Posted inଜାତୀୟ

କଂଗ୍ରେସ ଚିନ୍ତନ ଶିବିରରେ ଗୋଟିଏ ପରିବାର ଗୋଟିଏ ଟିକେଟକୁ ମିଳିଲା ସହମତି, ଦଳରେ ୫୦ ପ୍ରତିଶତ ଯୁବକ ହେବେ ସାମିଲ

ଉଦୟପୁର,୧୩ ।୫: ରାଜସ୍ଥାନ ଉଦୟପୁରରେ ଶୁକ୍ରବାର କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି । ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହି ଚିନ୍ତନ ଶିବିରରେ ସଙ୍ଗଠନରେ କିଛି ପରିବର୍ତ୍ତନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ମହାସଚିବ ଅଜୟ ମାକେନ କହିଛନ୍ତି ଦଳ ଏକ ପରିବାର, ଏକ ଟିକେଟ ନିୟମରେ ସମ୍ପୂର୍ଣ୍ଣ ଭାବେ ସହମତ ପ୍ରକାଶ କରିଛି । ସମ୍ମିଳନୀ ପରେ ସେ ଦଳରେ ବଡ ସଙ୍ଗଠନାତ୍ମକ ପରିବର୍ତ୍ତନ କଥା କହିଛନ୍ତି ।
ଅଜୟ ମାକେନ କହିଛନ୍ତି ସଙ୍ଗଠନର ପ୍ରାୟ ସମସ୍ତ ସଦସ୍ୟ ଗୋଟିଏ ପରିବାର ଗୋଟିଏ ଟିକେଟରେ ସହମତି ପ୍ରକାଶ କରିଛନ୍ତି । ତେବେ ପରିବାରର ଦ୍ୱିତୀୟ ସଦସ୍ୟଙ୍କୁ ସେତେବେଳେ ଟିକେଟ ଦିଆଯିବ ଯେତେବେଳେ ଜଣେ ସଦସ୍ୟ ଦଳରେ ଅତିକମରେ ୫ ବର୍ଷ କାମ କରିଥିବେ । ଏହାସହ ଦଳର କୌଣସି ନେତା କୌଣସି ପଦରେ ୫ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତିଙ୍କୁ ସେହି ପଦକୁ ଆଣିବାକୁ ଇଚ୍ଛା ପ୍ରକାଶ କରାଯାଏ ତେବେ ତାଙ୍କ ପାଇଁ ୩ ବର୍ଷ କୁଲିଂ ପରିୟଡ ଅନିର୍ବାର୍ଯ୍ୟ କରାଯାଇଛି ।
ଦଳ ପକ୍ଷରୁ ସ୍ଥିର କରାଯାଇଛି କି ଏବେ ସବୁ ସ୍ତରରେ ସଙ୍ଗଠନରେ ଅତିକମରେ ୫୦ ପ୍ରତିଶତ ଯୁବକଙ୍କୁ ସାମିଲ କରାଯିବ । ବ୍ଲକ ଓ ବୁଥ ମଧ୍ୟରେ ମଣ୍ଡଳ ସମିତି ପାଇଁ ସହମତି ପ୍ରକାଶ ପାଇଛି । ଗୋଟିଏ ମଣ୍ଡଳ ସମିତିରେ ୧୫-୨୦ ବୁଥ ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

୫ ମାସରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଏହି ମହିଳା

ଜୟପୁର,୨୩।୧: ରାଜସ୍ଥାନର ଭରତପୁରର ଜଣେ ୩୫ ବର୍ଷୀୟା ମହିଳା ୫ ମାସ ଭିତରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ଡାକ୍ତରଙ୍କ...

ରାଜ୍ୟ ସଭା ସଦସ୍ୟଙ୍କ ଆୟକୁ ନେଇ ଏଡିଆର୍‌ ରିପୋର୍ଟ: ଶେୟାରରୁ ମିଳୁଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ, ୧୨ା୯ (ପି.ଟି.): ରାଜ୍ୟ ସଭା ସଦସ୍ୟମାନେ ବେଳେବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରି ସିଧା ପାର୍ଲାମେଣ୍ଟକୁ ଯାଇଥାନ୍ତି। ଏମିତିକି ରାଜନୈତିକ ସ୍ବାର୍ଥସାଧନ ଲାଗି ଏହି...

ଏଲପିଜି ଦାମରେ ୧୫୭ ପ୍ରତିଶତ ବୃଦ୍ଧି, ଏବେ ଆଉ ଆଗକୁ ଯାଅ ନାହିଁ, କହିଲେ ରାହୁଲ…

ନୂଆଦିଲ୍ଲୀ, ୯।୭ : ଦେଶର ଦରଦାମ୍‌ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି...

ମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇ ଚିରି ଦେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଉଭୟ ଗୃହ ଅଚଳ ହୋଇପଡିଛି। ଇସ୍ରାଏଲ ସଫ୍ଟୱେୟାର ପେଗାସସରେ ୩୦୦ ଜଣ ଭାରତୀୟଙ୍କ ଗୁପ୍ତଚର...

ବିବିସି ବିବାଦୀୟ ଡକ୍ୟୁମେଣ୍ଟାରୀ ବେଳାଭୂମିରେ ପ୍ରଦର୍ଶିତ କଲା କଂଗ୍ରେସ

ଥିରୁଭାନନନ୍ତପୁରମ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି କ୍ୱେଶ୍ଚିନ’ ଉପରେ ବିବାଦ ବଢିବାରେ ଲାଗିଛି। ଏହି ଡକ୍ୟୁମେଣ୍ଟାରୀକୁ...

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ: ୧୩ ମୃତ-୨୦ ଆହତ…

କାଠମାଣ୍ଡୁ,୧୩।୧୨ : ଭାରତ ପଡ଼ୋଶୀ ଦେଶ ମ୍ୟାନ୍‌ମାରର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣକ ମୃତ୍ୟ ଘଟିଥିବାବେଳେ ୨୦ରୁ ଅଧିକ...

ଅମ୍ରିତପାଲ୍‌ଙ୍କୁ ବଳ ଦେଇଛି ଆଇଏସ୍‌ଆଇ

ନୂଆଦିଲ୍ଲୀ, ୨୦ା୩(ପି.ଟି.) : ଦୁବାଇରେ ଏକଦା ଟ୍ରକ୍‌ ଚଳାଉଥିବା ଅମ୍ରିତପାଲ୍‌ ସିଂ ଏବେ ଖଲିସ୍ତାନୀ ନେତା ତଥା ଦ୍ୱିତୀୟ ଭିନ୍ଦ୍ରନ୍‌ଓ୍ବାଲେର ପରିଚୟ ହାସଲ କରିଛନ୍ତି। ଓ୍ବାରିସ୍‌...

ମୋଦିଙ୍କ ସହିତ ଆଲୋଚନାରେ ସାମିଲ୍‌ ହେଲେନି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଲକ୍‌ଡାଉନ୍‌ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ କରୋନା...

Advertisement
Archives

Model This Week