ୍ବାଇଏସ୍‌ଆର୍‌ କଂଗ୍ରେସର ପି.ଭି.ଏମ.ରେଡ୍ଡୀ, ବିଜେଡିର ଭତ୍ତୃହରି ମହତାବ, ରିଭୋଲ୍ୟୁଶନାରୀ ସୋସିଆଲିଷ୍ଟ୍‌ ପାର୍ଟିର ଏନ.କେ ପ୍ରେମଚନ୍ଦ୍ରନ ଏବଂ ଟିଏମସିର କାକୋଲି ଘୋଷ ଦାସ୍ତିଦାର ରହିଛନ୍ତି।

ପ୍ରଥମ ୪ଟି ଲୋକସଭାରେ ବାଚସ୍ପତିଙ୍କ ସହ ଉପ ବାଚସ୍ପତି ମଧ୍ୟ ଶାସକ କଂଗ୍ରେସର ଥିଲେ। କିନ୍ତୁ ୧୯୫୬ରେ କଂଗ୍ରେସ ଶିରୋମଣି ଅକାଳୀ ଦଳର ହୁକୁମ ଦେବଙ୍କୁ ଉପବାଚସ୍ପତି ଭାବରେ ମନୋନୀତ କରିଥିଲା। ଏହା ପୂର୍ବରୁ କୌଣସି ବିରୋଧୀ ଦଳ ଉପବାଚସ୍ପତି ନ ଥିଲେ। ସେବେଠାରୁ ଉପବାଚସ୍ପତି ପଦବୀ ପାରମ୍ପାରିକ ଭାବରେ ବିରୋଧୀ ଦଳଙ୍କ ପାଖରେ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri