ଜାତୀୟ

ଯମୁନେତ୍ରୀ ଧାମରୁ ଫେରିବା ବେଳେ ୨ଯାତ୍ରୀଙ୍କ ମୃତ୍ୟୁ

ଡେରାଡୁନ,୧୩।୫: ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ଯାତ୍ରା ଗତ କିଛି ଦିନରୁ ଆରମ୍ଭ ହୋଇଛି। ଯାତ୍ରା ଆରମ୍ଭରୁ କେତେକ ଯାତ୍ରୀଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି। ଇତିଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଯମୁନେତ୍ରୀ ଧାମରୁ ଫେରୁଥିବା ଜଣେ ତୀର୍ଥଯାତ୍ରୀଙ୍କ ହୃଦ୍‌ଘାତରେ ପରଲୋକ…

ଆକ୍ସନ ମୁଡରେ ସ୍ବରାଷ୍ଟ ମନ୍ତ୍ରଣାଳୟ: ରାହୁଲ ଭଟ୍ଟ ହତ୍ୟାକାଣ୍ଡର ଯାଞ୍ଚ କରିପାରେ ଏନ୍‌ଆଇଏ

ନୂଆଦିଲ୍ଲୀ,୧୩।୫: ଜମ୍ମୁ-କଶ୍ମୀରରେ କଶ୍ମୀର ପଣ୍ଡିତ ତଥା ତହସିଲ କାର୍ଯ୍ୟାଳୟରେ ରାଜସ୍ବ ବିଭାଗରେ କାର୍ଯ୍ୟକରୁଥିବା ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସ୍ବରାଷ୍ଟ ମନ୍ତ୍ରଣାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ଯାଞ୍ଚ ଏନ୍‌ଆଇଏକୁ ହସ୍ତାନ୍ତର କରାଯିବ ବୋଲି ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

କଂଗ୍ରେସ ଚିନ୍ତନ ଶିବିରରେ ଗୋଟିଏ ପରିବାର ଗୋଟିଏ ଟିକେଟକୁ ମିଳିଲା ସହମତି, ଦଳରେ ୫୦ ପ୍ରତିଶତ ଯୁବକ ହେବେ ସାମିଲ

ଉଦୟପୁର,୧୩ ।୫: ରାଜସ୍ଥାନ ଉଦୟପୁରରେ ଶୁକ୍ରବାର କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି । ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହି ଚିନ୍ତନ ଶିବିରରେ ସଙ୍ଗଠନରେ କିଛି…

ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ନିଟ୍‌ ପିଜି ପରୀକ୍ଷା

ନୂଆଦିଲ୍ଲୀ,୧୩।୫: ନିଟ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏବେ ପୂର୍ବ ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ମେ’୨୧ରେ ନିଟ ପିଜି ପରୀକ୍ଷା ହେବ। ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ, ପରୀକ୍ଷା ଘୁଞ୍ଚାଇବା ଦ୍ୱାରା ୨ ଲକ୍ଷ ୬ ହଜାର…

ସ୍ବାସ୍ଥ୍ୟସେବାକୁ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ, ପ୍ରତି ଜିଲାରେ ଖୋଲିବ ମେଡିକାଲ କଲେଜ

ଚଣ୍ଡିଗଡ଼, ୧୩।୫: ରାଜ୍ୟର ବିଶୃଙ୍ଖଳିତ ସ୍ବାସ୍ଥ୍ୟସେବାକୁ ସଜାଡିବାକୁ ଶୁକ୍ରବାର ବଡ଼ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ। ଏହା ଅଧୀନରେ ଗୁଣାତ୍ମକ ଡାକ୍ତରୀ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବାରେ ସୁବିଧା ବୃଦ୍ଧି ଲକ୍ଷ୍ୟରେ ପଞ୍ଜାବର ପ୍ରତ୍ୟେକ ଜିଲାରେ ସରକାର ଏକ ମେଡିକାଲ…

ବିବାହର ୬ ବର୍ଷ ପରେ ସନ୍ତାନ ଜନ୍ମ ନ ଦେବାରୁ କୋର୍ଟ ଗଲେ ଶାଶୁ-ଶ୍ୱଶୁର

ହରିଦ୍ୱାର,୧୩ା୫: ବିବାହର ୬ ବର୍ଷ ପରେ ବୋହୂ-ପୁଅ ସନ୍ତାନ ଜନ୍ମ ନ ଦେବାରୁ ଶାଶୁ-ଶ୍ୱଶୁର କୋର୍ଟରେ ମାମଲା ରୁଜୁ କରିଛନ୍ତି। ବୋହୂ-ପୁଅଙ୍କର ସନ୍ତାନ ଜନ୍ମ ନ ହେବାରୁ ସେମାନେ ମାନସିକ ନିର୍ଯାତନା ପାଉଥିବା କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିପାଇଁ ବୃଦ୍ଧ ଦମ୍ପତି…

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିମଲା,୧୩।୫: ହିମାଚଳ ପ୍ରଦେଶର ଧର୍ମଶାଳାରେ ଶୁକ୍ରବାର ୭ଟା ୪୬ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତ୍ରୀବତା ୩.୫ ରେକର୍ଡ କରାଯାଇଛି । ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ଆଜି ଦେଶରେ ୨,୮୪୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ଶୁକ୍ରବାର ତାହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଏସ୍‌ପିଓଙ୍କୁ ଗୁଳି ମାରିଲେ ଆତଙ୍କବାଦୀ

ଶ୍ରୀନଗର,୧୩।୫:ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଘଟଣା ବଢିବାରେ ଲାଗିଛି। ଗତକାଲି କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ଆତଙ୍କବାଦୀମାନେ ଶୁକ୍ରବାର ପୋଲିସ କନଷ୍ଟେବଳ ରିୟାଜ ଅହମ୍ମଦ ଠୋକରଙ୍କୁ ଗୁଳି ଚଳାଇ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି।…

‘ଏଏପି’ରେ ଯୋଗ ଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୧୩।୫: ଅଭିନେତ୍ରୀ କଙ୍ଗନା ଶର୍ମା ଗୁରୁବାର ‘ଏଏପି’ରେ ଯୋଗ ଦେଇଛନ୍ତି। ଏ ନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଅରବିନ୍ଦ କେଜ୍‌ରିୱାଲଙ୍କ ନୀତି ଦ୍ୱାରା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ,ଗାୟକ କଙ୍ଗନା ଶର୍ମା ଆମ ଆଦମୀ ପାର୍ଟିରେ ଯୋଗ…

ରାହୁଲ ଗାନ୍ଧୀଙ୍କ ଟ୍ରେନ୍‌ ଯାତ୍ରା

ଉଦୟପୁର,୧୩।୫: କଂଗ୍ରେସର ତିନି ଦିନିଆ ନବ ସଙ୍କଳ୍ପ ଚିନ୍ତନ ଶିବିର ଶୁକ୍ରବାରଠାରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେଉଛି। କଂଗ୍ରେସର ଚିନ୍ତିନ ଶିବିର ମେ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନରେ କ୍ରମାଗତ ପରାଜୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଦଳକୁ ଦୃଢ କରିବା…

ଆଜି ମଧ୍ୟପ୍ରଦେଶ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ କରିବେ ମୋଦି

ଭୋପାଲ,୧୩।୫: ମଧ୍ୟପ୍ରଦେଶ ଷ୍ଟାର୍ଟଅପ ସମ୍ମିଳନୀ ଶୁକ୍ରବାର ସଂଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ କରିବେ। ଏଥିସହ ସେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ। ଏହି ପୋର୍ଟାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?