ଖବରଦାତା ମହମ୍ମଦ ଜୁବୈରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ,୨୭ା୬: ଧର୍ମୀୟ ଭାବାବେଗକୁ ଆଘାତ ଦେବା ସହ ଦୁଇ ସମୁଦାୟ ମଧ୍ୟରେ ଶତ୍ରୁଭାବ ସୃଷ୍ଟି କରିବା ଅଭିଯୋଗରେ ଅଲ୍ଟ ନ୍ୟୁଜ୍ ଓ୍ବେବସାଇଟ ଖବରଦାତା ମହମ୍ମଦ ଜୁବୈରଙ୍କୁ ସୋମବାର ଦିଲ୍ଲୀ ପୋଲିସ ଗିରଫ କରିଛି। ଅଲ୍ଟ ନ୍ୟୁଜ୍ ସହପ୍ରତିଷ୍ଠାତା ପ୍ରତୀକ ସିହ୍ନା କହିଛନ୍ତି,…
ଫେସ୍ବୁକ୍ ଲାଇଭ୍ ପରେ ଇସ୍ତଫା ଦେଇଥାନ୍ତେ ଉଦ୍ଧବ: ହେଲେ ଅଟକାଇଦେଲେ..
ମୁମ୍ବାଇ,୨୭ା୬: ଶିବସେନାରେ ହୋଇଥିବା ବଡ଼ ବିଦ୍ରୋହ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ମହା ବିକାଶ ଅଘାଡ଼ିର ଚାଣକ୍ୟ ତଥା ଏନ୍ସିପି ସୁପ୍ରିମୋ ଶରଦ ପାଓ୍ବାର ତାଙ୍କୁ ଅଟକାଇଦେଇଛନ୍ତି ବୋଲି ଜଣାପଡ଼ିଛି। ପ୍ରକାଶିତ ରିପୋର୍ଟ…
ଦ୍ରୌପଦୀ ନା ଯଶଓ୍ବନ୍ତ କାହାକୁ ସମର୍ଥନ କରିବେ ସୋରେନ
ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ପ୍ରାର୍ଥୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପ୍ରସଙ୍ଗରେ ରାଜ୍ୟର ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ଏବେ ଦ୍ୱନ୍ଦରେ ପଡ଼ିଯାଇଛି। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି…
ଭାଜପାର ସାଉଥ୍ ମିଶନ: ୨ଦିନ ଯାଏ ବିଧାନସଭା ନିର୍ବାଚନମଣ୍ଡଳୀରେ ରହିବେ ମନ୍ତ୍ରୀ
ହାଇଦ୍ରାବାଦ,୨୭।୬: ତେଲେଙ୍ଗାନାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ୨ଦିନ ଯାଏ ରହିବାକୁ ଭାଜପାର ସମସ୍ତ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ଆଉ କେହି ନୁହେଁ ବରଂ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦେଇଛନ୍ତି। ଏହି ନିର୍ଦ୍ଦେଶନାମାକୁ…
ଫଡ୍ନବିସଙ୍କ ବାସଭବନରେ ଭାଜପାର କୋର କମିଟି ବୈଠକ ଜାରି: ପରବର୍ତ୍ତୀ ରଣନୀତି ଉପରେ ଚର୍ଚ୍ଚା
ମୁମ୍ବାଇ,୨୭।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ନୂଆ ମୋଡ଼ ନେବାରେ ଲାଗିଛି। ସୋମବାର ଏହି ମାମଲାରେ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ୫ଦିନ ମଧ୍ୟରେ ଏହାର ଜବାବ ମାଗିଛନ୍ତି। ଜୁଲାଇ ୧୧ରେ କୋର୍ଟ ଏହି ମାମଲାର…
ଯଶଓ୍ବନ୍ତଙ୍କୁ ସମର୍ଥନ କରିବ ଆଇଏମ୍ଆଇଏମ୍-ଟିଆରଏସ୍
ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଆଇଏମ୍ଆଇଏମ୍। ଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଟୁଇଟ କରି କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ସେ ଭୋଟ ଦେବେ। ଯଶବନ୍ତ ସିହ୍ନା ଏନେଇ…
ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ପ୍ରତିକ୍ରିୟା ରଖିଲେ ଏକନାଥ: କହିଲେ, ଏହା ହିନ୍ଦୁତ୍ୱର ବିଜୟ
ମୁମ୍ବାଇ,୨୭।୬: ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜୁଲାଇ ୧୧ପର୍ଯ୍ୟନ୍ତ ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି କୋର୍ଟ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କୁ ଏନୁଯାୟ ନୋଟିସ୍ ଜାରି କରିଛନ୍ତି। ଏଥିସହ ଅଯୋଗ୍ୟତା ନୋଟିସ୍…
ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ସତ୍ୟେନ୍ଦ୍ର
ନୂଆଦିଲ୍ଲୀ,୨୭।୬: ପୁଣି ଅଢୁଆରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ। ସୋମବାର ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସତ୍ୟେନ୍ଦ୍ରଙ୍କ ନ୍ୟାୟିକ ହେପାଜତକୁ ଦୁଇ ସପ୍ତାହ ବଢାଇ ଦେଇଛନ୍ତି। ବେଆଇନ୍ ଅର୍ଥ କାରବାରରେ ମାମଲାରେ…
‘ଅଗ୍ନିପଥ’ଯୋଜନାର ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ମମତା
କୋଲକାତା,୨୭।୬: ‘ଅଗ୍ନିପଥ’ଯୋଜନାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ବିରୋଧ କରାଯାଉଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାରେ ଥିବା ଚାକିରି କାଳ ୬୫ ବର୍ଷକୁ ବୃଦ୍ଧି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । ମମତା କହିଛନ୍ତି, ୪ ବର୍ଷ…
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍
ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ଦେତା ଅଜିତ ପାଓ୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସୋମବାର ଟୁଇଟ କରି ଏହି ସୂଚନା…
ସୁପ୍ରିମକୋର୍ଟ ଆମପାଇଁ ଭଗବାନ: ସଞ୍ଜୟ ରାଉତ
ମୁମ୍ବାଇ,୨୭ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ଭିନ୍ନ ଭିନ୍ନ ମୋଡ ନେଉଛି । ଅସନ୍ତୁଷ୍ଟ ବିଧାୟକ ଦଳର ନେତା ଏକନାଥ ସିନ୍ଧେଙ୍କ ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରାଯାଇଛି । ଏହି ଶୁଣାଣି ସମୟରେ ଡେପୁଟି ସ୍ପିକରଙ୍କୁ ନାଟିସ…
କୁଲଗାମ ଏନ୍କାଉଣ୍ଟର: ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଏ ନେଇ କଶ୍ମୀର ଜୋନ ପୋଲିସ ସୂଚନା ଦେଇଛି । ତେବେ ନିହତ…
Archives


