ଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କରିବା ପାଇଁ ଆମ ପାଖରେ ସମୟ ନାହିଁ: ପୋଲିସ

ଲଖିମପୁର ଖେରି (ୟୁପି),୫।୧୦: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ବିରୋଧରେ ଲଖିମପୁର ଖେରି ଜିଲାରେ ହତ୍ୟା ମାମଲା ରୁଜୁ ହୋଇଛି। ଏଫ୍‌ଆଇଆରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ନାମ ଉଲ୍ଲେଖ କରାଯିବାର ୨୪ ଘଣ୍ଟା ପରେ ମଧ୍ୟ ତାଙ୍କୁ ଗିରଫ କରାଯାଇନାହିଁ। କାର୍ଯ୍ୟବ୍ୟସ୍ତତା କାରଣରୁ…

ଚାଷୀଙ୍କୁ ପଛପଟୁ ଦଳି ଦେଇଥିଲା ଏସ୍‌ୟୁଭି; ସାମ୍ନାକୁ ଆସିଲା ଭିଡିଓ

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର କାର ମାଡ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ପୂରା ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଭାଜପା ଏମ୍‌ପି ବରୁଣ ଗାନ୍ଧୀ। ଭିଡିଓରେ ସ୍ଲୋଗାନ…

‘ବିରୋଧୀ ଏକଜୁଟ ହେବା ଆବଶ୍ୟକ’

ମୁମ୍ବାଇ,୫।୧୦: ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ମଙ୍ଗଳବାର ବିରୋଧୀଙ୍କୁ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଛନ୍ତି। ଲଖିମ୍‌ପୁର ଖେରି ଘଟଣା ପରେ ବିରୋଧୀ ଦଳ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଆଜି ସାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ…

ଲଖିମ୍‌ପୁର ଘଟଣାକୁ ‘ଜାଲିଓ୍ବାନାଓ୍ବାଲାବାଗ୍‌ ହତ୍ୟାକାଣ୍ଡ’ ସହ ତୁଳନା କଲେ ପାଓ୍ବାର

ନୂଆଦିଲ୍ଲୀ,୫।୧୦:ଉତ୍ତର ପ୍ରଦେଶର ଲଖିମ୍‌ପୁର ର ଖେରୀରେ ହୋଇଥିବା ହିଂସାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏକ ଗାଡି ଜାଣିଶୁଣି ଆନ୍ଦୋଳନରତ କୃଷକଙ୍କ ଉପରେ ଚଢିଯାଉଥିବାର ଭିଡିଓରେ ଦେଖାଯାଇଛି। ଭିଡିଓ ଆସିବା ପରେ ୟୁପି ସରକାର ଘେରିଛନ୍ତି ବିରୋଧୀ। ଏନ୍‌ସିପି ନେତା…

ରେଷ୍ଟୁରାଣ୍ଟରେ ଖାଉଥିଲେ ଏମ୍‌ପି, କାର୍‌ ଲକ୍‌ କରିଦେଲା ପୋଲିସ: ଆଉ ତା’ପରେ

ଇନ୍ଦୋର,୫।୧୦: ମଧ୍ୟପ୍ରଦେଶର ଇନ୍ଦୋର ପୋଲିସ ଏକ କଡ଼ା ପଦକ୍ଷେପ ନେଇଛି। ନିୟମ ଭାଙ୍ଗିବାରୁ ଇନ୍ଦୋର ଏମ୍‌ପି ଶଙ୍କର ଲାଲଓ୍ବାନୀ ଚାଲାଣ କାଟିଦେଇଛି ପୋଲିସ। ସୋମବାର ଶଙ୍କର ଖଣ୍ଡଓ୍ବା ଆସିଥିଲେ। ସେ ମୁମ୍ବାଇ ବଜାରସ୍ଥିତ ଏକ ରେଷ୍ଟୁରାଣ୍ଟରେ ସେ ଖାଇବାକୁ ଅଟକି ଥିଲେ।…

ଜାମିନ ଖାରଜ ସମୟରେ ଅପରାଧର ଗମ୍ଭୀରତା ଉପରେ ବିଚାର କରିବା ଜରୁରୀ…

ନୂଆଦିଲ୍ଲୀ,୫।୧୦: ଜାମିନ ଆବେଦନ ଖାରଜ ସମୟରେ ଅପରାଧୀଙ୍କ ଅପରାଧର ଗମ୍ଭୀରତା ଉପରେ ବିଚାର କରିବା ଜରୁରୀ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏହା ଅପରାଧୀଙ୍କ ଆଚରଣ ଏବଂ ଏହା ଦ୍ୱାରା ସମାଜ ଉପରେ ପଡୁଥିବା ପ୍ରଭାବକୁ ମଧ୍ୟ…

ଭାଜପାକୁ ମିଳିଲା ବଡ଼ ବିଜୟ

ଗାନ୍ଧୀନଗର,୫।୧୦: ଗୁଜରାଟର ଗାନ୍ଧିନଗର ନଗର ନିଗମ ନିର୍ବାଚନରେ ସମସ୍ତ ୪୪ ଟି ଆସନ ପାଇଁ ଗଣନା ଶେଷ ହୋଇଛି। ଭାଜପା ୪୪ଟି ଆସନ ମଧ୍ୟରୁ ୪୦ଟି ଜିତିଛି। ଅନ୍ୟପକ୍ଷରେ କଂଗ୍ରେସ ମୋଟ ୩ଟି ଆସନ ଜିତିଛି। ଆମ ଆଦମୀ ପାର୍ଟିକୁ କେବଳ…

ପ୍ରିୟଙ୍କା ଗିରଫ, ଗେଷ୍ଟ ହାଉସ୍‌ ପାଲିଟିଛି ଅସ୍ଥାୟୀ ଜେଲ୍‌…

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସା ଘଟଣାରେ କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୋମବାର ଭୋର୍‌ ୫ଟାରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା। ତେବେ ତାଙ୍କୁ ଗିରଫ କରି ଲକ୍ଷ୍ମୀପୁର ନିକଟବର୍ତ୍ତୀ ହରଗାଓ୍ବଁଠାରେ ସୀତାପୁର ପିଏସ୍‌ର…

ଚିରାଗଙ୍କୁ ହେଲିକପ୍ଟର-ପଶୁପତିଙ୍କୁ ସିଲାଇ ମେସିନ…

ନୂଆଦିଲ୍ଲୀ,୫।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପରେ ପୁରୁଣା ନିର୍ବାଚନୀ ଚିହ୍ନ ଫ୍ରିଜ୍‌ କରାଯାଇ ନିର୍ବାଚନ ମିଶନଙ୍କ ପକ୍ଷରୁ ଚିରାଗ ପାସଓ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)କୁ ହେଲିକପ୍ଟର ଚିହ୍ନ ପ୍ରଦାନ କରାଯାଇଛି। ଫଳରେ ଏଲ୍‌ଜେପି ଦୁଇଭାଗ ହୋଇ…

୭୫,୦୦୦ ହିତାଧିକାରୀଙ୍କୁ ଘର ଚାବି ଦେଲେ ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରି ସ୍ଥଳେ ମିଶନ-୨୦୨୨ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ୭୫ ଜିଲାର ୭୫,୦୦୦ହିତାଧିକାରୀଙ୍କୁ ସେମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ଘର ଚାବି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ…

ପାର୍ବଣ ଫିକା, ୬୧ ଗାଁରେ ଲକଡାଉନ୍‌…

ଅହମଦନଗର,୫।୧୦: ଆଗକୁ ପାର୍ବଣ। ଏହି ସମୟରେ ଭିଡ଼ର ଆଶଙ୍କା ରହିଛି। ଏପରିସ୍ଥଳେ ମହାରାଷ୍ଟ୍ରରେ ପୁଣେଠାରୁ ପ୍ରାୟ ୧୨୨ କିଲୋମିଟର ଦୂରରେ ଥିବା ଅହମଦନଗର ଜିଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜିଲାର ୧୧ଟି…

ଡ୍ରଗ୍ସ୍‌ କାରବାର ୩ ବର୍ଷରେ ୪୫୫ ପ୍ରତିଶତ ବୃଦ୍ଧି, ବର୍ଷକୁ ୨ ଲକ୍ଷରୁ ଅଧିକ ମୃତ୍ୟୁ…

ନୂଆଦିଲ୍ଲୀ,୫।୧୦: ଡ୍ରଗ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନ୍‌ସିବି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତ ବର୍ଷ ବଲିଉଡରେ ଡ୍ରଗ୍ସ୍‌ ମାମଲା ଆସିବା ପରେ ଏନ୍‌ସିବି ଅନେକ ପ୍ୟାଡଲରଙ୍କୁ ଗିରଫ କରି କଡା ତଦନ୍ତ କରିଥିଲା। ଏଥି ସହିତ, ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri