Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ଟ୍ରେନ୍‌ ଯାତ୍ରା

ଉଦୟପୁର,୧୩।୫: କଂଗ୍ରେସର ତିନି ଦିନିଆ ନବ ସଙ୍କଳ୍ପ ଚିନ୍ତନ ଶିବିର ଶୁକ୍ରବାରଠାରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେଉଛି। କଂଗ୍ରେସର ଚିନ୍ତିନ ଶିବିର ମେ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନରେ କ୍ରମାଗତ ପରାଜୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଦଳକୁ ଦୃଢ କରିବା ପାଇଁ ଏଠାରେ ରଣନୀତି ପ୍ରସ୍ତୁତ କରାଯିବ। ଏହି ଶିବିରରେ କଂଗ୍ରେସର ୪୦୦ରୁ ଅଧିକ କଂଗ୍ରେସ ନେତା ଅଂଶଗ୍ରହଣ କରିବେ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଟ୍ରେନ୍‌ ଯୋଗେ ଉଦୟପୁରରେ ପହଞ୍ଚିଛନ୍ତି।
ରାହୁଲ ଗୁରୁବାର ରାତି ୮ଟାରେ ଦିଲ୍ଲୀର ସାରାଇ ରୋହିଲା ରେଳ ଷ୍ଟେଶନରେ ମେୱାର ଏକ୍ସପ୍ରେସରେ ବସିଥିଲେ। ସେ ଶୁକ୍ରବାର ସକାଳୁ ଉଦୟପୁରରେ ପହଞ୍ଚିଛନ୍ତି। ମେୱାର ଏକ୍ସପ୍ରେସରେ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ନେତାଙ୍କ ପାଇଁ ଦୁଇଟି କୋଚ ଆଗୁଆ ପ୍ରସ୍ତୁତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ଲୋକଙ୍କୁ ହତ୍ୟା ପରେ ଅଶାନ୍ତ ମଣିପୁର: ଡ୍ରୋନ, ବୋମା ଏବଂ ଗୁଳିରେ ଆକ୍ରମଣ କରୁଛନ୍ତି ଉପଦ୍ରବକାରୀ, ଜବାବ ଦେଉଛି ପୋଲିସ

ଇମ୍ଫାଲ,୫।୮: ମଣିପୁରରେ ଜାତିଆଣ ବିବାଦର ନିଆଁ ଲିଭିବାର ନାଁ ନେଉନାହିଁ। ଉପଦ୍ରବକାରୀମାନେ ବିଷ୍ଣୁପୁର ଜିଲାରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରିବା ସହ ଅନେକ...

ଭାଜପା ପାଇଁ ଭୋଟ ମାଗିଲେ କଙ୍ଗନା!

ଲକ୍ଷ୍ନୌ,୧୯ ।୨: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ବେକାବୁ ବୟାନକୁ ନେଇ । ଅନେକ...

ଧୂମଧାମରେ ହୋଇଥିଲା ବିବାହ; ପରଦିନ କରୋନା ସଂକ୍ରମିତ ହେଲେ ବର: ୯ମ ଦିନରେ…

ନୂଆଦିଲ୍ଲୀ,୧୧।୫: ସହର ପରେ ଏବେ ଗାଁ ମୁହାଁ କରୋନା। ଫଳରେ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏହାସତ୍ତ୍ୱେ ଗାଁମାନଙ୍କରେ ଠିକ୍‌ ଭାବେ କରୋନା ଗାଇଡ୍‌ଲାଇନ୍‌...

ମେହେବୁବା ମୁଫତିଙ୍କୁ ସାକ୍ଷାତ୍‌ କରିପାରିବେ ତାଙ୍କ ଝିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୯: ସୁପ୍ରିମକୋର୍ଟ ଗୁରୁବାର ମେହେବୁବା ମୁଫତିଙ୍କ ଝିଅଙ୍କୁ ଶ୍ରୀନଗର ଯାଇ ନିଜ ମାଆଙ୍କ ସହ ସାକ୍ଷାତ୍‌ କରିବାକୁ ଅନୁମତି ଦେଇଛନ୍ତି। ପ୍ରାୟ ଏକ ମାସ ହେବ...

କଳାବଜାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ,୮।୪: ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବାରେ ଲାଗିଛି। କେତେକ ସ୍ଥାନରେ ଜିନିଷ ମିଳୁ ନ ଥିବା...

ପରୀକ୍ଷାରେ ‘ଖେଲ ହବେ’ ଲେଖିଲେ କାର୍ଯ୍ୟାନୁଷ୍ଠାନ

କୋଲକାତା,୭।୪: ପଶ୍ଚିମବଙ୍ଗ ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷାରେ କିଛି ଛାତ୍ରୀଛାତ୍ର ତାଙ୍କ ଉତ୍ତର ଖାତାରେ ଲୋକପ୍ରିୟ ରାଜନୈତିକ ସ୍ଲୋଗାନ ‘ଖେଲ ହବେ’ ଲେଖିଥିବା ଘଟଣା ସାମ୍ନାକୁ...

କଳ୍ପନା ଜଳ୍ପନା ଶେଷ: ତିରଥ ସିଂ ରାଓ୍ବତଙ୍କ ମୁଣ୍ଡରେ ସୁନାକଳସ

ଡେରାଡୁନ୍‌,୧୦।୩: ଉତ୍ତରାଖଣ୍ଡରେ ଜାରିରହିଥିବା ରାଜନୈତିକ ସଙ୍କଟର ଅନ୍ତଘଟିଛି। ତିରଥ ସିଂ ରାଓ୍ବତଙ୍କ ମୁଣ୍ଡରେ ସୁନା କଳସ ଢ଼ଳାଯାଇଛି। ବିଧାୟକ ଦଳର ବୈଠକରେ ତିରଥଙ୍କୁ ନୂଆ ମୁଖ୍ୟମନ୍ତ୍ରୀ...

ୟୁନିଟେକ୍‌ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ୩୯୫ କୋଟି ଟଙ୍କା ଆଇଡିବିଆଇ ବ୍ୟାଙ୍କ ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ୟୁନିଟେକ୍‌ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକମାନଙ୍କ ନାଁରେ ସିବିଆଇ ଶୁକ୍ରବାର...

Advertisement
Archives

Model This Week