Posted inଜାତୀୟ

‘ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସରକାର’

ନୂଆଦିଲ୍ଲୀ,୬।୧୦:ଲଖିମ୍‌ପୁର ଖେରି ଘଟଣାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଏହି ଘଟଣାକୂ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି ଯେ, ଏତେ ଭିଡ଼ ସାମନାରେ କେହି ଏତେ ଲୋକଙ୍କୁ କାର୍‌ ଚଢାଇଦେଇ ଚାଲିଯିବା ଏବଂ ସେହି ହତ୍ୟାକାରୀକୁ ବଞ୍ଚାଇବାରେ ପୁରା ସିଷ୍ଟମ ଜଡିତ ହେବା..ଏପର୍ଯ୍ୟନ୍ତ ଆମେ ଏହାକୁ ଫିଲ୍ମରେ ଦେଖୁଥିଲୁ। କିନ୍ତୁ ଏବେ ଦେଶରେ ଏହାର ବାସ୍ତବତା ଦେଖିବାକୁ ମିଳିଛି।
ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସରକାର। ଏଥିସହିତ କୃଷକମାନେ କ’ଣ ଭୁଲ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କୃଷକମାନଙ୍କୁ କାହିଁକି ହତ୍ୟା କରାଯାଉଛି? ପ୍ରତ୍ୟେକ ଦେଶବାସୀ ନ୍ୟାୟ ଦାବି କରୁଛନ୍ତି। ହତ୍ୟାକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଲଖିମ୍‌ପୁର ଖେରିରେ ରବିବାର ଚାଷୀମାନେ ବିକ୍ଷୋଭ କରୁଥିବାବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ସମେତ ୩ଟି ଏସୟୁଭି ଚାଷୀଙ୍କ ଉପରେ ମାଡିଯିବା ଏବଂ ତତ୍‌ପରବର୍ତ୍ତୀ ହିଂସାକାଣ୍ଡରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଶିଷଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘଟଣାସ୍ଥଳକୁ ଯାଇଥିବାବେଳେ ତାଙ୍କୁ ଅଟକ ରଖାଯାଇଥିଲା। ଅଟକ ରଖାଯିବାର ୩୦ ଘଣ୍ଟା ପରେ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିୟାଙ୍କ ବିରୋଧରେ ଜାରି ହୋଇପାରେ ଲୁକ୍‌ଆଉଟ ନୋଟିସ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ସୂତ୍ର ଅନୁସାରେ ବିହାର...

ସେନାରେ ଆତ୍ମହତ୍ୟା, ୫ ବର୍ଷରେ ୮୧୯ ଘଟଣା…

ନୂଆଦିଲ୍ଲୀ, ୧୯।୭ : ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୮୧୯ ସଶସ୍ତ୍ର ବାହିନୀର କର୍ମଚାରୀ ଆତ୍ମହତ୍ୟା କରିଛନ୍ତି ଯେଉଁଥିରେ ସର୍ବାଧିକ ୬୪୨ ଟି ମାମଲା...

୨୫ ବର୍ଷ ପରେ ଜମି କ୍ଷତିପୂରଣ ମିଳିଲା ୧୦୦ କୋଟି

ନୋଏଡା,୮।୫: ଛଅ ସପ୍ତାହ ମଧ୍ୟରେ ଜଣେ ଜମି ମାଲିକଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନୋଏଡା ପ୍ରାଧିକରଣକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ...

ମନ୍ତ୍ରୀଙ୍କ ଘରେ ପଶିଲା ଇଡି: କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

ମୁମ୍ବାଇ,୨୬।୫: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଶିବସେନା ନେତା ଅନିଲ ପାରବଙ୍କ ପୁଣେ ଏବଂ ମୁମ୍ବାଇରେ ଥିବା ସାତୋଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର...

ଟିକା ପ୍ରମାଣପତ୍ରରୁ ହଟିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଥିରୁଭାନନ୍ତପୁରମ୍‌,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। କରୋନା ବିରୋଧୀ ଲଢ଼େଇରେ ଟିକାକରଣ ଅଭିଯାନରେ ନାଗରିକମାନଙ୍କୁ ଦିଆଯାଇଥିବା ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ବାନ୍ଦିପୋରାର ୬ଟି ଗାଁ ‘ରେଡ୍‌ ଜୋନ’ ଘୋଷିତ

ଶ୍ରୀନଗର,୫।୪: ସାରା ଦେଶରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌କୁ କଡ଼ାକଡି କରାଯିିବା ସହ କେତେକ କଟକଣା...

ଅକ୍ଷୟ ତୃତୀୟାରେ ଆରତୀ କରିବେନି ରାଜ୍‌ ଠାକ୍‌ରେ

ମୁମ୍ବାଇ,୨।୫: ଅକ୍ଷୟ ତୃତୀୟା ଅବସରରେ ମହାଆରତୀ କରିବେନି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ। ମୁସଲମାନମାନେ ମଙ୍ଗଳବାର ନିର୍ବିଘ୍ନରେ ରମଜାନ ଇଦ୍‌ ପାଳନ...

‘ଯଦି ମୁଁ ଦାୟୀ ତେବେ ମୋତେ ଫାସୀ ଦିଆଯାଉ’

ଶ୍ରୀନଗର,୨୨।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି। ଫିଲ୍ମଟି ରିଲିଜ ପରେ ଏବେ ୧୯୯୦ ମସିହାରେ ପ୍ରକୃତରେ କ’ଣ...

Advertisement
Archives

Model This Week